ETV Bharat / bharat

ମୁମ୍ବାଇ ବିମାନ ବନ୍ଦରରୁ 32 କୋଟି ମୂଲ୍ୟର 61 କେଜି ସୁନା ଜବତ, 7 ଗିରଫ

ମୁମ୍ବାଇ ବିମାନ ବନ୍ଦରରୁ ଜବତ ହେଲା 61 କେଜି ସୁନା (61 kg gold seized from Mumbai Airport)। ଆନୁମାନିକ ବଜାର ମୂଲ୍ୟ ପ୍ରାୟ 32 କୋଟି । 2ଜଣ ମହିଳାଙ୍କ ସମେତ ମୋଟ 7 ଯାତ୍ରୀ ଗିରଫ । ଅଧିକ ପଢନ୍ତୁ

ମୁମ୍ବାଇ ବିମାନ ବନ୍ଦରରୁ 32 କୋଟି ମୂଲ୍ୟର 61 କେଜି ସୁନା ଜବତ

author img

By

Published : Nov 13, 2022, 6:23 PM IST

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ଡିପାର୍ଟମେଣ୍ଟ ହାତରେ ଲାଗିଛି ବଡ ଧରଣର ସୁନା ତସ୍କରୀ ଗ୍ୟାଙ୍ଗ । ଗୋଟିଏ ଦିନରେ ଦୁଇଟି ପୃଥକ କାର୍ଯ୍ୟାନୁଷ୍ଠାନରେ 61 କେଜିର ସୁନା ଜବତ କରାଯାଇଛି (61 kg gold seized from Mumbai Airport) । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 32 କୋଟି ଟଙ୍କା ହେବା ନେଇ ପ୍ରାଥମିକ ଭାବେ ଆକଳନ କରାଯାଇଛି । 11 ନଭେମ୍ବରରେ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନରେ ଏହି ରାକେଟ ଧରା ପଡିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

  • Maharashtra | On 11th November, Mumbai Airport Customs seized 61 kg gold valued at Rs 32 crores and arrested seven passengers in two separate cases pic.twitter.com/uTCmbnhvgV

    — ANI (@ANI) November 13, 2022 " class="align-text-top noRightClick twitterSection" data=" ">

ତେବେ ଉଭୟ ମାମଲାରେ ମୋଟ 32 କୋଟି ଟଙ୍କାର ସୁନା ଜବତ ହେବା ସହ ଏଥିରେ 7ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ଯାତ୍ରୀଙ୍କ ମଧ୍ୟରେ 5 ଜଣ ପୁରୁଷ ଓ 2ଜଣ ମହିଳା ରହିଛନ୍ତି । ସେହିପରି ଗିରଫ ଯାତ୍ରୀଙ୍କ ପରିଚୟ ସମ୍ପର୍କରେ କଷ୍ଟମ ବିଭାଗ ସ୍ପଷ୍ଟ କରି ନଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ।

ଏହାପୂର୍ବରୁ ମଧ୍ୟ ବିମାନ ବନ୍ଦରରେ ବିପୁଳ ପରିମାଣର ସୁନା ଜବତ ହୋଇଥିବାର ନଜିର ରହିଛି । କିନ୍ତୁ ଗୋଟିଏ ଦିନରେ ଏତେ ପରିମାଣର ସୁନା ଜବତ ହେବା ଦୈନିକ ରେକର୍ଡ ଭାଙ୍ଗିଛି । ଘଟଣା ପରେ କଷ୍ଟମ ବିଭାଗ ମଧ୍ୟ ବିଦେଶରୁ ଆସୁଥିବା ଓ ସୁନା ତସ୍କରୀ ବହୁଳ ଦେଶରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ଚେକିଂ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.