ETV Bharat / bharat

ଡାକ୍ତରଖାନାରେ ଆଖିକୁ କାମୁଡିଲା ମୂଷା, ଚାଲିଗଲା ରୋଗୀର ଜୀବନ - ରୋଗୀକୁ କାମୁଡିଲା ମୂଷା

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ଆଖିକୁ କାମୁଡିଲା ମୂଷା । କିଛିଦିନ ପରେ ଯୁବକଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ...

ଡାକ୍ତରଖାନାରେ ଆଖିକୁ କାମୁଡିଲା ମୂଷା, ରୋଗୀ ମୃତ

author img

By

Published : Jun 24, 2021, 12:59 PM IST

ମୁମ୍ବାଇ:ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ଆଖିକୁ ମୂଷା କାମୁଡିବା ଦ୍ବାରା ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବମ୍ବେ ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୁବ୍ରମନ୍ୟମ ଘଟକପୁର ଅଞ୍ଚଳର ଜଣେ 24 ବର୍ଷୀୟ ଯୁବକଙ୍କ ଆଲକହଲ ଅଭାବରୁ ଲିଭର ସମସ୍ୟାଜନିତ ରୋଗରେ ପୀଡିତ ହୋଇ ମୁମ୍ବାଇ ସ୍ଥିତ ରାଜୱାଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଯୁବତୀଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା ।

ଏହି ସମୟରେ ମଙ୍ଗଳବାର ତାଙ୍କ ଆଖିକୁ ହସ୍ପିଟାଲରେ ମୂଷା କାମୁଡିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ମୁମ୍ବାଇ ମେୟର କିଶୋରୀ ପେଡେନେକର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ଯୁବକଙ୍କ ଆଖିକୁ ମୂଷା କାମୁଡି ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ମାତ୍ର ଏଥିରେ ତାଙ୍କ ଆଖିରେ ବିଶେଷ ଆଘାତ ଲାଗି ନ ଥିବା ମଧ୍ୟ କୁହା ଯାଇଥିଲା । ପରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏନେଇ ହସ୍ପିଟାଲ ଡିନ୍ ଡ. ବିଦ୍ୟା କହିଛନ୍ତି ଯେ, ଏପରି ଘଟଣାକୁ ଆଡେଇବା ପାଇଁ ଆଗକୁ ଧ୍ୟାନ ଦିଆଯିବା ସହ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.