ETV Bharat / bharat

ଆର୍ଥିକ ଅନଟନରେ ଉବୁଟୁବୁ ଏଭରେଷ୍ଟ ଆରୋହୀ, ସ୍ବପ୍ନ ପୂରଣ ପରେ ଘାରିଲା ଋଣ ଚିନ୍ତା - ଏଭରେଷ୍ଟ ଆରୋହୀ କସ୍ତରୀ ସାବେରକର

ଆର୍ଥିକ ସମସ୍ୟା ରୂପୀ ପାହାଡ଼ ଆଗରେ ଝୁଣ୍ଟିପଡିଛନ୍ତି ଯୁବ ଏଭରେଷ୍ଟ ଆରୋହୀ କସ୍ତୁରୀ ସାବେକର । ଧାର ଉଦ୍ଧାର କରି ଏଭରେଷ୍ଟ ଚଢିଛନ୍ତି । ଏବେ ବକେୟା ଅର୍ଥକୁ ସୁଝିବାରେ ଲାଗିଥିବା ବେଳେ ଏଭରେଷ୍ଟ ଚଢି ଚାଲି ଚାଲି ଘରକୁ ଫେରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆର୍ଥିକ ଅନଟନରେ ଉବୁଟୁବୁ ବିଶ୍ବର ସର୍ବକନିଷ୍ଠ ଏଭରେଷ୍ଟ ଆରୋହୀ, ସ୍ବପ୍ନ ପୂରଣ ପରେ ଘାରିଲା ଋଣ ଚିନ୍ତା

author img

By

Published : May 21, 2022, 7:36 AM IST

ମୁମ୍ବାଇ: ମହାରାଷ୍ଟ୍ର କୋଲହାପୁରର ଝିଅ ତଥା ମାଉଣ୍ଟ ଏଭରେଷ୍ଟ ଆରୋହୀ(World' youngest woman mountaineer) କସ୍ତୁରୀ ସାବେକର । ମାଉଣ୍ଟ ଏଭରେଷ୍ଟ ଚଢି ସେ ନିଜ ସ୍ବପ୍ନ ପୂରଣ କରିଛନ୍ତି ସତ, କିନ୍ତୁ ବାସ୍ତବ ଜୀବନରେ ଆର୍ଥିକ ଅନଟନର ପାହାଡ଼ ଆଗରେ ସେ ଝୁଣ୍ଟିପଡ଼ିଛନ୍ତି । ଅନେକଙ୍କଠୁ ଧାର କରି ଅର୍ଥ ଏକଜୁଟ କରିବା ପରେ ସେ ମାଉଣ୍ଟ ଏଭରେଷ୍ଟ ଚଢିବା ଲାଗି ଯାତ୍ରା ଆରମ୍ଭ କରିଥିଲେ ଆଉ ସଫଳ ହୋଇଥିଲେ ମଧ୍ୟ । ମାତ୍ର ଏବେ ଏଭରେଷ୍ଟ ଚଢିବା ପରେ ଘରକୁ ଫେରିବା ପାଇଁ ତାଙ୍କ ନିକଟରେ ଅର୍ଥ ନାହିଁ । ଫଳରେ ସେ ଚାଲି ଚାଲି ଘରକୁ ଫେରିଛନ୍ତି ।

ଆର୍ଥିକ ସମସ୍ୟା ରୂପୀ ପର୍ବତ ଆଗରେ ଝୁଣ୍ଟିପଡିଲେ ଏଭରେଷ୍ଟ ଆରୋହୀ

ଗତ ମେ ୯ ତାରିଖରେ କସ୍ତୁରୀ ମାଉଣ୍ଟ ଏଭରେଷ୍ଟ ଚଢିଥିଲେ । ଏହାପରେ ମେ ୧୪ ତାରିଖରେ ସେ ଶିଖରରେ ପହଞ୍ଚିବା ପରେ ଗୌରବର ସହ ଜାତୀୟ ପତାକା ଉଡାଇଥିଲେ । ଏହି ଯାତ୍ରା ପାଇଁ ଅତି କମରେ ୫୦ ଲକ୍ଷ ଅର୍ଥର ଆବଶ୍ୟକତା ରହିଥାଏ । କସ୍ତୁରୀଙ୍କ ଏଥିପ୍ରତି ମନୋବଳ ଦେଖି ତାଙ୍କ ପିତା ଦୀପକ ସାବେରକର ଧାର ଉଦ୍ଧାର କରି ଅର୍ଥ ଯୋଗାଡ଼ କରିଥିଲେ । ଏହି ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ କସ୍ତୁରୀଙ୍କ ପରିବାର ୨୮ ଲକ୍ଷ ୫୬ ହଜାର ଟଙ୍କା ସୁଝି ସାରିଛନ୍ତି । ବାକି ଅର୍ଥକୁ ସୁଝିବା ଲାଗି ପରିବାର ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ।

ଏହି ବକେୟା ଅର୍ଥକୁ ସୁଝିବା ଲାଗି କସ୍ତୁରୀଙ୍କ ପରିବାର ପୁଣି ଅର୍ଥ ଧାର ଆଣୁଛନ୍ତି । ଏଭଳି ସ୍ଥିତିରେ ବିରାଟ ବଡ଼ ପାହାଡ଼କୁ ସିନା କସ୍ତୁରୀ ଚଢିଯାଇଛନ୍ତି, ମାତ୍ର ଏହି ଆର୍ଥିକ ସମସ୍ୟା ରୂପେ ତାଙ୍କ ସାମନାରେ ଠିଆ ହୋଇଥିବା ପର୍ବତ ଆଗରେ ଝୁଣ୍ଟିପଡ଼ିଛନ୍ତି । ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ଲାଗି କସ୍ତରୀଙ୍କ ପିତା ବିଭିନ୍ନ ଏନଜିଓ ସଂସ୍ଥା ତଥା ଶିଳ୍ପାନୁଷ୍ଠାନ ଆଦିର ସହାୟତା ଲୋଡ଼ିଛନ୍ତି ।

ଆପଣ ଯଦି କସ୍ତୁରୀଙ୍କ ପରିବାରକୁ ସହାୟତା କରିବାକୁ ଚାହାଁନ୍ତି, ତେବେ ନିମ୍ନଲିଖିତ ବ୍ୟାଙ୍କ ନମ୍ବରରେ ଟଙ୍କା ପଠାଇ ପାରିବେ ।

Bank Account Name: Karveer Hikers, State Bank of India

Account number: 39214749732

IFSC Code: SBIN0017527

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.