ETV Bharat / bharat

'ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ ହେବା ଉଚିତ୍'

ଅଧିକରୁ ଅଧିକ ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ ହେବା ଉଚିତ୍ । ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ପୂର୍ବରୁ ଏପରି କହିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଅଧିକ ପଢନ୍ତୁ...

author img

By

Published : Nov 13, 2021, 8:32 AM IST

'ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ ହେବା ଉଚିତ୍'
'ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ ହେବା ଉଚିତ୍'

ନୂଆଦିଲ୍ଲୀ: ଅଧିକରୁ ଅଧିକ ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ ହେବା ଉଚିତ୍ । ସ୍ବାଧିନତା ସଂଗ୍ରାମ ସମୟରେ ହିନ୍ଦୀ ଭାଷା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ସମଗ୍ର ଦେଶକୁ ଏକଜୁଟ କରିବା ଏବଂ ଆନ୍ଦୋଳନକୁ ଗତି ଦେବାରେ ହିନ୍ଦୀ ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ଭାଷା ପାଲଟିଥିଲା । ଆଜି(ଶନିବାର) ବାରଣାସୀ ଠାରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ଦେଶରେ ବହୁ ସରକାରୀ କାମ ହିନ୍ଦୀରେ ହେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ତେନି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ବରେ ଅନ୍ୟ ବିଭାଗର ସଦସ୍ୟମାନେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ (All India Official Language Conference)ରେ ଯୋଗେ ଦେବେ । ଏହି ସମ୍ମିଳନୀ ସଭିଁଙ୍କୁ ମନେ ପକାଇବା ପାଇଁ ଏକ ପ୍ରୟାସ ଯେ ଆମେ ଆମ ସାମ୍ବିଧାନିକ ଦାୟିତ୍ବକୁ ସର୍ବୋପରି ରଖିବା ଆବଶ୍ୟକ ଏବଂ ଅଧିକରୁ ଅଧିକ ସରକାରୀ କାର୍ଯ୍ୟ ହିନ୍ଦୀ ଭାଷାରେ କରିବା ଉଚିତ୍ ।

ଦେଶ ସ୍ବାଧୀନ ହେବା ପରେ ୧୯୪୯ ମସିହା ସେପ୍ଟେମ୍ବର ୧୪ରେ ସର୍ବସମ୍ମତି କ୍ରମେ ହିନ୍ଦୀକୁ ଭାରତର ସରକାରୀ ଭାଷା ଭାବେ ଘୋଷଣା କରାଯାଇଥିଲା । ଏନେଇ ଗୋପାଳସ୍ବାମୀ ଆୟଙ୍ଗର(Gopalswamy Iyengar) ପ୍ରସ୍ତାବ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ନିକଟରେ ଲଖିମପୁର ହିଂସାକାଣ୍ଡ ଘଟଣାରେ ଅଜୟ ମିଶ୍ରା ଚର୍ଚ୍ଚାକୁ ଆସିଥିଲେ । କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା ଏବଂ ଏନେଇ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.