ETV Bharat / bharat

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ, ୩୫କୁ ବଢିଲା ସଂଖ୍ୟା

author img

By

Published : Feb 23, 2022, 5:31 PM IST

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ । ମୋଟ ସଂଖ୍ୟା ୩୫କୁ ବୃଦ୍ଧି । ୩୬ ବିମାନ ନେଇ ଫ୍ରାନ୍ସ ଓ ଭାରତ ମଧ୍ୟରେ ହୋଇଥିଲା ଚୁକ୍ତିନାମା । ଅଧିକ ପଢନ୍ତୁ

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ, ୩୫ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ: ଭାରତୀୟ ବାୟୁୁସେନାକୁ ମିଳିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ । ଏହି ୩ଲଢୁଆ ବିମାନ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଫ୍ରାନ୍ସରୁ ଉଡାଣ ଭରି UAE ଦେଇ ଭାରତରେ ଅବତରଣ କରିଥିବା ସରକାରୀ ଭାବେ କୁହାଯାଇଛି । ଏହି ସଂଖ୍ୟାକୁ ମିଶାଇ ବାୟୁସେନାରେ ମୋଟ ରାଫେଲ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଦୁଇ ଦେଶ ମଧ୍ୟରେ ୩୬ଟି ରାଫେଲ କ୍ରୟ ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ଆଉ ମାତ୍ର ଗୋଟିଏ ବିମାନ ହସ୍ତାନ୍ତର କରିବ ଫ୍ରାନ୍ସ ।

  • Three more Rafale fighter aircraft of the Indian Air Force reached India yesterday evening from France after taking off from a French airbase and landing directly in our country. The aircraft were provided aerial refueling support by the UAE Air Force.

    (File photo) pic.twitter.com/adberTY54M

    — ANI (@ANI) February 23, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଏହି ୩ବିମାନ ଫ୍ରାନ୍ସର ଏକ ଏୟାର ବେସରୁ ଭାରତ ଅଭିମୁଖେ ଉଡାଣ ଭରିବା ପରେ ସଂଯୁକ୍ତ ଆରବ ରାଷ୍ଟ୍ର (UAE) ରେ ଇନ୍ଧନ ଭରିବା ପାଇଁ ଅବତରଣ କରିଥିଲେ । ପରେ ସେଠାରୁ ସିଧା ଭାରତ ଅଭିମୁଖେ ଉଡାଣ ଭରି ଗତକାଲି ସନ୍ଧ୍ୟାରେ ଅବତରଣ କରିଛି ।

୨୦୧୬ ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ ଅତ୍ୟାଧୁନିକ ଯୁଦ୍ଧବିମାନ କ୍ରୟ ନେଇ ୬୦ ହଜାର କୋଟିର ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ୩୫ ବିମାନ ଭାରତକୁ ହସ୍ତାନ୍ତର କରିସାରିଛି ଫ୍ରାନ୍ସ । ତେବେ ଅବଶିଷ୍ଟ ଗୋଟିଏ ବିମାନ ମଧ୍ୟ ଆଗାମି କିଛି ସପ୍ତାହ ମଧ୍ୟରେ ଭାରତକୁ ମିଳିବା ନେଇ ମଧ୍ୟ ସରକାରୀ ଭାବେ କୁହାଯାଇଛି । ଗତବର୍ଷ ଜୁଲାଇ ୨୯ ତାରିଖରେ ରାଫେଲ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟରେ ୫ ବିମାନ ହରିଆଣା ସ୍ଥିତ ଅମ୍ବାଲା ଏୟାରଫୋର୍ସ ବେସରେ ଅବତରଣ କରିଥିଲେ । ଆଉ ମାତ୍ର ଗୋଟିଏ ବିମାନ ହସ୍ତାନ୍ତର ପରେ ଉଭୟ ଦେଶ ମଧ୍ୟରେ ହୋଇଥିବା ବହୁଚର୍ଚ୍ଚିତ ରାଫେଲ ଚୁକ୍ତି ସମ୍ପୂର୍ଣ୍ଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.