ETV Bharat / bharat

Moosewala murder case: ଜେଲ ଭିତରେ ଗ୍ୟାଙ୍ଗୱାର, ଦୁଇ ଅଭିଯୁକ୍ତଙ୍କୁ ହତ୍ୟା - ପଞ୍ଜାବ ଗ୍ୟାଙ୍ଗଓ୍ବାର

ପଞ୍ଜାବ ଜେଲରେ ଗ୍ୟାଙ୍ଗଓ୍ବାର । ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ଅଧିକ ପଢନ୍ତୁ

ଜେଲରେ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା
ଜେଲରେ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା
author img

By

Published : Feb 26, 2023, 9:14 PM IST

ଜେଲ ଭିତରେ ଗ୍ୟାଙ୍ଗଓ୍ବାର, ଦୁଇ ଅଭିଯୁକ୍ତଙ୍କୁ ହତ୍ୟା

ଚଣ୍ଡିଗଡ: ବହୁଚର୍ଚ୍ଚିତ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଜେଲରେ ହତ୍ୟା କରାଯାଇଛି । ପଞ୍ଜାବର ଗୋଇନ୍ଦିଓ୍ବାଲ ସାହିବ କେନ୍ଦ୍ରୀୟ ଜେଲରେ ଗ୍ୟାଙ୍ଗଓ୍ବାରରେ ଉଭୟ ଅଭିଯୁକ୍ତଙ୍କ ଉପରେ ଧାରୁଆ ଅସ୍ତ୍ରରେ ହତ୍ୟା ଆକ୍ରମଣ କରି ହତ୍ୟା କରାଯାଇଛି । ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ବେଳେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ହତ୍ୟାର ଶିକାର ହୋଇଥିବା ଉଭୟ ଅଭିଯୁକ୍ତ ମନଦ୍ବୀପ ତୁଫାନ ଓ ମନୋମହନ ସିଂ । ଉଭୟ ମୁସେଓ୍ବାଲା ହତ୍ୟାକାଣ୍ଡରେ ସୁଟର ଭାବେ କାମ କରିଥିବା ପୋଲିସ କହିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ଆଜି ଅପରାହ୍ନ ପ୍ରାୟ 3ଟା ସମୟରେ ଗ୍ୟାଙ୍ଗଷ୍ଟାରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଥିଲା । ଏକ ଧାରୁଆ ଅସ୍ତ୍ରରେ ଏହି ଦୁଇଜଣଙ୍କୁ ଆକ୍ରମଣ କରିଥିଲା ଅନ୍ୟଜଣେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର । ଉଭୟଙ୍କୁ ଗୁରୁତର ଅସବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ତାରଣ ତାରଣ ହସ୍ପିଟାଲକୁ ପଠାଇଥିଲେ ଜେଲ କର୍ତ୍ତୃପକ୍ଷ । ହେଲେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଓ ହସ୍ପିଟାଲରେ ପହଞ୍ଚିବା କ୍ଷଣି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ସୂଚନା ରହିଛି ।

ତେବେ ଏହି ଜେଲରେ କେଉଁ ଗ୍ୟାଙ୍ଗର କେତେ ଅପରାଧୀ ରହୁଛନ୍ତି ଓ ଏହି ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନି । ବଚସାରୁ ହତ୍ୟାକାଣ୍ଡ ନା ପୂର୍ବ ପ୍ରାୟୋଜିତ ସେ ନେଇ ମଧ୍ୟ ବିଭିନ୍ନ ଦିଗକୁ ସନ୍ଦେହ ବଢୁଛି । ଜେଲରେ ହାଇଆଲର୍ଟ ଜାରି କରାଯାଇଛି । ପେଶାଗତ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଛି । ଗତବର୍ଷ ମେ’ 29 ତାରିଖରେ କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ମାନସା ଜିଲ୍ଲାରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏକାଧିକ ସୁଟର ଏକ ଗାଡିରେ ଆସି ମୁସେଓ୍ବାଲାଙ୍କ ଉପରେ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଗାଡି ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପଞ୍ଜାବରେ ଗ୍ଯାଙ୍ଗଷ୍ଟାରଙ୍କ ଦୌରାତ୍ମ ନେଇ ସାରା ଦେଶରେ ଚହଳ ପକାଇଥିଲା । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଏଥିରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ତାର କାନାଡା ସହଯୋଗୀ ଗୋଲ୍ଡି ବରାରର ପ୍ରତ୍ୟକ୍ଷ ହାତ ଥିବା ସନ୍ଦେହ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରମୁଖ ମୁସେଓ୍ବାଲାଙ୍କ ପରିବାରକୁ ଭେଟି ସମବୋଦନା ଜଣାଇବା ସହ ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.