ETV Bharat / bharat

ଜମ୍ମୁରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ, ଛାପା ମାରିଲା NIA

ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି (ସୋମବାର) ଏଏନଆଇ ପକ୍ଷରୁ ଜମ୍ମୁ ଏବଂ ଡୋଡାର ବିଭିନ୍ନ ଅଞ୍ଚଳରେ NIA ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Aug 8, 2022, 1:53 PM IST

NIA raid
NIA raid

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦ କାର୍ଯ୍ୟକଳାପ । ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି (ସୋମବାର) ଏଏନଆଇ ପକ୍ଷରୁ ଜମ୍ମୁ ଏବଂ ଡୋଡାର ବିଭିନ୍ନ ଅଞ୍ଚଳରେ NIA ପକ୍ଷରୁ ରେଡ କରାଯାଇଛି । ଏନଆଇଏ ଅଚାନକ ଚଢାଉ କରିଥିବା ବିଷେଶ ସୁତ୍ରରୁ ଖବର ମିଳିଛି ।

ଡୋଆର ନୁର ଦିନ ବୋହୁରୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଚଢାଉ କରଛି ଏନଆଇଏ । ଯିଏକି JEI ସହ ଜଡିତ ଥିବା ସୂଚନା ମିଳିିଛି । ସେ କୃଷି ବିଭାଗରେ କାର୍ଯ୍ୟରତ ପରେ ଅବସର ନେଇଥିବା ଜଣାପଡିଛି । NIA ଅଧିକାରୀ, CRPF ଅଧିକାରୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ କିଛି ଗ୍ରୁପରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

ଏହା ପୂର୍ବରୁ ଏନଆଇଏର ଏକାଧିକ ୟୁନିଟ ଏପରି ସନ୍ଦେହଜନକ ବ୍ୟକ୍ତି ଓ ସଂଗଠନ ଉପରେ କଡା ନଜର ରଖିଥିଲା । ଦେଶ ବିରୋଧୀ କାର୍ଯ୍ୟକଳାପ ଓ ବିଦେଶୀ ଆତଙ୍କୀ ସଂଗଠନକୁ ଭାରତରୁ ଯାଉଥିବା ଆର୍ଥିକ ସହୟତା ସଂଗ୍ରହ ଆଦି ଉପରେ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଏହି ଚଢାଉ ଆରମ୍ଭ କରଛି । ସେହିପରି ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.