ବେଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ ଲଜ୍ଜାକର ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଡାକଶିନା କନ୍ନଡ ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣାରେ 9 ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଏପ୍ରିଲ 19 ତାରିଖରେ ଏହି ଘଟଣା ଘଟିଛି । ବେଲ୍ଟଙ୍ଗାଡି ତାଲୁକର ଗୁରିପାଲା ଗ୍ରାମରେ ସମସ୍ତ ଗାଁ ଲୋକଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିବା କୁହାଯାଉଛି । ହେଲେ କେହି ଏହାର ପ୍ରତିବାଦ କରି ନଥିଲେ ।
35 ବର୍ଷୀୟ ମହିଳାଙ୍କ ଅଭିଯୋଗକୁ ଆଧାର କରି ମାମଲା ଦାୟର ହୋଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ 9 ଜଣ ଅଭିଯୁକ୍ତ ତାଙ୍କ ବସ୍ତ୍ର ଫାଡିବା ସହିତ ତାଙ୍କୁ ଖରାପ ବ୍ୟବହାର କରିଥିଲେ । ଏହା ସହିତ ତାଙ୍କ ଭିଡିଓ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କ ମାଆ ଏବଂ ବଡ ଉଭଣୀଙ୍କ ମଧ୍ୟ ଖରାପ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ସମସ୍ତ 9 ଅଭିଯୁକ୍ତ ହେଲେ ସନ୍ଦୀପ (30), ସନ୍ତୋଷ (29), ଗୁଲାବି (55), ସୁଗୁନା (30), କୁସୁମା (38), ଲୋକାୟା (55), ଅନିଲ (35), ଲଲିତା (40) ଏବଂ ଚେନା କେଶଭା (40) ବୋଲି ଜଣାପଡିଛି। ସମସ୍ତେ ପୀଡିତାଙ୍କ ଗାଁର ବୋଲି ପୋଲିସ କହିଛି ।
ଘଟଣାଟି ସେବେ ଘଟିଛି ଯେବେ ରେଭେନ୍ୟୁ ବିଭାଗର ଏକ ଅଧିକାରୀ ଟିମ ଗାଁରେ ସରକାରୀ ଜାଗା ମାପ କରିବାକୁ ପହଞ୍ଚିଥିଲେ । ଅଧିକାରୀଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ଉପରେ ଅଭିଯୁକ୍ତମାନେ ଆପତ୍ତି ଉଠାଇଥିଲେ ଏବଂ ଅଧିକାରୀ ମାନେ ଘଟଣାସ୍ଥଳରୁ ବାହାରି ଯିବାକୁ ବାଧ୍ୟ କରିଥିଲେ। ଏହା ପରେ 9 ଜଣ ମିଶି ମହିଳାଙ୍କୁ ଆକ୍ରମଣ କରିଥିବା ସୂତ୍ରରୁ ଜଣାପଡିଛି ।
@PTI