ବେଙ୍ଗାଲୁରୁ : କର୍ଣ୍ଣାଟକର କୋଲର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଦୁଇ ପିଲାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଛି ମାଆ । ତେବେ ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକ କୋଲର ଜିଲ୍ଲାର ମୁଲାବାଗିଲୁ ସହରର ଅଞ୍ଜନାଦ୍ରି ପାହାଡରେ ।
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ଜ୍ୟୋତି ନାମକ ଜଣେ ମହିଳା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ସେ ତାଙ୍କ ପିଲାମାନଙ୍କ ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଘଟଣାରେ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଶିଶୁର ଅବସ୍ଥା ଗୁରୁତର ରହିଛି । ଆହତ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମହିଳା ଜଣକ ଏଭଳି କାହିଁକି ଘଟାଇଲେ ତାହା କିଛି ଜଣାପଡ଼ି ନାହିଁ । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ