ETV Bharat / bharat

ଭ୍ୟାକ୍ସିନର ଡବଲ ଡୋଜ ସତ୍ତ୍ବେ ମହିଳା ଡାକ୍ତରଙ୍କୁ ୩ ଥର କୋରୋନା, ଚିନ୍ତାରେ ବିଶେଷଜ୍ଞ

author img

By

Published : Jul 27, 2021, 8:19 PM IST

ମୁମ୍ବାଇର ଜଣେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ୧୩ ମାସ ଭିତରେ ୩ ଥର କୋରୋନା ହୋଇସାରିଲାଣି । ୨ ଥର ଭ୍ୟାକ୍ସିନ ଡୋଜ ନେଇସାରିବା ପରେ ହିଁ ସଂକ୍ରମଣର ଶିକାର ସାଜିଛନ୍ତି ଏହି ଡାକ୍ତର । ଅଧିକ ପଢନ୍ତୁ...

ଭ୍ୟାକ୍ସିନର ଡବଲ ଡୋଜ ସତ୍ତ୍ବେ ମହିଳା ଡାକ୍ତରଙ୍କୁ ୩ ଥର କୋରୋନା, ଚିନ୍ତାରେ ବିଶେଷଜ୍ଞ
ଭ୍ୟାକ୍ସିନର ଡବଲ ଡୋଜ ସତ୍ତ୍ବେ ମହିଳା ଡାକ୍ତରଙ୍କୁ ୩ ଥର କୋରୋନା, ଚିନ୍ତାରେ ବିଶେଷଜ୍ଞ

ମୁମ୍ବାଇ: ୧୩ ମାସ ଭିତରେ ୩ ଥର ହୋଇସାରିଲାଣି କୋରୋନା । ୨ ଥର ନେଇ ସାରିଛନ୍ତି ଟିକା । ହେଲେ ପିଛା ଛାଡୁନି ମାରାତ୍ମକ ଭାଇରସ । ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।

ମୁମ୍ବାଇର ଜଣେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ୧୩ ମାସ ଭିତରେ ୩ ଥର କୋରୋନା ହୋଇସାରିଲାଣି । ୨ ଥର ଭ୍ୟାକ୍ସିନ ଡୋଜ ନେଇସାରିବା ପରେ ହିଁ ସଂକ୍ରମଣର ଶିକାର ସାଜିଛନ୍ତି ଏହି ଡାକ୍ତର ।

ଡାକ୍ତରଙ୍କ ମା' ବାପା ଓ ଭାଇ ଭ୍ୟାକ୍ସିନର ଦୁଇଟି ଡୋଜ ନେବା ପରେ ଜୁଲାଇରେ ପ୍ରଥମ ଥର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସମ୍ପୂର୍ଣ୍ଣ ପରିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ବର୍ତ୍ତମାନ ଡାକ୍ତର ଓ ତାଙ୍କ ଭାଇଙ୍କର ସ୍ବାବ ଜିନୋମ ଅନୁସନ୍ଧାନ କରାଯାଉଛି । ଏହା ଭାଇରସର କୌଣସି ନୂଆ ଷ୍ଟ୍ରେନ କି ନୁହେଁ ବୋଲି ପରୀକ୍ଷା ନରୀକ୍ଷା ଚାଲିଛି ।

୨୬ ବର୍ଷୀୟ ମହିଳା ଡାକ୍ତର ସୃଷ୍ଟି ହଲାରୀ ଗତ ୧୩ ମାସ ଭିତରେ ଥରେ କି ଦୁଇଥର ନୁହେଁ, ବର ୩ ଥର କୋଭିଡ ପଜିଟିଭ ଚିହ୍ନ ହୋଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦୁଇଟି ଭ୍ୟାକ୍ସିନ ଡୋଜ ନେବା ପରେ ସୃଷ୍ଟି ୩ ଥର ପଜିଟିଭ ହୋଇଛନ୍ତି ।

କେବଳ ଡାକ୍ତର ସୃଷ୍ଟି ନୁହଁନ୍ତି, ତାଙ୍କର ପୁରା ପରିବାର ଏପ୍ରିଲରେ ୨ ଥର ଭ୍ୟାକ୍ସିନ ଡୋଜ ନେବା ପରେ ଜୁଲାଇରେ କୋଭିଡ ପଜିଟିଭ ହୋଇଛନ୍ତି । ମୁଲୁଣ୍ଡ ବୀର ସାବରକର ହସ୍ପିଟାଲରେ କୋଭିଡ ୱାର୍ଡରେ କାର୍ଯ୍ୟରତ ଡାକ୍ତର ସୃଷ୍ଟି ହଲାରୀଙ୍କୁ ୧୭ ଜୁନ ୨୦୨୦ରେ ପ୍ରଥମ ଥର କୋରୋନା ହୋଇଥିଲା ଆଉ ଲକ୍ଷଣ ସାମାନ୍ୟ ଥିଲା ।

ସୃଷ୍ଟି ମାର୍ଚ୍ଚ ୮ରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିଲେ । ସେହିପରି ୨୯ ଏପ୍ରିଲରେ ନେଇଥିଲେ ଦ୍ବିତୀୟ ଡୋଜ । ପୁରା ପରିବାରର ଏକାସାଙ୍ଗରେ ଟୀକାକରଣ ହୋଇଥିଲା । ହେଲେ ଏହାର ମାସକ ପରେ ମେ ୨୯ରେ ଡାକ୍ତର ସୃଷ୍ଟି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କଠାରେ ଲକ୍ଷଣ ଥିଲା । ମାତ୍ର ଘରେ ଆଇସୋଲେସନରେ ଭଲ ହୋଇଯାଇଥିଲେ ।

ଏତିକିରେ ମାମଲାରେ ପୂର୍ଣ୍ଣଛେଦ ପଡିନଥିଲା । ୧୧ ଜୁଲାଇରେ ପୁନର୍ବାର ଡାକ୍ତର ସୃଷ୍ଟି ତୃତୀୟ ଥର ପାଇଁ କୋଭିଡରେ ହୋଇଥିଲେ ଆକ୍ରାନ୍ତ । ଏଥର ଟେଷ୍ଟରେ ପୁରା ପରିବାର ପଜିଟିଭ ଚିହ୍ନଟ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁପଡିଥିବାବେଳେ ରେମିଡିସଭିୟରର ମଧ୍ୟ ଆବଶ୍ୟକତା ପଡିଥିଲା ।

ଏହି ଘଟଣା ଏଥିପାଇଁ ଆଶ୍ଚର୍ଯ୍ୟଜନକ, କାରଣ ଭ୍ୟାକ୍ସିନ ନେବା ପରେ ସୃଷ୍ଟିଙ୍କ ଶରୀରରେ ତିଆରି ହୋଇସାରିଥିଲା ଆଣ୍ଟିବଡି । ଏହା ସତ୍ତ୍ବେ ତୃତୀୟ ଥର ସୃଷ୍ଟି କୋରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.