ହାଇଦ୍ରାବାଦ: ଧର୍ମାନ୍ତରୀକରଣ ଓ ଆତଙ୍କବାଦ ଆଧାରିତ ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଚଳଚିତ୍ର ‘ଦ କେରଳ ଷ୍ଟୋରୀ’ କୁ ନେଇ ଉଭୟ ଚର୍ଚ୍ଚା ଓ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଗତକାଲି (ଶୁକ୍ରବାର) ପରଦାକୁ ଆସିଥିବା ଏହି ଚଳଚିତ୍ରକୁ ମଧ୍ୟ ପ୍ରଦେଶରେ ଟାକ୍ସ-ଫ୍ରୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଏକ ଭିଡିଓ ଟ୍ବିଟ ମାଧ୍ୟମରେ ଏହା ଘୋଷଣା କରିବା ସହ ଚଳଚିତ୍ରକୁ ପ୍ରଶଂସା କରିଛନ୍ତି । ଏହି ଚଳଚିତ୍ର ଗତକାଲି ପରଦାକୁ ଆସିଛି । ରିଲିଜ ପୂର୍ବରୁ ଏହାକୁ ନେଇ ବିବାଦ ଓ ରାଜନୀତି ଜାରି ରହିଛି । ବିଜେପି ଏହାକୁ ପ୍ରଶଂସା କରୁଥିବା ବେଳେ କିଛି ବିରୋଧୀ ରାଜନୈତିକ ଦଳ ଚଳଚିତ୍ରର କଥାବସ୍ତୁକୁ ମିଥ୍ୟା ଓ ମନଗଢା ବୋଲି ଅଭିଯୋଗ କରୁଛନ୍ତି ।
-
आतंकवाद की भयावह सच्चाई को उजागर करती फिल्म 'The Kerala Story' मध्यप्रदेश में टैक्स फ्री की जा रही है। pic.twitter.com/l5oizjqK7j
— Shivraj Singh Chouhan (@ChouhanShivraj) May 6, 2023 " class="align-text-top noRightClick twitterSection" data="
">आतंकवाद की भयावह सच्चाई को उजागर करती फिल्म 'The Kerala Story' मध्यप्रदेश में टैक्स फ्री की जा रही है। pic.twitter.com/l5oizjqK7j
— Shivraj Singh Chouhan (@ChouhanShivraj) May 6, 2023आतंकवाद की भयावह सच्चाई को उजागर करती फिल्म 'The Kerala Story' मध्यप्रदेश में टैक्स फ्री की जा रही है। pic.twitter.com/l5oizjqK7j
— Shivraj Singh Chouhan (@ChouhanShivraj) May 6, 2023
ରିଲିଜ ହେବା ପୂର୍ବରୁ ଏହାକୁ ମଧ୍ୟ ପ୍ରଦେଶରେ ଟାକ୍ସ-ଫ୍ରି କରିବା ନେଇ ବିଜେପି ଓ କେତକ ହିନ୍ଦୁ ସଂଗଠନ ଦାବି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫିଲ୍ମକୁ ଟାକ୍ସ-ଫ୍ରି କରାଯାଉଥିବା ନିଜେ ଟ୍ବିଟ କରି ସୂଚନା ଦେଇଥିଲେ । ସେ ଏକ ଭିଡିଓ ବାର୍ତ୍ତାରେ ସେ ଏହି ଘୋଷଣା କରିବା ସହ ଫିଲ୍ମକୁ ପ୍ରଶଂସା ମଧ୍ୟ କରିଥିଲେ । ଏହି ଚଳଚିତ୍ରରେ ଆତଙ୍କବାଦର ଭୟାବହତା ବର୍ଣ୍ଣନା କରାଯାଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଥିଲେ ।
ଏହି ଚଳଚିତ୍ର ଗତକାଲି ପରଦାକୁ ଆସିଥିବା ବେଳେ ଏହାକୁ ନେଇ ପୂର୍ବରୁ ଚର୍ଚ୍ଚା ଆରମ୍ଭ ଲାଗି ରହିଛି । ଏବେ ଏହାର ରିଲିଜ ପରେ ଦର୍ଶକ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏହା କେରଳରେ ଏକ ମହିଳା ଗୋଷ୍ଠୀକୁ ଧର୍ମ ପରିବର୍ତ୍ତନ ଓ ଆତଙ୍କବାଦରେ ସାମିଲ କରାଯିବା ପରି ବାସ୍ତବ ଘଟଣା ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ଦାବି କରୁଛି । କିଛି ବିରୋଧୀ ଦଳ ଏହାକୁ ମିଥ୍ୟା ଓ ଅବସ୍ତାବ କାହାଣୀ ବୋଲି କହି ସମାଲୋଚନା କରୁଛନ୍ତି ।
ଏହି କାହାଣୀ କେରଳର କିଛି ହିନ୍ଦୁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇ ଇସଲାମ ଧର୍ମ ଗ୍ରହଣ କରାଇବା ଓ ପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ରେ ସାମିଲ କରିବା ପାଇଁ ହେଉଥିବା ଷଡଯନ୍ତ୍ର ଉପରେ ଆଧାରିତ । ଏହି ଧର୍ମ ପରିବର୍ତ୍ତନ ଷଡଯନ୍ତ୍ର କେରଳରେ ପ୍ରାୟ 32 ହଜାର ହିନ୍ଦୁ ଯୁବତୀ ଓ ମହିଳା ଶିକାର ହୋଇଥିବା ଦର୍ଶାଯାଇଛି । ଏହାକୁ ବିପୁଲ ଅମୃତଲାଲ ସାହା ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ଏହା ଗତକାଲି ପରଦାକୁ ଆସିଛି ।
ଏହି ଚଳଚିତ୍ରକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ମାମଲା କେରଳ ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ହେଲେ ଏହାର ରିଲିଜ୍ ଉପରେ ରୋକ ଲଗାଇବାକୁ କୋର୍ଟ ମନା କରି ଦେଇଥିଲେ । ଏବେ ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ଏହାକୁ ଟାକ୍ସ-ଫ୍ରି କରାଯିବା ପରେ ଅନ୍ୟ କିଛି ବିଜେପି ଶାସିତ ରାଜ୍ୟରେ ଏହାକୁ ଟାକ୍ସ-ଫ୍ରି କରାଯିବା ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ