ETV Bharat / bharat

‘ନୂତନ FDI ପ୍ରତି ସତର୍କ ରୁହନ୍ତୁ ଦେଶବାସୀ’

author img

By

Published : Feb 8, 2021, 2:16 PM IST

ଅଧିକ ଏଫଡିଆଇ (ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ)ର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ନୂତନ ଏଫଡିଆଇ ବିଷୟରେ ଦେଶକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଅଧିକ ଏଫଡିଆଇ (ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ)ର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ନୂତନ ଏଫଡିଆଇ ବିଷୟରେ ଦେଶକୁ ଚେତାବନୀ ଦେଇଛନ୍ତି । ଯାହାକୁ ସେ ‘ବିଦେଶୀ ବିନାଶକାରୀ ଆଦର୍ଶ’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋମବାର କହିଛନ୍ତି ଯେ ବିଦେଶରୁ ଆସୁଥିବା ଚାପ ବିରୋଧରେ ଦେଶକୁ ସଚେତନ କରାଯିବା ଆବଶ୍ୟକ, ଯାହାକୁ ସେ ବିଦେଶୀ ବିନାଶକାରୀ ଚିନ୍ତାଧାରା ବୋଲି କହିଥିଲେ।

ସେ କହିଛନ୍ତି, ‘ଦେଶ ଅଗ୍ରଗତି କରୁଛି ଏବଂ ଆମେ ଏଫଡିଆଇ ବିଷୟରେ କହୁଛୁ କିନ୍ତୁ ମୁଁ ଦେଖୁଛି ଏକ ନୂଆ ଏଫଡିଆଇ ସାମ୍ନାକୁ ଆସିଛି। ଆମକୁ ଏହି ନୂଆ ଏଫଡିଆଇରୁ ଦେଶକୁ ରକ୍ଷା କରିବାକୁ ପଡିବ । ଆମକୁ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଆବଶ୍ୟକ କିନ୍ତୁ ନୂତନ ଏଫଡିଆଇ ହେଉଛି ବିଦେଶୀ ବିନାଶକାରୀ ଚିନ୍ତାଧାରା । ଏଥିରୁ ଆମକୁ ନିଜକୁ ରକ୍ଷା କରିବାକୁ ପଡିବ ବୋଲି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ’।

ଦେଶରେ ଏକ ନୂତନ ସଂସ୍ଥା ଆସିଛି- ‘ଆନ୍ଦୋଳନ ଜିଭି’ । ଯେଉଁଠାରେ ବି ବିରୋଧ ହୁଏ, ସେମାନଙ୍କୁ ସେଠାରେ ଦେଖିବାକୁ ମିଳେ । ଆମେ ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କଠାରୁ ଜାତି ରକ୍ଷା କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବିଶ୍ବର ନଜର ଭାରତ ଉପରେ ରହିଛି ଏବଂ ବିଶ୍ବ ଉନ୍ନତିରେ ଭାରତ ସହଯୋଗ କରିବ ବୋଲି ଆଶା ରହିଛି। କେନ୍ଦ୍ରର ନୂତନ ପ୍ରଣୟନ ହୋଇଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଆସିଛି।

ବିରୋଧୀ ଦଳ ଏହାକୁ ସମର୍ଥନ କରୁଥିବା ବେଳେ ପପ୍-ଷ୍ଟାର୍ ରିହାନା ଏବଂ ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ଟ୍ବିଟ୍ ସମଗ୍ର ଦେଶରେ ଏକ ବଡ଼ ଧରଣର ଉତ୍ତେଜନା ସୃଷ୍ଟି କରିଛି । ଶୁକ୍ରବାର ରାଜ୍ୟସଭାରେ ମାରାଥନ ବିତର୍କ ପରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ବିଷୟରେ 25ଟି ରାଜନୈତିକ ଦଳର 50 ଜଣ ବକ୍ତା ଆଲୋଚନାରେ ଭାଗ ନେଇଥିଲେ । ସଦସ୍ୟଙ୍କ ଉଚ୍ଚ ଅଂଶଗ୍ରହଣ ସହିତ ଏହି ଆଲୋଚନା ଦୀର୍ଘତମ ବିତର୍କ ମଧ୍ୟରୁ ଅନ୍ୟତମ ବୋଲି ଅଧିକାରୀମାନେ କହିଛନ୍ତି। ଏହି ବିତର୍କରେ ବିଜେପିର 18 ସଦସ୍ୟ, କଂଗ୍ରେସର 7 ଜଣ ଏବଂ ଅନ୍ୟ ଦଳର 25 ଜଣ ଅଂଶଗ୍ରହଣ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.