ETV Bharat / bharat

Monsoon Session of Parliament: ଆଜିଠୁ ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ । ଏନେଇ ଗତକାଲି(ବୁଧବାର) ସଂସଦ ମୌସୁମୀ ଅଧିବେଶନର ସୁପରିଚାଳନା ପାଇଁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ଏଥର 23 ଦିନିଆ ଅଧିବେଶନରେ କେନ୍ଦ୍ର ସରକାର 31ଟି ବିଲ ଆଣିବାକୁ ଯାଉଛନ୍ତି ।

author img

By

Published : Jul 19, 2023, 7:32 PM IST

Updated : Jul 20, 2023, 7:26 AM IST

Etv Bharat
Etv Bharat
Monsoon Session of Parliament

ନୂଆଦିଲ୍ଲୀ: ଆଜି(ଗୁରୁବାର) ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହି 23 ଦିନିଆ ଅଧିବେଶନରେ କେନ୍ଦ୍ର ସରକାର 31ଟି ବିଲ ଆଣିବାକୁ ଯାଉଛନ୍ତି । ଆଜି ଅର୍ଥାତ୍‌ ଜୁଲାଇ 20ରୁ ଆରମ୍ଭ ହେଉଥିବା ଅଧିବେଶନ ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ । ସ୍ବଳ୍ପକାଳୀନ ଅଧିବେଶେନ ହୋଇଥିଲେ ମଧ୍ୟ ପୁରା ସଂସଦ ସରଗରମ ହେବ । କାରଣ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଣୁଥିବାରୁ ଏହାକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ଏପଟେ ଦିଲ୍ଲୀ ଅଧ୍ୟାଦେଶ ଉପରେ ମଧ୍ୟ ରହିବ ନଜର । କାରଣ କେନ୍ଦ୍ର ସରକାର ଅଧ୍ୟାଦେଶକୁ ସଂସଦରେ ପାରିତ କରିବାକୁ ଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତି କରିସାରିଛନ୍ତି । ଆପ୍ ଏହି ବିଲକୁ ବିରୋଧ କରିବାକୁ ଗୋଟିଏ ପରେ ଗୋଟିଏ ଦଳ ସହିତ ଆଲୋଚନା କରିସାରିଥିବା ବେଳେ ନିକଟରେ କଂଗ୍ରେସ ମଧ୍ୟ ଆପକୁ ସମର୍ଥନ ଦେଇଛି ।

ଏହାବି ପଢନ୍ତୁ- ଜୁଲାଇ 20ରୁ ସଂସଦ ମୌସୁମୀ ଅଧିବେଶନ, 19ରେ ସର୍ବଦଳୀୟ ବୈଠକ

ମୌସୁମୀ ଅଧିବେଶନରେ ସଂସଦରେ ଆସିବାକୁ ଥିବା ବିଲ ମଧ୍ୟରେ ରହିଛି ଗଭରମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ(ଆମେଣ୍ଡମେଣ୍ଡ) ବିଲ 2023, ଦ ସିନେମାଟୋଗ୍ରାଫି (ଆମେଣ୍ଡମେଣ୍ଡ) ଆକ୍ଟ 2019, ଡିଏନଏ ଟେକ୍ନୋଲୋଜୀ ଆକ୍ଟ( ୟୁଜ ଆଣ୍ଡ ଆପ୍ଲିକେଶନ) ରେଗୁଲେସନ ବିଲ 2019, ଦ ମେଡିଏସନ ବିଲ2023, ଦ ବାୟୋଲୋଜିକାଲ ଡାଇଭର୍ସିଟି (ଆମେଣ୍ଡମେଣ୍ଡ) ବିଲ 2023, ଦ ମଲ୍ଟି ଷ୍ଟେଟ କୋ- ଅପେରେଟିଭ ସୋସାଇଟି (ଆମେଣ୍ଡମେଣ୍ଡ) ବିଲ 2022, ଦ ଜନ ବିଶ୍ବାସ (ଆମେଣ୍ଡମେଣ୍ଡ ଅଫ ପ୍ରୋଭିଜନ) ବିଲ 2023, ଦ ଫରେଷ୍ଟ (କନଜରଭେସନ) (ଆମେଣ୍ଡମେଣ୍ଡ) ବିଲ 2023, ଦ କନଷ୍ଟିଚ୍ୟୁସନ (ସିଡୁଲଟ୍ରାଇଭ) ଥାର୍ଡ (ଆମେଣ୍ଡମେଣ୍ଡ) ବିଲ 2022( ଫର ହିମାଚଳ ପ୍ରଦେଶ), ଦ ପୋଷ୍ଟାଲ ସର୍ଭିସ ବିଲ 2023, ଦ ନ୍ୟାସନାଲ କୋ-ଅପରେଟିଭ ୟୁନିଭର୍ସିଟି ବିଲ 2023, ଦ ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023, ଦ ପ୍ରୋଭିଜନାଲ କଲେକ୍ସସନ ଅଫ ଟାକ୍ସ ବିଲ 2023, ଦ ନ୍ୟାସନାଲ ଡେଣ୍ଟାଲ କମିଶନ ବିଲ 2023, ଦ ଡ୍ରଗ୍ସ ମେଡିକାଲ, ଡେଭାଇସ ଆଣ୍ଡ କସମେଟିକ୍ସ ବିଲ 2023, ଦ ଜମ୍ମୁ କାଶ୍ମୀର ରିଜର୍ଭଭେସନ (ଆମେଣ୍ଡମେଣ୍ଡ) ବିଲ 2023 ସମେତ ମୋଟ 31 ଟି ବିଲ କେନ୍ଦ୍ର ସରକାର ସଂସଦରେ ଆଗତ କରିବେ ।

ସଂସଦ ମୌସୁମୀ ଅଧିବେଶନର ସୁପରିଚାଳନା ପାଇଁ ଗତକାଲି(ବୁଧବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ରାଜ୍ୟସଭାରେ ସରକାରୀ ଦଳନେତା ପିୟୁଷ ଗୋଏଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘାୱାଲେଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ସର୍ବଦଳୀୟ ବୈଠକରେ ସମସ୍ତ ଦଳ ନିଜ ନିଜ ଦାବି ଆପତ୍ତି ପ୍ରସ୍ତାବ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଦାବି ଓ ପ୍ରସ୍ତାବର ବିଚାର ପାଇଁ ପ୍ରତିଶୃତି ଦେଇଛନ୍ତି ।

ସଂସଦ ମୌସୁମୀ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଗତ ମେ’ ମାସରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିଛନ୍ତି । ଆଜି(ଗୁରୁବାର) ହେଉଛି ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । କାରଣ ଆତ୍ମନିର୍ଭର ଭାରତ ତଥା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନରୁ ଚାଲିବ ଦେଶର ଭାଗ୍ୟ ଭବିଷ୍ୟତ ନିର୍ମାଣ ପାଇଁ ତର୍କ ବିତର୍କ । ନୂଆ ସଂସଦ ଭବନ ଉଭୟ ସରକାର, ବିରୋଧୀ ସର୍ବୋପରି ଦେଶବାସୀଙ୍କ ପାଇଁ ଏକ ନୂଆ ଅନୁଭବ ହେବ । ଯାହାକୁ ନେଇ ସାଂସଦ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।

Last Updated : Jul 20, 2023, 7:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.