ETV Bharat / bharat

National Education Day 2023: ଶିକ୍ଷା ସଂସ୍କାର କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ଅତୁଳନୀୟ - ଭାରତର ବର୍ତ୍ତମାନ ଶିକ୍ଷାର ସ୍ଥିତି

ଭାରତୀୟ ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ

ଆଜି ଜାତୀୟ ଶିକ୍ଷା ଦିବସ
ଆଜି ଜାତୀୟ ଶିକ୍ଷା ଦିବସ
author img

By ETV Bharat Odisha Team

Published : Nov 11, 2023, 7:42 PM IST

ହାଇଦ୍ରାବାଦ: ବିକାଶର ଆଧାର ହେଉଛି ଶିକ୍ଷା । ଦେଶର ବିକାଶରେ ମାନବ ସମ୍ବଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦକ୍ଷ ମାନବ ସମ୍ବଳ ପାଇଁ ଶିକ୍ଷାର ମହତ୍ତ୍ବ ବେଶ ଅଧିକ । ଶିକ୍ଷାର ବିକାଶରେ ମାନବ ସମ୍ବଳ ବିକଶିତ ହୋଇଥାଏ । ଶିକ୍ଷା ହେଉଛି ମନୁଷ୍ୟର ମୌଳିକ ଅଧିକାର । ଶିକ୍ଷା ମଣିଷକୁ ସଶକ୍ତ କରିଥାଏ । ଦେଶ ସ୍ବାଧିନତା ପରେ ଭାରତରେ ଶିକ୍ଷା ବ୍ୟବସ୍ଥା ନିର୍ମାଣରେ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୋଲାନା ଅବୁଲ କଲାମ ଆଜାଦଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ବିଶେଷ ଭାବରେ ଉନ୍ନତ ଶିକ୍ଷା ଓ ଏଥିପାଇଁ ଆବଶ୍ୟକୀୟ ଶୈକ୍ଷଣୀକ ନୀତି ଓ ବିଶ୍ବ ସ୍ତରୀୟ ଏକାଡେମୀକ ସଂସ୍ଥାନଗୁଡିକରେ ସ୍ଥାପନାରେ ତାଙ୍କ ଯୋଗଦାନ ବିଶେଷ ଅଟେ । ଯେଉଁଥିପାଇଁ ନଭେମ୍ବର 11 ତାରିଖ ଅର୍ଥାତ ମୌଲାନା ଆଜାଦଙ୍କ ଜନ୍ମଦିନକୁ ପ୍ରତିବର୍ଷ ଭାରତରେ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ ।

ଆଜି ଜାତୀୟ ଶିକ୍ଷା ଦିବସ
ଆଜି ଜାତୀୟ ଶିକ୍ଷା ଦିବସ

ମୌଲାନା ଅବଦୁଲ କଲାମ କିଏ: ମୌଲାନା ଅବୁଲ କଲାମ ଆଜାଦଙ୍କର ଜନ୍ମ 11 ନଭେମ୍ବର 1888 ରେ ସାଉଦି ଆରବର ମକ୍କା ସହରରେ ହୋଇଥିଲା । ତାଙ୍କ ପୁରା ନାଁ ମୌଲାନା ସୈୟଦ ଅବୁଲ କମାଲ ଗୁଲାମ ମୁହିୟୁଦ୍ଦିନ ବିନ ଖୈରୁଦ୍ଦିନ ଅଲ ହୁସୈନୀ ଆଜାଦ ଅଟେ । ସେ ଜଣେ ବିଦ୍ବାନ,ରାଜନୈତିଜ୍ଞ ଥିଲେ । ସେ 11 ବର୍ଷ ଧରି ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ ମୌଲାନା ଅବୁଲ କଲାମ ଆଜାଦ । ସେ 1947ରୁ 1958 ପର୍ଯ୍ୟନ୍ତ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀଭାବେ ଦାୟିତ୍ବ ତୁଲାଇଥିଲେ । ଭାରତରେ ଶିକ୍ଷା, ଜାତୀୟ ନିର୍ମାଣ ଏବଂ ଅନୁଷ୍ଠାନ ନିର୍ମାଣ କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ପାଇଁ 2008 ମସିହାରୁ ତାଙ୍କ ଜନ୍ମଦିନରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଏ । ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ବିଭିନ୍ନ ଅଭିଯାନ ଏବଂ କାର୍ଯ୍ୟକ୍ରମ ଆୟୋଜିତ କରାଯାଏ । ଯାହା ଦ୍ବାରା ଲୋକମାନେ ଶିକ୍ଷା ପ୍ରତି ଆକର୍ଷିତ ହୋଇପାରିବେ । ଶିକ୍ଷା ପାଇଁ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ...

ଆଜି ଜାତୀୟ ଶିକ୍ଷା ଦିବସ
ଆଜି ଜାତୀୟ ଶିକ୍ଷା ଦିବସ
  • ଆଜାଦ୍ 1947 ରୁ ଫେବୃଆରୀ 22, 1958 ପର୍ଯ୍ୟନ୍ତ ସ୍ବାଧୀନ ଭାରତରେ ପ୍ରଥମ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
  • 11 ବର୍ଷ କାର୍ଯ୍ୟକାଳ ମଧ୍ୟରେ ଆଜାଦ ପୂର୍ବ ଶିକ୍ଷା ଏବଂ ସାହିତ୍ୟରେ ଗବେଷଣାକୁ ପ୍ରୋତ୍ସାହିତ କରିଥିଲେ ଏବଂ ଚିତ୍ରକଳାର ବିକାଶ ପାଇଁ ତିନୋଟି ଏକାଡେମୀ ପ୍ରତିଷ୍ଠା କରିଥିଲେ ।
  • ସେ ମଧ୍ୟ ବହୁ ପରିମାଣରେ ହିନ୍ଦୀରେ ବୈଷୟିକ ଶବ୍ଦଗୁଡ଼ିକର ସଂକଳନ ଉପରେ କାମ କରିବା ଆରମ୍ଭ କଲେ ।
  • ମୌଲାନା ଅବୁଲ କଲାମ ଆଜାଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବୋର୍ଡ, କମିଶନ ଗଠନ କରିଥିଲେ ଯେଉଁଥିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ବୈଷୟିକ ଶିକ୍ଷା ପାଇଁ ଅଲ ଇଣ୍ଡିଆ କାଉନସିଲ, ଖଡଗପୁର ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ, ମାଧ୍ୟମିକ ଶିକ୍ଷା ଆୟୋଗ ଅନ୍ତର୍ଭୁକ୍ତ ।
  • ଦେଶରେ ଶିକ୍ଷା ଓ ସଂସ୍କୃତିର ପ୍ରଚାର ପାଇଁ ସେ ସଂଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ ଏବଂ ଲଲିତ କଳା ଏକାଡେମୀ ପ୍ରତିଷ୍ଠା କରିଥିଲେ ।
  • ଆଜାଦ ମହିଳାଙ୍କ ପାଇଁ ଶିକ୍ଷା ଏବଂ 14 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ । ଆଜାଦ IISc ଏବଂ ସ୍କୁଲ ଅଫ୍ ଆର୍କିଟେକଚର ଆଣ୍ଡ ପ୍ଲାନିଂ, ଜାମିଆ ମିଲିଆ ଇସଲାମିଆ ଏବଂ ଆଇଆଇଟି ଖଡଗପୁର ମଧ୍ୟ ପ୍ରତିଷ୍ଠା କରିଥିଲେ |
  • ମୌଲାନା ଅବୁଲ କଲାମ ଆଜାଦ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ ଏବଂ ସଂସ୍କାରକ ଥିଲେ ଏବଂ ଶିକ୍ଷା ମାଧ୍ୟମରେ ଏକ ଦେଶ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ।
  • ଅଲ ହିଲାଲ ଖବରକାଗଜ ମାଧ୍ୟମରେ ହିନ୍ଦୁ-ମୁସଲିମଙ୍କ ଏକତା ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି ।
  • ୧୯୮୫ ଫେବୃଆରୀ ୨୨ରେ ଦିଲ୍ଲୀରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।
  • Woh Koun Tha | Short Story | Dr. Naima Jafri Pasha | Short Story Writer | Urdu Nama | Ep-86 | IMC MANU https://t.co/OMdcdZuZcj

    — Maulana Azad National Urdu University (@officialmanuu) November 10, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ.. ଜାତୀୟ ଶିକ୍ଷା ଦିବସ, ମନେପଡନ୍ତି ମୌଲାନା ଆବୁଲ କଲାମ ଆଜାଦ

ଭାରତରେ ବର୍ତ୍ତମାନ ଶିକ୍ଷାର ସ୍ଥିତି: ଭାରତରେ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀରେ 15 ଲକ୍ଷ ସ୍କୁଲ ରହିଛି ଯେଉଁଥିରେ 26.5 କୋଟି ଛାତ୍ରଛାତ୍ରୀ ଓ 95 ଲକ୍ଷ ଶିକ୍ଷକ ସାମିଲ ଅଛନ୍ତି । ଉଚ୍ଚ ଶିକ୍ଷା ସ୍ତରରେ ପାଖାପାଖି 43, 796 କଲେଜ, 1,113 ବିଶ୍ବବିଦ୍ୟାଳୟ ଓ 11, 296 ଷ୍ଟାଣ୍ଡ୍-ଅଲୋନ ସଂସ୍ଥା, 15.5 ଲକ୍ଷ ସଦସ୍ୟ ଓ 4.14କୋଟି ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି ।

  • Prof. Dinesh Singh, Vice Chairman, Jammu & Kashmir Higher Education Council delivering his address on "Building a Knowledge Economy:Lessons from India's History" on the occasion of National Education Day 2023 pic.twitter.com/AUvCzQzVfT

    — IGNOU (@OfficialIGNOU) November 9, 2023 " class="align-text-top noRightClick twitterSection" data=" ">

ସାକ୍ଷରତା ହାର: 2011 ମସିହା ଜନଗଣନା ଅନୁଯାୟୀ, ଭାରତରେ ସାକ୍ଷରତା ହାର 2001 ମସିହା ତୁଳନାରେ 14 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ 74.04 ପ୍ରତିଶତରେ ପହଞ୍ଚିଛି । ଭାରତ ସରକାରଙ୍କ ମିଶନ ସାକ୍ଷରତା ହାର 2011 ଜନଗଣନା ଅନୁଯାୟୀ ମହିଳା ସାକ୍ଷରତା ହାର 65.46 ପ୍ରତିଶତ ଓ ପୁରୁଷ ସାକ୍ଷରତା ହାର 80 ପ୍ରତିଶତରୁ ଅଧିକ ଅଟେ । ଭାରତରେ ସର୍ବାଧିକ ସାକ୍ଷରତା ହାର କେରଳ ଜିଲ୍ଲାରେ ଦେଖିବାକୁ ମିଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.