ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତ ହେଉଛି ବିଜେପି । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନକୁ ନେଇ ଶନିବାର ଦଳର ଜାତୀୟ ସାଧାରଣ ସଚିବଙ୍କ ସହ ଆଲୋଚନା କରିଛନ୍ତି ।
ଜାତୀୟ ରାଜଧାନୀରେ ଦଳର ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଅରୁଣ ସିଂ,ଭୁପିନ୍ଦର ୟାଦବ,ତରୁଣ ଚୁଗ,ଦିଲପ ସାଇକିଆ, ସିଟି ରାବି,ଦୁଷ୍ମନ୍ତ ଗୌତମଙ୍କ ସମେତ ଦୁର୍ଗାବତୀ ପୁରେନ୍ଦେଶ୍ବରୀ ଯୋଗ ଦେଇଛନ୍ତି । ଦଳର ସାଂଗଠନିକ କାର୍ଯ୍ୟକଳାପ ଏବଂ କୃଷକ ଆନ୍ଦୋଳନ ଉପରେ ମଧ୍ୟ ଦଳର ନେତାମାନେ ଆଲୋଚନା କରିଛନ୍ତି ।
ଆଜି ସକାଳ 10ଟାରୁ 5ଟା ପର୍ଯ୍ୟନ୍ତ ଏନଡିଏମସି ସମ୍ମିଳନୀ କେନ୍ଦ୍ରରେ ବିଜେପି ଜାତୀୟ କାର୍ଯ୍ୟାଳୟର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ରାଜ୍ୟ ମୁଖ୍ୟ ଏବଂ ସହ-ଦାୟିତ୍ବରେ ମୁଖ୍ୟ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ