ETV Bharat / bharat

ହାଫିଜ ସୟିଦ ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ

author img

By

Published : Apr 9, 2022, 11:16 AM IST

Updated : Apr 9, 2022, 11:22 AM IST

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ମହମ୍ମଦ ସୟିଦ ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ । ଆତଙ୍କବାଦ ନିରୋଧୀ ଆଇନ (UAPA) 1967 ଅନୁସାରେ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ହାଫିଜ ସୟିଦଙ୍କ ପୁଅ ହାଫିଜ ତାଲହା ସୟିଦଙ୍କୁ  ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ (Mumbai terror attack mastermind ) ହାଫିଜ ମହମ୍ମଦ ସୟିଦ ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ । UAPA ଆଇନ୍ ଅନୁସାରେ ତାକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ ।

ହାଫିଜ୍ ତଲହା ସୟିଦ ଲସ୍କର-ଏ-ତୋଏବା ( Let)ର ମୁଖ୍ୟ ଅଟେ । ସେ ଆତଙ୍କବାଦୀ ନିଯୁକ୍ତି, ପାଣ୍ଠି ସଂଗ୍ରହ, ଭାରତରେ LeT ଦ୍ୱାରା ଆକ୍ରମଣ ଏବଂ ଆଫଗାନିସ୍ତାନରେ ଭାରତ ବିରୋଧରେ ସକ୍ରିୟ ଭାବରେ ଜଡିତ ରହିଥିବା ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତକାଲି ହାପିଜ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ୩୧ ବର୍ଷ ଜେଲଦଣ୍ଡ ଶୁଣାଣି କରିଥିବା ବେଳେ ସମାନ ଦିନରେ ଭାରତର ଗୃହମନ୍ତ୍ରଣାଳୟ ହାଫିଜ ତାଲହା ସୟିଦଙ୍କୁ ଆତଙ୍କବାଦୀ ଘୋଷଣା କରିଛି ।

ଗୃହମନ୍ତ୍ରଣାଳୟ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ,ତଲହା ସୟିଦ ସକ୍ରିୟ ଆତଙ୍କବାଦୀ ଭାବେ ପାକିସ୍ତାନର ବିଭିନ୍ନ LeT କେନ୍ଦ୍ର ପରିଦର୍ଶନ କରିଛି ଏବଂ ଭାରତ, ଇସ୍ରାଏଲ୍‌, ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶରେ ଭାରତ ବିରୁଦ୍ଧରେ ଜିହାଦ୍ ପ୍ରଚାର କରିଆସୁଥିଲା ।

ସୂଚନା ଥାଉକି, ଗତକାଲି ହାଫିଜ୍ ସୟିଦକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଦୁଇଟି ମାମଲାର ଦୋଷୀ ସାବ୍ୟସ୍ତ କରାଯାଇଛି । ସେହିପରି ତାଙ୍କ ସମସ୍ତ ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହାଫିଜ ସୟିଦ୍‌ ତିଆରି କରିଥିବା ମସଜିଦ୍‌ ଏବଂ ମାଦ୍ରାସାକୁ ତାଙ୍କ ମାଲିକାନାରୁ କାଢ଼ି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2022, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.