ETV Bharat / bharat

କେଦାରନାଥ ଯାତ୍ରାର ନୂଆ ରେକର୍ଡ, ପ୍ରଥମ ଥର ଦର୍ଶନ କଲେ ୧୫ ଲକ୍ଷ ତୀର୍ଥଯାତ୍ରୀ

author img

By

Published : Oct 16, 2022, 7:17 PM IST

Updated : Oct 16, 2022, 8:03 PM IST

କେଦାରନାଥ ଯାତ୍ରାର ନୂଆ ରେକର୍ଡ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ବାବା କେଦାରନାଥଙ୍କ ଦୁଆର ଖୋଲିଛି । ଚଳିତ ବର୍ଷ ଚାରିଧାମ ମଧ୍ୟରୁ ଏହି ଗୋଟିଏ ଧାମକୁ ୧୫ ଲକ୍ଷ ତୀର୍ଥଯାତ୍ରୀ ଆସିଥିବା ବେଳେ ମନ୍ଦିର ନୂଆ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

କେଦାରନାଥ ଯାତ୍ରାର ନୂଆ ରେକର୍ଡ, ପ୍ରଥମ ଥର ଦର୍ଶନ କଲେ ୧୫ ଲକ୍ଷ ତୀର୍ଥଯାତ୍ରୀ
କେଦାରନାଥ ଯାତ୍ରାର ନୂଆ ରେକର୍ଡ, ପ୍ରଥମ ଥର ଦର୍ଶନ କଲେ ୧୫ ଲକ୍ଷ ତୀର୍ଥଯାତ୍ରୀ

ଡେରାଡୁନ: କେଦାରନାଥ ଯାତ୍ରାର ନୂଆ ରେକର୍ଡ । ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ କେଦାରନାଥ ଧାମ ଯାତ୍ରା ନୂଆ (Kedarnath Yatra 2022) ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ପ୍ରଥମ ଥର ଲାଗି ମନ୍ଦିରକୁ ୧୫ ଲକ୍ଷ ତୀର୍ଥଯାତ୍ରୀ ଦର୍ଶନ ପାଇଁ ଆସିଛନ୍ତି । ଏବେ ଆହୁରି ୧୦ ଦିନ ଯାତ୍ରା ପାଇଁ ସମୟ ରହିଥିବା ବେଳେ କେଦାରନାଥରେ ପାଣିପାଗ ମଧ୍ୟ ଯାତ୍ରା ପାଇଁ ଅନୁକୂଳ ରହିଛି ।

ସୂର୍ଯ୍ୟଙ୍କ ସୁନେଲି କିରଣ ମନ୍ଦିର ଚତୁଃପାର୍ଶ୍ବରେ ଥିବା ପାହାଡ଼ ଉପରେ ପଡୁଥିବା ବେଳେ ଏହାର ବରଫ ଆଚ୍ଛାଦିତ ଶିଖର ଚାନ୍ଦି ପରି ଚମକି ଉଠିଛି । ଯାତ୍ରା ପାଇଁ ପାଗ ଅନୁକୂଳ ଥିବାରୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ତୀର୍ଥଯାତ୍ରୀଙ୍କ ମନୋବଳ ମଧ୍ୟ ବୃଦ୍ଧି କରୁଛି । କେଦାରନାଥ ଯାତ୍ରାର ଇତିହାସରେ ପ୍ରଥମ ଥର ଲାଗି ୧୫ ଲକ୍ଷ ଯାତ୍ରୀ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇଛି ।

ସେପଟେ ଧାମକୁ ହେଲିକପ୍ଟର ଯାତ୍ରା ମଧ୍ୟ ସଞ୍ଚାଳିତ ହେଉଛି । ବାବା କେଦାରନାଥଙ୍କ ଦର୍ଶନ ଲାଗି ଲୋକଙ୍କ ଲମ୍ବା ଧାଡ଼ି ଲାଗି ରହିଛି । ଏପରିକି ମନ୍ଦିରରେ ସନ୍ଧ୍ୟାକାଳୀନ ଆରତୀ ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ରୁଦ୍ରପ୍ରୟାଗ ପୋଲିସ ଅଧୀକ୍ଷକ ଆୟୁଷ ଅଗ୍ରୱାଲ କହିଛନ୍ତି, " କୋରୋନା ମହାମାରୀ ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଥିଲା । ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଯାତ୍ରୀ ଦର୍ଶନ କରିଛନ୍ତି । ଯାହାକି ଏକ ରେକର୍ଡ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- congress president poll: ଆସନ୍ତାକାଲି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ଯାତ୍ରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଯାତ୍ରା ପରିଚାଳନା ଆମ ପାଇଁ ଆହ୍ବାନପୂର୍ଣ୍ଣ ରହିଥିଲା । ଯାତ୍ରୀଙ୍କୁ ଦର୍ଶନ ପାଇଁ ଯେପରି ଅଧିକ ସମୟ ଧାଡ଼ିରେ ରହିବାକୁ ପଡ଼ିବ ନାହିଁ ଏବଂ ସେମାନେ କିପରି ସୁରୁଖୁରୁରେ ବାବା କେଦାରନାଥଙ୍କ ଦର୍ଶନ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି ।" ସେପଟେ ଜିଲ୍ଲାପାଳ ମୟୁର ଦିକ୍ଷିତ କହିଛନ୍ତି ଯେ କୋରୋନା ପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା । ଏଥିଲାଗି ପାଦଚଲା ରାସ୍ତାରେ ପାଣିର ସୁବିଧା, ରେନ ସେଲ୍ଟର, ଟୋକନ ସିଷ୍ଟମ ଆଦି ବ୍ୟବସ୍ଥା କରାଯାଇଥିଲା । ଏଥିଲାଗି ରେକର୍ଡ ସଂଖ୍ୟକ ଯାତ୍ରୀ କେଦାରନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିପାରିଲେ ।

ସୂଚନା ଥାଉ କି କୋରୋନା ମହାମାରୀ ଲାଗି ଗତ ୨ ବର୍ଷ ଧରି କେଦାରନାଥ ଯାତ୍ରା ବନ୍ଦ ରହିଥିଲା । ଏବେ ଏହା ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ବେଳେ ନୂଆ କୀର୍ତ୍ତିମାନ ହାସଲ କରିଛି । ସେପଟେ ପାଗ ଅନୁକୂଳ ଥିବାରୁ ଲଗାତାର ଭାବେ ତୀର୍ଥଯାତ୍ରୀ ଦର୍ଶନ ପାଇଁ ଆସୁଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ।

Last Updated : Oct 16, 2022, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.