ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ, ନିଜ ଛୁଆର ମୃତଦେହକୁ ଗାଡି ଡିକିରେ ରଖି କଲେକ୍ଟରଙ୍କ ଦ୍ୱାରସ୍ଥ ହେଲା ବାପା - ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲା

ଆମ୍ବୁଲାନ୍ସ ନମିଳିବାରୁ ନିଜ ଛୁଆର ମୃତଦେହକୁ ଗାଡି ଡିକିରେ ରଖି କଲେକ୍ଟର ଅଫିସ ଗଲା ବାପା । ମଧ୍ୟ ପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଦେଖାଦେଇଛି ଏଭଳି ଲୋମଟାଙ୍କୁରା ଦୃଶ୍ୟ ।ଅଧିକ ପଢନ୍ତୁ

ମୃତଦେହକୁ ଗାଡି ଡିକିରେ ରଖି କଲେକ୍ଟରଙ୍କ ଦ୍ବାରସ୍ଥ ହେଲା ବାପା

author img

By

Published : Oct 19, 2022, 10:45 PM IST

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରୁ ସମସ୍ତଙ୍କୁ ବିଚଳିତ କରିଲା ଭଲି ଖବର ସାମ୍ନାକୁ ଆସିଛି । ଏଠାରେ ଆମ୍ବୁଲାନ୍ସ ନମିଳିବାରୁ ନିଜ ଛୁଆର ମୃତଦେହକୁ ଡିକିରେ ରଖି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ହସ୍ପିଟାଲ୍‌ରୁ ଆମ୍ବୁଲାନ୍ସ ନମିଳିବାରୁ ନିଜ ହୃଦୟକୁ ପଥର କରି ନିଜ ପୁଅକୁ ଡିକିରେ ନେଇ କଲେକ୍ଟର ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ ବୋଲି ସୂଚନା ରହିଛି(Innocent Child body in Diggy of Motorcycle) । ପିତାଙ୍କର ଏଭଳି ସାହାସକୁ ଶତଃ ପ୍ରଣାମ । ସ୍ବାସ୍ଥ୍ୟସେବାକୁ ନେଇ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହି ଦୃଶ୍ୟ ହିଁ ପ୍ରକୃତ ସତ୍ୟ ବାରି ହୋଇଯାଉଛି ।

ସୂଚନାଅନୁସାରେ, ୟୁପିର ସୋନଭଦ୍ରା ଜିଲ୍ଲାରେ ରହୁଥିବା ଦିନେଶ ନିଜ ପତ୍ନୀଙ୍କର ପ୍ରସବ କରାଇବା ପାଇଁ ମଧ୍ୟପ୍ରଦେଶର ସିଙ୍ଗରୌଲିର ଏକ ହସ୍ପିଟାଲକୁ ଆଣିଥିଲେ ।ତେବେ ଜିଲ୍ଲା ହସ୍ପିଟାଲର ଡାକ୍ତର ତାଙ୍କୁ ପ୍ରସବ କରାଇବା ପରିବର୍ତ୍ତେ ଏକ ଘରୋଇ କ୍ଲିନିକକୁ ପଠାଇଥିଲା । ତେବେ ଘରୋଇ କ୍ଲିନିକର ଡାକ୍ତରମାନେ ଗର୍ଭରେ ହିଁ ଛୁଆଟିର ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣିଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ । ତେବେ ସେଠାରେ ପ୍ରସବ ହୋଇ ଏକ ମୃତ ଶିଶୁ ଜନ୍ମ ହୋଇଥିଲା । ଏହାଦେଖି ଦୁଋଖରେ ଭାଙ୍ଗି ପଡିଥିଲେ ବାପା ମାଆ । ତେବେ ଶୁଶୁଟିର ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ଆମ୍ବୁଲନ୍ସ ମାଗିଥିଲେ । କିନ୍ତୁ ଆମ୍ବୁଲାନ୍ସ ମିଳିପାରିନଥିଲା । ଯେଉଁ ଗାଡି ଡିକିରେ ଏକ ବାପା ନିଜ ଛୁଆଙ୍କ ପାଇଁ ଖେଳନା ଭର୍ତ୍ତିକରି ଆଣେ ଛାତିକୁ ପଥର କରି ସେହି ଡିକିରେ ନିଜ ଛୁଆର ମୃତଦେହକୁ ରଖି କଲେକ୍ଟରଙ୍କ ନିକଟକୁ ଯାଇଥିଲେ । ଛୁଆକୁ କିପରି ଘରକୁ ନେବି ପ୍ରଶ୍ନ କରିବା ପାଇଁ ଆଖିର ଲୁହ, ହୃଦୟର କୋହକୁ ଚାପିରଖି କଲେକ୍ଟର ଅଫିସ ପହଞ୍ଚିଥିଲେ ଦିନେଶ । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: ମିଳିଲାନି ଆମ୍ବୁଲାନ୍ସ, କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ବସିଲା ନାବାଳକ

ମୃତଦେହ ପାଇଁ ଆମ୍ବୁଲାନ୍ସ ନମିଳିବା ଏହା କୌଣସି ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ମୁରୈନା ଜିଲ୍ଲା ଅନ୍ତର୍ଗତ ବଡଫରା ନିବାସୀ ପୂଜାରାମ ଜାଟବଙ୍କ ଦୁଇ ବର୍ଷର ପୁଅ ଏନିମିୟା ଏବଂ ପେଟରେ ପାଣି ରହିବା ଭଳି ରୋଗରେ ପୀଡିତ ଥିଲା । ଶିଶୁଟିର ଅମ୍ବାହ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ବାରୁ ଆମ୍ବୁଲାନ୍ସ ଯୋଗେ ପରେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତିରତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାପରେ ବାପା ପୂଜାରାମ ମୃତଦେହ ଗାଁକୁ ନେବା ପାଇଁ ଡାକ୍ତରଙ୍କୁ ଆମ୍ବୁଲାନ୍ସ ସମ୍ପର୍କରେ ପଚାରି ଥିଲେ । ହେଲେ ହସ୍ପିଟାଲରେ କୌଣସି ଆମ୍ବୁଲାନ୍ସ ନଥିବା ଡାକ୍ତର କହିବା ସହ ଭଡା ଗାଡିରେ ଯିବାକୁ କହିଥିଲେ ।

କିନ୍ତୁ ହସ୍ପିଟାଲ ପରିସରରେ ଏକ ଆମ୍ବୁଲାନ୍ସ ଛିଡା ହୋଇଥିବାର ପୂଜାରାମ ଦେଖିବାକୁ ପାଇଥିଲେ । ଏହି ଆମ୍ବୁଲାନ୍ସରେ ପୁଅ ମୃତଦେହ ନେବା ପାଇଁ କହିବାରୁ ଏଥିପାଇଁ ଗାଡିର ସଂଚାଳକ ତାଙ୍କ ଠାରୁ ଦେଢ ହଜାର ଟଙ୍କା ଦାବି କରିଥିଲେ । ହେଲେ ଏତେ ଟଙ୍କା ଦେବାକୁ ଗରୀବ ବାପାର ବଳ ନଥିଲା । ତେଣୁ ପୂଜାରାମ ନିଜ ୮ ବର୍ଷର ପୁଅକୁ ପାଖରେ ଥିବା ନେହୁର ପାର୍କ ସାମ୍ନା ରାସ୍ତାକଡରେ ବସାଇ ଏବଂ ତା' କୋଳରେ ମୃତ ପୁଅକୁ ରଖି ଶସ୍ତା ଭଡା ଗାଡି ଖୋଜିବାକୁ ଚାଲି ଯାଇଥିଲେ ।

ଯାହାପରେ ୮ ବର୍ଷର ନିରୀହ ପିଲାଟି ସାନଭାଇ ମୃତଦେହ ସହ ରାସ୍ତାକଡରରେ ଘଣ୍ଟା ଘଣ୍ଟା ଧରି ବାପାଙ୍କ ଅପେକ୍ଷା ବସି ରହିଥିଲା ଏବଂ କାନ୍ଦିବାକୁ ଲାଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.