ପାଟନା: ମଣିଷ ପେଟରୁ ବାହାରିଲା କାଚ ଗ୍ଲାସ । ଏ ଘଟଣା ଆଶର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଜିଲ୍ଲାରେ । ଜଣେ ୫୫ ବର୍ଷ ବୟସ୍କା ବ୍ୟକ୍ତିଙ୍କ ପେଟରୁ ଅପରେସନ ବେଳେ କାଚ ଗ୍ଲାସ୍ ବାହାର କରିଛନ୍ତି ଡାକ୍ତର । ରୋଗୀ ଜଣକ କୋଷ୍ଠକାଠିନ୍ୟ ଓ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଚିକିତ୍ସା ପାଇଁ ମୁଜାଫରପୁର ସହରର ମାଡିପୁର ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ଅପରେସନ ପରେ ତାଙ୍କ ପେଟରୁ କାଚ ଗ୍ଲାସ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି କି, ଆମେ ଯେତେବେଳେ ରୋଗୀଟିର ଅଲଟ୍ରାସାଉଣ୍ଡ ଏବଂ ଏକ୍ସ-ରେ କରିଥିଲୁ ଶରୀରରେ କିଛି ଗଡବଡ ଥିବା ଜାଣିବାକୁ ପାଇଥିଲୁ । ପରେ ଅପରେସନ କରିବାରୁ ତାଙ୍କ ପେଟରୁ ଗ୍ଲାସଟି ବାହାରି ଥିଲା । ରୋଗୀଙ୍କ ପେଟକୁ କାଚ ଗ୍ଲାସ କିପରି ଗଲା ତାହା ଏବେ ରହସ୍ୟ ଘେରରେ ।
ଡା. ମହମୁଦୁଲ ହାସନ ଆହୁରି କହିଛନ୍ତି, ଯେତେବେଳେ ଆମେ ପଚାରିଥିଲୁ, ରୋଗୀ କହିଥିଲେ ଯେ ସେ ଚା ପିଇବା ସମୟରେ ଗ୍ଲାସକୁ ଗିଳି ଦେଇଛନ୍ତି । ଏହି କଥାକୁ ବିଶ୍ବାସ କରିପାରିନଥିଲେ ଡାକ୍ତର । କାରଣ ମାନବ ଖାଦ୍ୟ ନଳୀ ଅତି ଛୋଟ ଅଟେ ସେଥିରୁ ଗ୍ଲାସ ପଶିଯିବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଛନ୍ତି ତେବେ ଅପରେସନ ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ