କୋହିମା: ସେନା ଯବାନଙ୍କ ଗୁଳିରେ ନାଗାଲାଣ୍ଡରେ 14 ସାଧାରଣ ସ୍ଥାନୀୟ ଜନତା ପ୍ରାଣ ହରାଇବା ଘଟଣାରେ ତଦନ୍ତ ରିପୋର୍ଟ ପ୍ରକାଶ କରିଛି ନାଗାଲାଣ୍ଡ ପୋଲିସ । ଆତଙ୍କବାଦୀ ନିରୋଧୀ ଅପରସେନ ବେଳେ ସେନା ସଠିକ ପ୍ରୋଟୋକଲ ବା ଅପରେସନ ଷ୍ଟାଣ୍ଡାର୍ଡ ମାନକ (sop) ଅନୁପାଳନ କରିନଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛି ରାଜ୍ୟ ପୋଲିସ । ଆଜି ଘଟଣା ସମ୍ପର୍କରେ ନାଗାଲାଣ୍ଡ ପୋଲିସ DG ପ୍ରେସମିଟ କରି ଗଣମାଧ୍ୟମରେ ଏପରି ତଥ୍ୟ ରଖିଛନ୍ତି ।
-
Probe revealed that the ops team of 21 Para Special Forces hadn't followed SoP & rules of engagement. Their disproportional firing led to immediate killing of villagers: Nagaland DGP TJ Longkumer on incident of civilians' death in anti-insurgency op that went awry in Mon district pic.twitter.com/6eRZxGGuFK
— ANI (@ANI) June 11, 2022 " class="align-text-top noRightClick twitterSection" data="
">Probe revealed that the ops team of 21 Para Special Forces hadn't followed SoP & rules of engagement. Their disproportional firing led to immediate killing of villagers: Nagaland DGP TJ Longkumer on incident of civilians' death in anti-insurgency op that went awry in Mon district pic.twitter.com/6eRZxGGuFK
— ANI (@ANI) June 11, 2022Probe revealed that the ops team of 21 Para Special Forces hadn't followed SoP & rules of engagement. Their disproportional firing led to immediate killing of villagers: Nagaland DGP TJ Longkumer on incident of civilians' death in anti-insurgency op that went awry in Mon district pic.twitter.com/6eRZxGGuFK
— ANI (@ANI) June 11, 2022
ନାଗାଲାଣ୍ଡ ଡିଜି ଟି.ଜେ ଲଙ୍ଗକୁମେର କହିଛନ୍ତି, ଉକ୍ତ ଦିନ ଅପରେସନରେ ବାହାରି ଥିବା 21 ପାରା ସ୍ପେଶାଲ ଫୋର୍ସର ଯବାନ ଅପରେସନ ସମ୍ପର୍କିତ SOPର ସଠିକ ଅନୁପାଳନ କରିନଥିଲେ । ଫଳରେ ଏପରି ଅଭାବନୀୟ ଘଟଣା ଘଟିଲା । ପରିସ୍ଥିତିକୁ ବୁଝିବା ପୂର୍ବରୁ ସେନା ଯବାନ ତୁରନ୍ତ ଗୁଳି ଚାଳନା ଆରମ୍ଭ କରିଥିଲେ । ଏହି ଘଟଣାରେ ମୋଟ 5ଟି ମାମଲା ରୁଜୁ ହୋଇଥିଲା । ଯାହାର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । କିନ୍ତୁ ପ୍ରାଥମିକ ଭାବେ ସେନା ପକ୍ଷରୁ ପ୍ରୋଟୋକୋଲର ତ୍ରୁଟି ରହିଥିବା ଜଣାପଡିଛି ।
କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା:-
ଘଟଣା ଅନୁସାରେ, ଗତବର୍ଷ ଡିସେମ୍ବର 4 ତାରିଖରେ ନାଗାଲାଣ୍ଡର ମନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ଆତଙ୍କବାଦୀ ନିରୋଧୀ ଅପରେସନ ପାଇଁ ପାରା ସ୍ପେଶାଲ ଫୋର୍ସର ଯବାନମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ଯାଉଥିବାବେଳେ ଏହି ଗୁଳିକାଣ୍ଡ ଘଟିଥଲା । ଅପରେସନ ସମ୍ପର୍କିତ ଗୁଇନ୍ଦା ସୂଚନା ଫେଲ ମାରିବା କିମ୍ବା ସୂଚନା ମିଳିବା ଦ୍ବାରା ଯବାନମାନେ ସ୍ଥାନୀୟ ନାଗରିକ ଯାଉଥିବା ଏକ ଟ୍ରକକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା । ଏଥିରେ 14 ସାଧାରଣ ଜନତାଙ୍କ ସମେତ ଜଣେ ଯବାନଙ୍କୁ ମିଶାଇ ମୋଟ 15 ଜଣଙ୍କ ମୃତ୍ୟୁ ହୋଇଥିଲା ।
ସଂସଦରେ ବିବୃତ୍ତି ରଖିଥିଲେ ଗୃହମନ୍ତ୍ରୀ :-
ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ନେଇ ସଂସଦରେ ଉତ୍ତର ରଖିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ନାଗାଲାଣ୍ଡ ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟରେ ପୁଣି ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ପ୍ରତ୍ୟାହାର ନେଇ ମଧ୍ୟ ଦାବି ମଧ୍ୟ ଜୋର ଧରିଥିଲା । କିଛି ମାନବାଧିକାର ସଂଗଠନ ମଧ୍ୟ ସେନାର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇଥିଲେ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏନେଇ ଉତ୍ତର-ପୂର୍ବ ଅଧିବାସୀଙ୍କ ପକ୍ଷରୁ ପ୍ରତିବାଦ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏକାଧିକ ମାମଲା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ