ETV Bharat / bharat

ମହାରାଷ୍ଟ୍ରରେ ଜଳ ବିପତ୍ତି: ଗଲାଣୀ ୧୧୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jul 25, 2021, 10:08 AM IST

Updated : Jul 25, 2021, 10:22 AM IST

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ ସ୍ଥିତି । ବିଭିନ୍ନ ସ୍ଥାନରେ ମାଟି ଧସିବା ଯୋଗୁଁ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 53 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଭାସୁଛି ମହାରାMumbai : A total of 112 deaths, 3221 animal deaths in flood-hit areasଷ୍ଟ୍ର : ଗଲାଣୀ ୧୧୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି
ମହାରାଷ୍ଟ୍ରରେ ଜଳ ବିପତ୍ତି: ଗଲାଣୀ ୧୧୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ ସ୍ଥିତି । ବିଭିନ୍ନ ସ୍ଥାନରେ ମାଟି ଧସିବା ଯୋଗୁଁ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 53 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ୯୯ ଜଣ ଏବେବି ନିଖୋଜ ରହିଥିବା ବେଳେ ୧ ଲକ୍ଷ ୩୫ ହଜାର ୩୧୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 3221 ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି । ଏନେଇ ରିଲିଫ ଓ ରିହାବିଲେଟେସନ ବିଭାଗ(Relief and Rehabilitation Department) ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ବନ୍ୟା ଜଳ ଯୋଗୁଁ ରାସ୍ତା ଘାଟ ବୁଡି ଯାଇଛି । ସ୍ଥାନୀୟ ବାସିନ୍ଦା ସୁମି କହିଛନ୍ତି ଯେ, ଏଠାରେ ସ୍ଥିତି ଠିକ ନୁହିଁ । ପରିସ୍ଥିତି ଅଣାୟତ୍ତ ରହିଛି । ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସେପଟେ, ସାଙ୍ଗଲି ଜିଲ୍ଲାର ସାମଦୋଲି ଗାଁରେ ସ୍ଥିତି ସଙ୍ଗୀନ ରହିଛି । ଗାଁରେ ସମସ୍ତଙ୍କ ଘରେ ପାଣି ପଶିଥିବାରୁ ଗ୍ରାମବାସୀଙ୍କୁ ଅନ୍ୟ ଏକ ଗାଁକୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ସରପଞ୍ଚ । ପ୍ରାୟ 60-70 ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ, ରାଜ୍ୟର ରାଇଗଡ, ରତ୍ନଗିରି ଓ ସତରାରେ ଭୂସ୍ଖଳନରେ ହୋଇଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRFର ୨୬ଟି ଟିମ ଲାଗିଛନ୍ତି । ମୁମ୍ବାଇ, ଥାନେ, ରତ୍ନାଗିରି, ପାଲଘର, ରାୟଗଡ, ସାହାରା, ସାଙ୍ଗଲି, ସିନ୍ଧୁଦର୍ଗ ନାଗର ଏବଂ କୋଲହାପୁରରେ ଏନଡିଆରଏଫ ନିୟୋଜିତ ରହିଛନ୍ତି । ଅତିରିକ୍ତ ଆଠଟି ଦଳ ମହାରାଷ୍ଟ୍ରରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଏହାପୂର୍ବରୁ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି 36 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମ୍ ପହଞ୍ଚି ଥିଲା । ହେଲେ ଏୟାର ଲିଫ୍ଟ ଯୋଗେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ନଥିଲା। ପାଗ ଖରାପ ପାଗ ଯୋଗୁଁ ବିମାନଟି ସେଠାରେ ଅବତରଣ କରିପାରିନଥିଲା ।

@ANI

Last Updated : Jul 25, 2021, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.