ETV Bharat / bharat

ଏକକାଳୀନ ଇସ୍ତଫା ଦେଲେ ମଧ୍ୟପ୍ରଦେଶର 2500 ଡାକ୍ତର

ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା 2500 ଜୁନିୟର ଡାକ୍ତରଙ୍କ ଇସ୍ତଫା । ସରକାର ଦାବି ନ ଶୁଣୁଥିବାରୁ ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଏକକାଳୀନ ଇସ୍ତଫା ଦେଲେ ମଧ୍ୟ ପ୍ରଦେଶର 2500 ଡାକ୍ତର

author img

By

Published : Jun 4, 2021, 2:15 PM IST

ଭୋପାଲ: ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା 2500 ଜୁନିୟର ଡାକ୍ତରଙ୍କ ଇସ୍ତଫା । ଏମାନଙ୍କ ମଧ୍ୟରୁ ଶ୍ୟାମଶାହ ମେଡିକାଲ କଲେଜରୁ 178 ଜୁନିୟର ଡାକ୍ତର ଥିବା ଜଣାପଡିଛି । ଫଳରେ ରେଓ୍ବାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ୟପଟେ କିଛିଦିନ ତଳେ ପ୍ରଶାସନ ପକ୍ଷରୁ 400 ଡାକ୍ତରଙ୍କୁ ବହିଷ୍କାର କରାଯାଇଛି ।

ସୂଚନା ଅନୁଯାୟୀ ମଧ୍ୟ ପ୍ରଦେଶ ସରକାର ଡାକ୍ତରଙ୍କ ଦାବିନ ନମାନିବାରୁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ମୋଟ 2500 ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି । ଗତ 3 ଦିନ ହେବ ଷ୍ଟାଇପେଣ୍ଡ ସମେତ 6 ଟି ଦାବି ନେଇ ଜୁନିୟର ଡାକ୍ତରମାନେ ଧାରଣା ଦେଇଥିଲେ । ସରକାର ଏମାନଙ୍କ ଦାବିକୁ ମାନିବାକୁ ନାରାଜ ଥିବା ଅଭିଯୋଗ କରିଛନ୍ତି ଡାକ୍ତର । ତେବେ ଡାକ୍ତରମାନେ କହିଛନ୍ତି ଯେ, ସେମାନେ ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଦାବି ମାନିବାକୁ ନାରାଜ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଜୁନିଅର ଡାକ୍ତର ସଂଘ(JUDA)ର ସଦସ୍ୟମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଜୁନିୟର ଡାକ୍ତରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଶୁଣିବା ଉଚିତ ଏବଂ ଉପଯୁକ୍ତ ନିଷ୍ପତ୍ତି ନେଇ ସେମାନଙ୍କୁ କାର୍ଯ୍ୟକୁ ଫେରିବାରେ ସାହାଯ୍ୟ କରିବା ଉଚିତ୍ ।

ସେପଟେ ଶ୍ୟାମଶାହ ମେଡିକାଲ କଲେଜର 100 ଜଣ ଡାକ୍ତର ଗୁରୁବାର ସନ୍ଧ୍ୟାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.