ETV Bharat / bharat

ବିବାହ ସାରି ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 5 ମୃତ, 50 ଆହତ

author img

By

Published : Mar 18, 2021, 5:10 PM IST

ବିବାହରୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 5 ଜଣଙ୍କ ଜୀବନ, 50ରୁ ଊର୍ଦ୍ଧ୍ବ ଗୁରୁତର । ଅଧିକ ପଢନ୍ତୁ....

ବିବାହରୁ ଫେରୁଥିବାବେଳେ ମର୍ମଦୁଦ ସଡକ ଦୁର୍ଘଟଣା; 5 ମୃତ ,50 ଆହତ

ଭୋପାଲ: ବିବାହରୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ 50ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରେଦଶ ମଣ୍ଡଲା ଜିଲ୍ଲା ଟିକରିଆ ଥାନା ଅନ୍ତର୍ଗତ ପୋତଲା ଗ୍ରାମ ନିକଟରେ । ସମସ୍ତ ଆହତଙ୍କୁ ନିକଟସ୍ଥ ନାରାୟଣଗଞ୍ଜ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । । ଗୁରୁତରଙ୍କ ମଧ୍ୟରୁ 12 ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅତି ଗମ୍ଭୀର ଭାବେ ଆହତ ହୋଇଥିବା 34 ଜଣଙ୍କୁ ଜବଲପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏକ 709 ମାଲବାହୀ ଟ୍ରକ ବରଯାତ୍ରୀଙ୍କୁ ଧରି ଫେରୁଥିଲା । ଗାଡିଟି ନିଜ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବାବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ।

ତେବେ ଦୁର୍ଘଟଣା ଘଟିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଟ୍ରକର ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ଅଭିଯୋଗ ହୋଇଥିଲା ସୁଦ୍ଧା ତାହାର ସତ୍ୟତା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି । ପ୍ରାଥମିକ ଭାବେ ଏହା ଅତ୍ୟଧିକ ଯାତ୍ରୀ ପରିବହନ ଓ ନିୟନ୍ତ୍ରଣ ହରାଇବା କାରଣରୁ ହୋଇଥାଏ ପାରେ ବୋଲି କହିଛନ୍ତି ମାଣ୍ଡଲା ଏସପି ୟସପାଲ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.