ETV Bharat / bharat

ବରଯାତ୍ରୀ ଦେଖିବାକୁ ଯାଇଥିବାବେଳେ 2 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

author img

By

Published : Feb 28, 2023, 11:34 AM IST

ବିହାରରେ ଲଜ୍ଜା ଜନକ ଘଟଣା । 2 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଅଧିକ ପଢନ୍ତୁ

molestation with two year old girl
molestation with two year old girl

ପାଟନା: ମରିଯାଉଛି ମାନବିକତା । ବାହାଘର ବରଯାତ୍ରୀ ଦେଖିବାକୁ ଘର ବାହାରକୁ ଯାଇଥିବା ବେଳେ ଦୁଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଜଣେ 40 ବର୍ଷୀୟ ବ୍ୟକ୍ତି ଶିଶୁଟିକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବିହାରର ବାକା ଅଞ୍ଚଳରେ । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଏନେଇ ପୀଡିତା ଶିଶୁକନ୍ୟାଙ୍କ ବାପା କହିଛନ୍ତି, '' ରବିବାର ରାତିରେ ଗ୍ରାମରେ ଏକ ବାହାଘର ଉତ୍ସବ ଚାଲିଥିଲା । ବିଳମ୍ବିତ ରାତିରେ ବରଯାତ୍ରୀ ଆସିବାରୁ ବ୍ୟାଣ୍ଡ ବାଜା ଶବ୍ଦ ଶୁଣି ଝିଅ ଘର ବାହାରକୁ ଚାଲିଯାଇଥିଲା । ଏହାପରେ ଆମେ ତାକୁ ଖୋଜାଖୋଜି କରି ଆଉ ପାଇନଥିଲୁ । ଝିଅ ନିଖୋଜ ହେବାର ଠିକ ଅଧଘଣ୍ଟା ପରେ ଗ୍ରାମର ପ୍ରଦୀପ ଯାଦବ ନାମକ ଜଣେ ବ୍ୟକ୍ତି ଝିଅକୁ ଘରେ ନିକଟରେ ଛାଡି ଦେଇ ସଙ୍ଗେ ସଙ୍ଗେ ସେଠାରୁ ପଳାଇଥିଲେ । ''

ଗାଡିର ଡ୍ରାଇଭର ହେଉଛନ୍ତି ଅଭିଯୁକ୍ତ ପ୍ରଦୀପ ଯାଦବ: ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ପରିବାର ଲୋକେ ଉଦ୍ଧାର କରି ରାଜୌ ପୋଲିସକୁ ଖବର ଦେଇଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଭାଗଲପୁରରେ ଥିବା ଜବାହାରଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ତ୍ତମାନ ଶିଶୁକନ୍ୟାର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଭିଯୁକ୍ତ ପ୍ରଦୀପ ଯାଦବ ଜଣେ ଡ୍ରାଇଭର ହୋଇଥିବା ବେଳେ ତା'ର ବୟସ 40 ବର୍ଷ ହୋଇଥିବା ପୀଡିତାଙ୍କ ବାପା କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଦୀପ ଯାଦବଙ୍କୁ ଗିରଫ କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।

ସମାନ ଭାବରେ ଗତକାଲି ଗୁଜୁରାଟର ସୁରେନ୍ଦ୍ରନଗର ଥାନା ଅଞ୍ଚଳରେ ଜଣେ ଦେଢ ବର୍ଷର ମୃତ ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଶିଶୁର ମୃତ୍ୟୁ ଘଟିବା ପରେ ତାକୁ ରୀତିନୀତି ଅନୁଯାୟୀ ମାଟିରେ ପୋତି ଦିଆଯାଇଥିଲା । ମାତ୍ର କେହି ଜଣେ ଦୁର୍ବୃତ୍ତ ମାଟି ତଳୁ ଶିଶୁକୁ କାଢି ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଶିଶୁକୁ ଡାକ୍ତରୀ ମାଇନା କରିବା ଲାଗି ନିକଟସ୍ଥ ସରକାରୀ ହସ୍ପିଟାଲକୁ ମୃତଦେହ ପଠାଇଥିବା ସୂଚନା ରହିଛି । କିଛିଦିନ ତଳେ ବିହାରରେ ଜଣେ 10 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ତିନି ଜଣ ନାବାଳକ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରିଥିବା ଥାନରେ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.