ETV Bharat / bharat

ଆଜି ଦେଶ ପାଳୁଛି 'Muslim Women Rights Day'

author img

By

Published : Jul 31, 2021, 6:51 PM IST

Updated : Aug 1, 2021, 7:27 AM IST

ଆଜି ଅର୍ଥାତ, 1 ଅଗଷ୍ଟ 2021ରେ ସମଗ୍ର ଦେଶ ପାଳନ କରୁଛି ମୁସଲିମ ମହିଳା ଅଧିକାର ଦିବସ । ସୂଚନା ଦେଲା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଆସନ୍ତାକାଲି ଦେଶ ପାଳିବ “Muslim Women Rights Day”

ନୂଆଦିଲ୍ଲୀ: ଆଜି ଅର୍ଥାତ, 1 ଅଗଷ୍ଟ 2021ରେ ସମଗ୍ର ଦେଶ ପାଳନ କରୁଛି ମୁସଲିମ ମହିଳା ଅଧିକାର ଦିବସ । ତିନି ତଲାକ ମୁସଲିମ ମହିଳାଙ୍କ ସ୍ବାଧୀନତା କ୍ଷୁର୍ଣ୍ଣ କରୁଥିବାବେଳେ ମୋଦି ସରକାର ଅଗଷ୍ଟ ୧ରେ ଟ୍ରିପଲ ତାଲାକ ନିରୋଧ ଆଇନ ପ୍ରଣୟନ କରିଥିଲେ । ଟ୍ରିପଲ ତାଲାକ ବିରୋଧରେ ଏହି ଦିବସ ପାଳନ କରାଯିବାକୁ ଥିବା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବାର୍ତ୍ତାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି କହିଛନ୍ତି, ଅଗଷ୍ଟ ୧ ତାରିଖ ୨୦୧୯ରେ ମୋଦି ସରକାର ଐତିହାସିକ ତିନି ତଲାକ ନିରୋଧ ଆଇନ ଆଣିଥିଲେ । ଯାହା ସଂଖ୍ୟାଲଘୁ ମୁସଲିମ ମହିଳାଙ୍କୁ ତାଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିଥିଲା । ଯାହାକୁ ସମଗ୍ର ଦେଶର ମୁସଲିମ ସମ୍ପ୍ରଦାୟର ମହିଳାଙ୍କ ଦ୍ବାରା ସ୍ବାଗତ କରାଯାଇଥିଲା । ତେଣୁ ଆଜିର ଦିନକୁ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ସଂଗଠନ ଦ୍ବାରା “Muslim Women Rights Day” ଭାବେ ପାଳନ କରାଯିବାକୁ ଧାର୍ଯ୍ୟ କରାଯାଇଛି ।

ସେହିପରି ନୂଆଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ ଓ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ୟାଦବ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ନକଭି ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ରର ମୋଦି ସରକାର ସଂଖ୍ୟାଲଘୁ ମହିଳାମାନଙ୍କ ସ୍ବାଭିମାନ ଓ ସ୍ବାଧିନତା ସହ ସେମାନଙ୍କ ସଶକ୍ତିକରଣ ଦିଗରେ ସଦା ପ୍ରଚେଷ୍ଟିତ । ସଂଖ୍ୟାଲଘୁ ମହିଳାମାନଙ୍କୁ ସାମାଜିକ ଓ ସାମ୍ବିଧାନିକ ନ୍ୟାୟ, ସ୍ବାଧୀନତା ପ୍ରଦାନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ଜାରି ରଖିଛି ବୋଲି କହିଛନ୍ତି ନକଭି ।

@ANI

Last Updated : Aug 1, 2021, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.