ETV Bharat / bharat

Moose Wala murder case: ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିବ ପଞ୍ଜାବ ପୋଲିସ, ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି - ମୁସେଓ୍ବାଲା ହତ୍ୟାକାଣ୍ଡ

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିପାରିବ ପଞ୍ଜାବ ପୋଲିସ । ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି । ବର୍ତ୍ତମାନ ତିହାର ଜେଲରେ ରହିଛି ଲରେନ୍ସ । ଅଧିକ ପଢନ୍ତୁ

Moose Wala murder case: ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିବ ପଞ୍ଜାବ ପୋଲିସ, ଦିଲ୍ଲୀ  ହାଇକୋର୍ଟ ଦେଲେ ଅନୁମତି

author img

By

Published : Jun 14, 2022, 6:03 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିପାରିବ ପଞ୍ଜାବ ପୋଲିସ । ଆଜି (ମଙ୍ଗଳବାର) ପଞ୍ଜାବ ପୋଲିସର ଆବେଦନକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟଙ୍କ ଅନୁମତି ପରେ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସକୁ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ ପଞ୍ଜାବ ପୋଲିସ ।

  • Sidhu Moose Wala murder case: Delhi Court allows Punjab Police to formally arrest gangster Lawrence Bishnoi in the case pic.twitter.com/TJkruslRZt

    — ANI (@ANI) June 14, 2022 " class="align-text-top noRightClick twitterSection" data=" ">

ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ସେ ହିଁ ଜେଲରେ ରହି ଏହି ହତ୍ୟାକାଣ୍ଡକୁ ତାର ଅନ୍ୟ ସହଯୋଗୀ ଗୋଲ୍ଡି ବରାର ମାଧ୍ୟମରେ ରୂପ ଦେଇଥିବା ପୋଲିସ ପ୍ରଥମ ଦିନରୁ ସନ୍ଦେହ କରି ଆସୁଛି । ତେବେ ଏକାଧିକ ରାଜ୍ୟର ପୋଲିସ ଏହି ମାମଲାର ତଦନ୍ତରେ ଅଂଶଗ୍ରହଣ କରିଛନ୍ତି । ହତ୍ୟାରେ ସମ୍ପୃକ୍ତ ଏକାଧିକ ସୁଟର ଓ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଲେଣି, ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସର ଏକାଧିକ ଟିମ ।

ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳୁଥିବା ସୂଚନା ଅନୁସାରେ ଏହି ମାମଲାରେ ଲରେନ୍ସର ସମ୍ପୃକ୍ତି ପରୋକ୍ଷ ଭାବେ ରିହିଛି । ତେଣୁ ଅଧିକ ତଦନ୍ତ ପାଇଁ ସିଧାସଳଖ ଲରେନ୍ସକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ଅନୁମତି ପ୍ରଦାନ କରିଛନ୍ତି । ତିହାର ଜେଲରେ ଥିବା ଲରେନ୍ସକୁ ପଞ୍ଜାବ ପୋଲିସ ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.