ETV Bharat / bharat

ହଟିଲେ ମୁମ୍ବାଇ ପୋଲିସ କମିଶନର - ମୁମ୍ବାଇ ପୋଲିସ କମିଶନ

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ପଦରୁ ହଟାଇଲେ ସରକାର । ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ ପୋଲିସ କମିଶନର ପଦରୁ ହଟିଲେ ପରମବୀର ସିଂହ

author img

By

Published : Mar 17, 2021, 6:00 PM IST

Updated : Mar 17, 2021, 7:12 PM IST

ମୁମ୍ବାଇ: ଆଣ୍ଟିଲିଆ ମାମଲାକୁ ନେଇ ରାଜନୀତି ସରଗରମ ମଧ୍ୟରେ ହଟିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି ।

ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଦେଶମୁଖ ଟ୍ବିଟ କରି କହିଛନ୍ତି, ଏହା ସରକାରଙ୍କ ବଡ ନିଷ୍ପତ୍ତି । ହେମନ୍ତ ନଗରାଲେ ମୁମ୍ବାଇର ନୂଆ ପୋଲିସ କମିଶନର ହେବେ । ସେହିପରି ରଜନୀଶ ସେଠଙ୍କୁ ମହାରାଷ୍ଟ୍ର ପୋଲିସ ଡିଜିପିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ପରମବୀର ସିଂହ ହୋମଗାର୍ଡ ବିଭାଗର ଦାୟିତ୍ବ ସମ୍ଭାଳିବେ ।

ଆଣ୍ଟିଲିଆ ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ଗିରଫ ପରେ ପରମବୀର ସିଂହଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତାଙ୍କୁ ପଦରୁ ହଟାଯିବା ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା ।

ମଙ୍ଗଳବାର ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ପରମବୀର ସିଂହ । ସେପଟେ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଗାଡି ମିଳିବା ଘଟଣାର ତଦନ୍ତ କରୁଛି ଏନଆଇଏ । ଘଟଣା ପଛରେ ଅନେକ ବଡ ହାତ ଥିବା ନେଇ ଅନୁମାନ କରାଯାଉଛି ।

Last Updated : Mar 17, 2021, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.