ETV Bharat / bharat

ଜାତୀୟ ଗଣିତ ଦିବସ, ମନେ ପଡେ ରାମାନୁଜନଙ୍କ ଅତୁଳନୀୟ ଅବଦାନ

author img

By ETV Bharat Odisha Team

Published : Dec 22, 2023, 6:01 AM IST

Updated : Dec 22, 2023, 9:01 AM IST

National Mathematics Day 2023: ଆଜି ହେଉଛି ଜାତୀୟ ଗଣିତ ଦିବସ । ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନଟିକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ

ଜାତୀୟ ଗଣିତ ଦିବସ, ଗଣିତ ଦୁନିଆକୁ ରାମାନୁଜନଙ୍କ ଅତୁଳନୀୟ ଅବଦାନ

ହାଇଦ୍ରାବାଦ: ଆଜି ହେଉଛି ଜାତୀୟ ଗଣିତ ଦିବସ । ଆଜି ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଦିବସ । ଗଣିତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଉଛି । ଗଣିତର ଯାଦୁଗର ଭାବେ ପରିଚିତ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ୨୨ ଡିସେମ୍ବର ୧୮୮୭ରେ ଦକ୍ଷିଣ ଭାରତର କୋଏମ୍ବାଟୋର ଇରୋଡ ଗ୍ରାମରେ ହୋଇଥିଲା । ବିଚକ୍ଷଣ ମେଧା କାରଣରୁ ମାଦ୍ରାଡ ୟୁନିଭର୍ସିଟି ତରଫରୁ ତାଙ୍କୁ ସ୍କଲାରସିପ ପ୍ରଦାନ କରାଯାଇଥିଲା । କିନ୍ତୁ ପଢିବା ସମୟରେ ଗଣିତ ଉପରେ ଅଧିକ ଫୋକସ କରିବା କାରଣରୁ ସେ ଇଂରାଜୀରେ ଫେଲ ହୋଇଯାଇଥିଲେ । ଏଥିପାଇଁ ୧୯୦୪ ମସିହାରେ ତାଙ୍କ ସ୍କଲାରସିପକୁ ବନ୍ଦ କରାଯାଇଥିଲା ।

  • The Indian government declared 22 December to be celebrated as National Mathematics Day every year to mark the birth anniversary of the Indian mathematician Srinivasa Ramanujan. Glimpses of the event in JUET, Guna. #NationalMathematicsDay pic.twitter.com/wMpqVc5sTH

    — jaypeeuniversityguna (@juet_official) December 20, 2023 " class="align-text-top noRightClick twitterSection" data=" ">

୧୯୧୧ ମସିହାରେ ଜର୍ଣ୍ଣାଲ ଅଫ ଦ ମ୍ୟାଥେମେଟିକଲ ସୋସାଇଟି ନାମକ ପତ୍ରିକାରେ ପ୍ରଥମ ଥର ଲାଗି ତାଙ୍କର ଲେଖା ପ୍ରକାଶ ପାଇଥିଲା । ୧୯୦୯ ମସିହାରେ ରାମାନୁଜନଙ୍କ ବିବାହ ଅମ୍ମାଲଙ୍କ ସହିତ ହୋଇଥିଲା । ରାମାନୁଜନ ଗଣିତ ଦୁନିଆକୁ ପାଇର ଅସୀମିତ ସିରିଜ, ଗେମ ଥିଓରୀ, ରାମାନୁଜନ ନମ୍ବର, ରିମ୍ୟାନ ସିରିଜ, ଥେଟା ଫଙ୍କସନ ଭଳି ପ୍ରାୟ ୧୨୦ ଟି ଥିଓରୀ ପ୍ରଦାନ କରିଛନ୍ତି । ଗଣିତ କ୍ଷେତ୍ରରେ ତାଙ୍କ ଅମୂଲ୍ୟ ଯୋଗଦାନ ପାଇଁ ତାଙ୍କୁ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ତରଫରୁ ନିମନ୍ତ୍ରିତ କରାଯାଇଥିଲା । କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଟ୍ରିନିଟି କଲେଜର ରିସର୍ଚ୍ଚ ଫେଲୋ ହେବାରେ ସେ ଥିଲେ ପ୍ରଥମ ଭାରତୀୟ । ସେ ବ୍ରିଟେନର ରୟାଲ ସୋସାଇଟିର ସବୁଠାରୁ କମ ବୟସରେ ସଦସ୍ୟ ହେବାରେ ଥିଲେ ପ୍ରଥମ ବ୍ୟକ୍ତି । ଏଥି ସହିତ ୧୯୧୮ ମସିହାରେ ସେ ରୟାଲ ସୋସାଇଟି ଅଫ ଲଣ୍ଡନର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅନ୍ତର୍ଜାତୀୟ ମାନବ ଏକତା ଦିବସ, ଏକତା ହିଁ ସମୃଦ୍ଧ ପୃଥିବୀର ଚାବିକାଠି

ମାତ୍ର ୩୨ ବର୍ଷ ବୟସରେ ୨୬ ଏପ୍ରିଲ ୧୯୨୦ ରେ ତାମିଲନାଡୁର ତଞ୍ଜାଭୁର ଜିଲ୍ଲାର କୁମ୍ଭକୋଣମ (କୁନ୍ଦଥାଇ) ନାମକ ସ୍ଥାନରେ ତାଙ୍କର ଦେହାନ୍ତ ହୋଇଥିଲା । ଗଣିତ କ୍ଷେତ୍ର ରେ ତାଙ୍କର ଅତୁଳନୀୟ ଗବେଷଣା ପାଇଁ ସେ ସମଗ୍ର ବିଶ୍ବର ଗଣିତଜ୍ଞମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ଶ୍ରୀନିବାସ ରାମାନୁଜନଙ୍କ ୧୨୫ତମ ଜୟନ୍ତୀ ସମାରୋହ ଅବସରରେ ୨୦୧୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ସେହିପରି ୨୦୧୨ ମସିହାକୁ ଜାତୀୟ ଗଣିତ ବର୍ଷ ଭାବେ ଘୋଷଣା କରାଯିବା ସହ ସେହିବର୍ଷ ଠାରୁ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଇଛି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଗଣିତ କ୍ଷେତ୍ରରେ ପ୍ରତିଭାବାନ ଯୁବ ଗଣିତଜ୍ଞଙ୍କୁ ପ୍ରତିବର୍ଷ ରାମାନୁଜନ ପୁରସ୍କାର ପ୍ରଦାନ କରାଯାଏ । ୨୦୦୫ ରୁ ଦିଆଯାଉଥିବା ଏହି ପୁରସ୍କାରକୁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ଟେକ୍ନୋଲୋଜି ବିଭାଗ ତରଫରୁ ମିଳିତ ଭାବେ ପ୍ରଦାନ କରାଯାଉଛି । ଏହି ପୁରସ୍କାର ବିକାଶଶୀଳ ଦେଶ ମାନଙ୍କର ୪୫ ବର୍ଷରୁ କମ ଯୁବ ଗଣିତ ଗବେଷକଙ୍କୁ ପ୍ରଦାନ କରାଯାଉଛି । ପୁରସ୍କାର ଅର୍ଥ ରାଶି ସ୍ବରୂପ ୧୦,୦୦୦ ଆମେରିକୀୟ ଡଲାର ଦିଆଯାଉଥିବା ବେଳେ ବିଜେତାଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରେଟିକାଲ ଫିଜିକେସରେ ଲେକ୍ଚର ଦେବାର ସୁଯୋଗ ମିଳିଥାଏ । ୨୦୨୨ ମସିହାରେ ସେନେଗାଲର ଗଣିତଜ୍ଞ ମୋହମ୍ମଦ ମୁସ୍ତଫା ଫଲଙ୍କୁ ଏହି ପୁରସ୍କାର ମିଳିଥିଲା । ସେହିପରି ତାମିଲନାଡୁ ସ୍ଥିତ SASTRA ବିଶ୍ବବିଦ୍ୟାଳୟ ତରଫରୁ ପ୍ରତିବର୍ଷ SASTRA ରାମାନୁଜନ ପୁରସ୍କାର ପ୍ରଦାନ କରାଯାଏ ।

Last Updated : Dec 22, 2023, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.