ETV Bharat / bharat

ଆଶ୍ଚର୍ଯ୍ୟ ! ବଞ୍ଚିଛନ୍ତି ବୋଲି ପ୍ରମାଣିତ କରିବାକୁ 6 ବର୍ଷ ଧରି ସଂଘର୍ଷ କରୁଛନ୍ତି ବୃଦ୍ଧ

author img

By ETV Bharat Odisha Team

Published : Sep 20, 2023, 10:36 PM IST

ସାନଭାଇର ଜମି ଦଖଲର ଷଡଯନ୍ତ୍ରର ଶିକାର ହେଲେ ବୃଦ୍ଧ । ବଞ୍ଚିଛନ୍ତି ବୋଲି ପ୍ରମାଣିତ କରିବାକୁ 6 ବର୍ଷ ଧରି ଜାରି ରଖିଛନ୍ତି ସଂଘର୍ଷ । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ ! ବଞ୍ଚିଛନ୍ତି ବୋଲି ପ୍ରମାଣିତ କରିବାକୁ 6 ବର୍ଷର ସଂଘର୍ଷ କଲେ ବୃଦ୍ଧ

ଲକ୍ଷ୍ନୌ: ଦୁଇ ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କାଗଜ’ ସମ୍ପର୍କରେ ଅଳ୍ପ ବହୁତ ଜାଣିଥିବେ । ଯେଉଁଥିରେ ମୁଖ୍ୟ ଚରିତ୍ର ବଞ୍ଚିଥିଲେ, ହେଲେ ସରକାରୀ କାଗଜପତ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତା’ ପରେ ନିଜକୁ ଜୀବନ୍ତ ବୋଲି ପ୍ରମାଣିତ କରିବା ପାଇଁ ତାଙ୍କର ଯେଉଁ ସଂଘର୍ଷ, ତାହା ହିଁ ଫିଲ୍ମରେ ଦର୍ଶାଯାଇଥିଲା । ହେଲେ ସେହିପରି ସମାନ ଏକ ଘଟଣା ସିନେମା ପରଦାରେ ନୁହେଁ ବରଂ ଉତ୍ତର ପ୍ରଦେଶର ମୁଜାଫରପୁରରେ ସାମ୍ନାକୁ ଆସିଛି । ବଞ୍ଚିଛନ୍ତି ବୋଲି ଜଣେ 82 ବର୍ଷୀୟ ବୃଦ୍ଧ ଦୀର୍ଘ 6 ବର୍ଷ ହେଲା ସଂଘର୍ଷ କରୁଛନ୍ତି ।

ସୂଚନା ଅନୁସାରେ, ଏହି ବୃଦ୍ଧଜଣକ ହେଉଛନ୍ତି ମୁଜାଫରପୁରର 80 ବର୍ଷୀୟ ବୃଦ୍ଧ ରଘୁରାଜ । ତାଙ୍କ ନାମରେ ଥିବା କିଛି ଜମିକୁ ଦଖଲ କରିବା ପାଇଁ ତାଙ୍କ ସାନ ଭାଇ ତାଙ୍କୁ ମୃତ ବୋଲି ସରକାରୀ ପ୍ରମାଣପତ୍ର ବାହାର କରିଥିବା ଅଭିଯୋଗ ହୋଇଛି । ଏହା ପରେ ସେ ସମସ୍ତ ସରକାରୀ କାଗଜପତ୍ରରେ ତାଙ୍କୁ ମୃତ ବୋଲି ଧରି ନିଆଯାଇଥିଲା । ସାନଭାଇ ମୃତ ପ୍ରମାଣପତ୍ର ଜରିଆରେ ତାଙ୍କ ନାମରେ ଥିବା ସମ୍ପତ୍ତି ମଧ୍ୟ ନିଜ ନାମକୁ ନେଇଗଲେ । ସାନଭାଇର ଷଡଯନ୍ତ୍ର ପାଇଁ ବୃଦ୍ଧଜଣକ କେବଳ ନିଜ ପ୍ରାପ୍ୟ ଜମିରୁ ବେଦଖଲ ହେଲେ ତାହା ନୁହେଁ, ବରଂ ସମସ୍ତ ସରକାରୀ ଯୋଜନା ଓ ସୁବିଧାରୁ ମଧ୍ୟ ବଞ୍ଚିତ ହେଲେ । ହାତରେ କାଗଜ ଧରି ନିଜକୁ ଜୀବନ୍ତ ବୋଲି ପ୍ରମାଣିତ କରିବା ପାଇଁ ଏ ଅଫିସରୁ ସେ ଅଫିସକୁ ଧାଇଁଲେ, ହେଲେ କିଛି ଫଳ ମିଳଲା ନାହିଁ ।

ଏହା ମଧ୍ୟ ପଢନ୍ତୁ :- କାନାଡାର ଶିଖ୍‌ ସିଙ୍ଗରଙ୍କ ମୁମ୍ବାଇ ଇଭେଣ୍ଟ ବାତିଲ କଲା BookMyShow

ତେବେ ସେ ଜିଲ୍ଲାସ୍ତରରେ ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ସେ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଆବାସ ସମ୍ମୁଖରେ ଆତ୍ମଦାହ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ । ଏବେ ଏବି ବୃଦ୍ଧଜଣକ ନିଜର ଅସ୍ଥିତ୍ବ ପାଇଁ ସଂଘର୍ଷ କରୁଥିବା କାହାଣୀ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଏ ସମ୍ପର୍କରେ ଅଭିଯୋଗ ହେବା ପରେ ତଦନ୍ତ ନିର୍ଦ୍ଦେଶ ମିଳିଛି । ତଦନ୍ତ ପରେ ପୁରା ଘଟଣା ଜଣାପଡିବ । ରିପୋର୍ଟ ମିଳିବା ପରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.