ETV Bharat / bharat

Hijab verdict: ମୁସଲିମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୟକଟ୍‌

author img

By

Published : Mar 15, 2022, 3:58 PM IST

ବହୁଚର୍ଚ୍ଚିତ ହିଜାବ ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ତେବେ ଏହି ରାୟକୁ ବିରୋଧ କରି ମୁସଲିମ ଛାତ୍ରଛାତ୍ରୀ ପରୀକ୍ଷା ବୟକଟ୍‌ କରିଛନ୍ତି । ଅଧିକ ପଢନ୍ତୁ

Hijab verdict: ମୁସଲିମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୟକଟ୍‌
Hijab verdict: ମୁସଲିମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୟକଟ୍‌

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ତେବେ ଏହି ରାୟକୁ ବିରୋଧ କରି ମୁସଲିମ ଛାତ୍ରଛାତ୍ରୀ ପରୀକ୍ଷା ବୟକଟ୍‌ କରିଛନ୍ତି । ଏଭଳି ଘଟଣା ୟାଦାଗିରି ଜିଲ୍ଲାର କେମ୍ବାୱିରେ ଥିବା ଏକ ସରକାରୀ ପ୍ରି-କଲେଜରେ ଦେଖିବାକୁ ମିଳିଛି ।

ସେହିପରି ହାଇକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରିବା ସହ କିଛି ଛାତ୍ର ଇସଲାମରେ ସରକାରଙ୍କ ଡ୍ରେସ କୋଡ୍ ନିୟମ ଏବଂ ହିଜାବ ଜରୁରୀ ନୁହେଁ ବୋଲି କହିଛନ୍ତି । ଏପଟେ ଶାନ୍ତି ଶୃଙ୍ଖଳା ଲାଗି ୟାଦାଗିରି ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରେ ପୋଲିସ ପ୍ରଶାସନ ପକ୍ଷରୁ ମୁତୟନ ହୋଇଛନ୍ତି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଲାଗି ୩ଜଣ ଡିଏସପି(DYSP), ୧୫ ଇନସ୍ପେକ୍ଟର(PI), ୩୦ ଏସଆଇ(PSI), 3ଶହ ପୋଲିସ କର୍ମଚାରୀ ଏବଂ ୪ ଡିଏଆର ଟ୍ରୁପ୍ସ(4 DAR troops) ମୁତୟନ ହୋଇଛନ୍ତି ।

ଏହା ବି ପଢନ୍ତୁ:Hijab Verdict: ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ମେହବୁବା

ଅନ୍ୟପଟେ କୌଣସି ସ୍ଥାନରେ କିଛି ଅପ୍ରୀତିକର ଘଟଣା ଘଟି ନଥିବା ପୋଲିସ କହିଛି । ଏପଟେ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ଏହି ରାୟକୁ ବିରୋଧ କରି ମୁସଲିମ୍‌ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.