ETV Bharat / bharat

ଉଦୟପୁରରେ ଚାଞ୍ଚଲ୍ୟ, ୩ ଶିଶୁଙ୍କ ସହ କୂଅକୁ ଡେଇଁଲା ମା'

author img

By

Published : Apr 19, 2023, 7:01 AM IST

ଉଦୟପୁରରେ ୩ ସନ୍ତାନଙ୍କୁ ଧରି କୂଅକୁ ଡେଇଁଲା ମାଆ । ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Sensational News
Sensational News

ଜୟପୁର: ରାଜସ୍ଥାନ ଉଦୟପୁର ଜିଲ୍ଲାରେ ମଙ୍ଗଳବାର ଘଟିଛି ହୃଦୟବିଦାରକ ଘଟଣା । ଯେଉଁଠି ଜଣେ ମହିଳା ତାର ୩ ସନ୍ତାନଙ୍କୁ ଧରି କୂଅକୁ ଡେଇଁଛି । ଫଳରେ ୪ଜଣଙ୍କର ଅକାଳରେ ଘଟିଛି ମୃତ୍ୟୁ । ନିଜ ଘର ନିକଟରେ ଥିବା କୂଅକୁ ମହିଳା ଜଣକ ଡେଇଁପଡ଼ିଥିଲେ । ତେବେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଉଦୟପୁର ଜିଲ୍ଲାର ନାଇ ଥାନା ଅଧୀନ ବାଛାର ଗାଁର ଏହି ଅଘଟଣ ଘଟିଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ହଠାତ ଜୀବନର ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ନିଜେ ଜନ୍ମ ଦେଇଥିବା ୩ ଶିଶୁଙ୍କର ମଧ୍ୟ ଜୀବନ ନେଇଛନ୍ତି । ମହିଳା ପ୍ରଥମେ ନିଜର ୩ ଶିଶୁଙ୍କୁ କୂଅ ମଧ୍ୟକୁ ଫିଙ୍ଗିଥିଲେ । ଏହାପରେ ନିଜେ ମରଣଯନ୍ତା ସ୍ବରୂପ କୂଅକୁ ଡେଇଁଥିଲେ । ମଙ୍ଗଳବାର ସକାଳୁ ସକାଳୁ ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ଏହା ବି ପଢନ୍ତୁ- Land Dispute: କଂଗ୍ରେସ ନେତାଙ୍କୁ ତଳେ ପକାଇ ପିଟିଲେ ଦୁର୍ବୃତ୍ତ, ୪ ଗିରଫ

ଏନେଇ ଥାନା ଅଧିକାରୀ ଶ୍ୟାମ ରତ୍ନୁ କହିଛନ୍ତି ମଙ୍ଗଳବାର ସକାଳେ ପୋଲିସକୁ ଏ ନେଇ ଖବର ମିଳିଥିଲା । ବାଛାର ଗାଁର ମହିଳା ଦିତା ରାମ ନିଜ ସନ୍ତାନମାନଙ୍କୁ ଧରି କୂଅକୁ ଡେଇଁଥିଲେ । ଏହି ୩ ଶିଶୁଙ୍କ ମଧ୍ୟରୁ ଜଣେ ଝିଅ ଥିବା ବେଳେ ଆଉ ୨ଜଣ ପୁଅ ଥିଲେ । ସେମାନଙ୍କ ବୟସ ୮ରୁ ୧୦ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି । ସେ ସକାଳୁ ସକାଳୁ ଘରୁ ନିଜ ସନ୍ତାନମାନଙ୍କୁ ଧରି ବାହାରିଥିଲେ । ଏହାପରେ ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ ।

ପୋଲିସର କହିବା ଅନୁସାରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ଚିକିତ୍ସା ମଧ୍ୟ ଜାରି ରହିଥିଲା । ମାନସିକ ସ୍ଥିତି ଭଲ ନଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି । ନିଜ ଜୀବନ ନେବା ସହ ୩ ଶିଶୁଙ୍କ ମଧ୍ୟ ଜୀବନ ନେଇଚନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ର ଥାନା ଅଧିକାରୀ ଶ୍ୟାମ ନିଜ ଟିମ ସହ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.