ETV Bharat / bharat

ମଧ୍ୟପ୍ରଦେଶ ଭିଣ୍ଡ ଜେଲରେ ଭୁଶୁଡିଲା ଛାତ, ୨୨ କଏଦୀ ଆହତ

ମଧ୍ୟପ୍ରଦେଶ ଭିଣ୍ଡ ଜେଲରେ କଏଦୀ ଶୋଇବା ସମୟରେ ଭୁଶୁଡିଲା ଛାତ । ୨୨ ଜଣ କଏଦୀ ଆହତ ହୋଇଥିବା ମିଳିଛି ସୂଚନା । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଭିଣ୍ଡ ଜେଲରେ ଭୁଶୁଡିଲା ଛାତ, ୨୨ କଏଦୀ ଆହତ
ମଧ୍ୟପ୍ରଦେଶ ଭିଣ୍ଡ ଜେଲରେ ଭୁଶୁଡିଲା ଛାତ, ୨୨ କଏଦୀ ଆହତ
author img

By

Published : Jul 31, 2021, 3:41 PM IST

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଜେଲରେ ଶନିବାର ଘଟିଛି ଅଘଟଣ । ଜେଲର ଛାତ ଭୁଶୁଡିବା ପରେ ୨୨ ଜଣ କଏଦୀ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ସକାଳ ପ୍ରାୟ ୫ଟା ସମୟରେ ଏଭଳି ଘଟଣା ଘଟିଥିବା ବେଳେ ହଠାତ ଜେଲରେ ସମସ୍ତେ ବାହାରକୁ ଦୌଡିଥିବା ଦେଖିବାକୁ ମିଳିଥିଲା ।

ଘଟଣା ସମ୍ପର୍କରେ ଖବର ପାଇବା ପରେ SP ମନୋଜ ସିଂ ଓ ଜିଲ୍ଲାପାଳ ଡ଼ ସତିଶ କୁମାର ଜେଲରେ ପହଞ୍ଚି ଆହତ କଏଦୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଜେଲଟି ୧୫୦ ବର୍ଷ ପୁରାତନ ହୋଇଥିବାବେଳେ ୬ ନମ୍ବର କୋଠରୀଟି ଦୟନୀୟ ଅବସ୍ଥାରେ ଥିଲା । ତେବେ ଛାତ ଭୁଶୁଡିବା ପରେ ଏହି କୋଠରୀଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଘଟଣାସ୍ଥଳରେ ଥିବା ପ୍ରାୟ ୨୨ ଜଣ କଏଦୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ କିଏ ମୃତାହତ ହୋଇଥିବା ସୂଚନା ମିଳିନାହିଁ ବୋଲି କହିଛନ୍ତି ଏସପି ମନୋଜ ।

ଭିଣ୍ଡ ଜେଲରେ ମୋଟ ୨୫୫ କଏଦୀ ଥିବା ବେଳେ ଘଟଣା ଘଟିବା ସମୟରେ ୬୪ ଜଣ କଏଦୀ ସେଠାରେ ଥିଲେ । ସମସ୍ତ ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର କଏଦୀଙ୍କୁ ଭିଣ୍ଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଗ୍ବାଲିଅରକୁ ସ୍ଥାନାନ୍ତର କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.