ETV Bharat / bharat

ରହସ୍ୟମୟ ଅଗ୍ନିକାଣ୍ଡ, ଚନ୍ଦ୍ରଗ୍ରହଣ ପରଠୁ ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ

author img

By

Published : Nov 18, 2022, 1:20 PM IST

ଗୋରଖପୁରର ବାସିନ୍ଦା ଉମେଶ ପାଣ୍ଡେଙ୍କ ଘରେ ରହସ୍ୟମୟ ଅଗ୍ନିକାଣ୍ଡ । 8 ଦିନ ମଧ୍ୟରେ 20 ଥର ଅଗ୍ନିକାଣ୍ଡ, ସ୍ଥାନେ ସ୍ଥାନେ ଲାଗୁଛି ନିଆଁ । କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଅଧିକ ପଢନ୍ତୁ

ଚନ୍ଦ୍ରଗ୍ରହଣ ପରଠୁ ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ

ଡେରାଡୁନ: ନୈନିତାଲ ଜିଲ୍ଲାର ହାଲଡଓ୍ବାନିରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଗୋରଖପୁରର ବାସିନ୍ଦା ଉମେଶ ପାଣ୍ଡେଙ୍କ ଘରେ ଅଚାନକ ଲାଗୁଛି ନିଆଁ । ଘରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାପରେ ମଧ୍ୟ ସ୍ଥାନେ ସ୍ଥାନ ଲାଗୁଛି ନିଆଁ । ଫଳରେ ରାତି ସାରା ଅନିଦ୍ରା ରହୁଛନ୍ତି ଉମେଶଙ୍କ ପରିବାର । ରହସ୍ୟମୟ ଅଗ୍ନିକାଣ୍ଡର କାରଣ ଖୋଜୁଛି ବିଦ୍ୟୁତ୍ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ।

ଚନ୍ଦ୍ରଗ୍ରହଣ ପର ଠାରୁ ଘରେ ଲାଗୁଛି ନିଆଁ:

ଏନେଇ ଉମେଶଙ୍କ ପରିବାର କହିଛନ୍ତି, ଗତ ନଭେମ୍ବର 8 ରେ ଚନ୍ଦ୍ରଗ୍ରହଣ ଏବଂ ଭୂକମ୍ପ ପରେ ହଠାତ୍‌ ବିଦ୍ୟୁତିକ ବୋର୍ଡରେ ନିଆଁ ଲାଗିଯାଇଥିଲା । ଏହାପରେ ବିଦ୍ୟୁତ୍‌ ବିଭାଗକୁ ଡକାଇ ଘରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଘରର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିଲା । ବିଶେଷ କରି ପ୍ଲାଷ୍ଟିକ ଇଲେକ୍ଟ୍ରିକ ବୋର୍ଡ ଏବଂ ତାର ଗୁଡ଼ିକରେ ହଠାତ ନିଆଁ ଲାଗୁଥିଲା । ପରିବାର ସଦସ୍ୟ କହିଛନ୍ତି ଯେ ଗତ 8ଦିନ ମଧ୍ୟରେ ଘରର ବିଭିନ୍ନ ସ୍ଥାନରେ ଏପରି ଅଗ୍ନିକାଣ୍ଡ ଘଟୁଛି ।

8 ଦିନରେ 20ଟି ଥର ହୋଇଛି ଅଗ୍ନିକାଣ୍ଡ:

ଘରେ ବନ୍ଦ ରହିଥିବା ଆଲମିରା, ଖଟ ଓ ପୋଷାକ ମଧ୍ୟ ନିଆଁରେ ଜଳିଯାଇଛି । ଗତ 8 ଦିନ ମଧ୍ୟରେ ପ୍ରାୟ 15 ରୁ 20 ଥର ଅଗ୍ନିକାଣ୍ଡ ଘଟିଛି । ଘର ବାହାରେ ଥିବା କୁଲରରେ ଇଲେକ୍ଟ୍ରିକ ସଂଯୋଗ ନଥାଇ ମଧ୍ୟ ସେଥିରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାକୁ ନେଇ ପରିବାର ଲୋକେ ପୁରା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଘଟଣାର କାରଣ ଖୋଜୁଛି ବିଦ୍ୟୁତ୍‌ ବିଭାଗ ଓ ପୋଲିସ:

ଅଗ୍ନିକାଣ୍ଡ ଯୋଗୁଁ ଗତ ୮ଦିନ ହେଲା ପରିବାର ଲୋକେ ନଶୋଇ ରାତି ସାରା ଜାଗ୍ରତ ରହୁଛନ୍ତି । କାହିଁକି ନା କୌଣସି ସମୟରେ କୌଣସି ବି ସ୍ଥାନରେ ନିଆଁ ଲାଗିଯାଇପାରେ । ହଠାତ୍‌ କିଛି ସ୍ଥାନରୁ ଧୂଆଁ ବାହାରିବା ପରେ ପୋଡା ଗନ୍ଧ ଆସୁଛି । ଏହା ପରେ ପରିବାର ସଦସ୍ୟ ନିଆଁ ଲିଭାଇବାକୁ ଦୌଡୁଛନ୍ତି । ଏହି କାରଣରୁ ପୁରା ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ରହସ୍ୟମୟ ଘଟଣାର ତଦନ୍ତରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ନିୟୋଜିତ ଅଛନ୍ତି । ଏହି ଘଟଣାରେ ମାଜିଷ୍ଟ୍ରେଟ ରିଚା ସିଂ କହିଛନ୍ତି ଯେ,'' କେଉଁ ପରିସ୍ଥିତିରେ ଘରେ ନିଆଁ ଲାଗିଛି,ଏହା ଯାଞ୍ଚ କରାଯାଉଛି । ତେବେ କେଉଁ କାରଣରୁ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟୁଛି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.