ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଜେରିଆ ନାଗରିକଙ୍କ ଠାରୁ ଜବତ ହେଲା ବିପୁଳ ମାତ୍ରାରେ ଏମଡିଏମଏ । ଏହି ଏମଡିଏମଏ କର୍ଣ୍ଣାଟକର ସେଣ୍ଟ୍ରାଲ୍ କ୍ରାଇମ ବ୍ରାଞ୍ଚ (ସିସିବି) ଜବତ କରିବାରେ ସଫଳ ହୋଇଛି । ଏହା ସହ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସହରର ରାମମୂର୍ତ୍ତି ନଗରରେ ଏପରି ଡ୍ରଗ୍ସ କାରବାର ଚାଲିଥିବା ଖବର ପାଇ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା ସିସିବି । ସେଠାରୁ 2 ନାଇଜେରିଆ ନାଗରିକଙ୍କ ସହ 2 ଆନ୍ତରାଜ୍ୟ ଡ୍ରଗ୍ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ସାମାନଙ୍କ ନିକଟରୁ ପ୍ରାୟ 1 କେଜି ପରିମାଣର ନିଶାଦ୍ରବ୍ୟ ଜବତ କରିବାରେ ମଧ୍ୟ ସଫଳ ହୋଇଛି । ଜବତ ନିଶାଦ୍ରବ୍ୟ MDMA ବୋଲି ଜଣା ପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 75 ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।
ଏହା ବ୍ୟତୀତ ସେମାନଙ୍କ ପାଖରୁ ତିନୋଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଏବଂ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ବିଦେଶୀ ନାଗରିକଙ୍କ ପାଖରେ ମଧ୍ୟ ପାସପୋର୍ଟ ନଥିବା ପ୍ରାଥମିକ ତଦନ୍ତରୁ ଜଣିବାକୁ ପାଇଛି ପୋଲିସ । ଗରିଫ ସମସ୍ତଙ୍କୁ ଜେରା କରୁଛି ପୋଲିସ । ଏତେ ପରିମାଣର ନିଶାଦ୍ରବ୍ୟ କିପରି ଓ କେଉଁଠୁ ଆସିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିସିବି ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ