ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ୨ ଓଡିଆ ଯୁବକଙ୍କୁ ଜାମିନ ମିଳିଛି । ଜାମିନ ପାଇଥିବା 2 ଯୁବକ ହେଲେ ମନୀଷ ରାଜଗରିଆ ଓ ଅଭିନ ସାହୁ । ଉଭୟଙ୍କୁ ଆଜି (ମଙ୍ଗଳବାର) ସ୍ବତନ୍ତ୍ର NDPS କୋର୍ଟରୁ ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ଓକିଲଙ୍କ ସୂଚନା ଅନୁସାରେ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ମନୀଷ ରାଜଗରିଆଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ଅଭିନ ସାହୁ ହେଉଛନ୍ତି ରଘୁନାଥପାଲ୍ଲୀର ।
@ANI