ETV Bharat / bharat

ବାଦ ପଡିଲେ ଶିବରାଜ, ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 11, 2023, 4:51 PM IST

Updated : Dec 11, 2023, 5:15 PM IST

Mohan yadav New CM of MP: ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଶିବରାଜ ସରକାରରେ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ
ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଭୋପାଳ: ସବୁ କଳ୍ପନା ଜଳ୍ପନାର ଅନ୍ତ । ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସପ୍ତାହେରୁ ଅଧିକ ବିଚାର ବିମର୍ଶ ପରେ ଦଳ ଆଜି ମୁଖ୍ଯମନ୍ତ୍ରୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ଏକାଧିକ ଦାବିଦାର ଥିଲେ ସୁଦ୍ଧା ଚର୍ଚ୍ଚାରେ ନଥିବା ମୋହନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୋହନ ଯାଦବ ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ଚଳିତ ନିର୍ବାଚନରେ ସେ ଦକ୍ଷିଣ-ଉଜ୍ଜୈନ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ରାଜ୍ୟରେ ଶିବରାଜଙ୍କ ଶାସନର ଅନ୍ତ ହୋଇଛି । ଶିବରାଜଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ମୋହନ ଏବେ ନୂଆ ମୁଖ୍ୟମନ୍ତ୍ରୀ ହେବେ । 2013ରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଟ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଙ୍ଘର ପ୍ରଚାରକ ମଧ୍ୟ ଥିଲେ । ହେଲେ ଚଳିଥ ଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ସବୁଠୁ ବଡ ଦାବିଦାର ମନେ କରାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ଲଟେଲ, କୈଳାଶ ବିଜୟବର୍ଗୀୟ ଓ ଜ୍ୟୋତି ରାଦିତ୍ୟ ସିନ୍ଧିଆ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ଥିଲେ । ହେଲେ ଦଳ 2024 ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନୂଆ ଚେହେରା ଖୋଜିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ହିଁ ହେଲା । ଶିବରାଜ କିମ୍ବା ଅନ୍ୟ ନେତାଙ୍କ ବଦଳରେ ମୋହନ ଯାଦବଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି ।

#WATCH | BJP leaders including Shivraj Singh Chauhan, congratulate party leader Mohan Yadav after he was named as the new Chief Minister of Madhya Pradesh pic.twitter.com/SibAIt4Cnh

— ANI (@ANI) December 11, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ବିଜେପି 163 ଆସନ ସହ ବହୁମତ ପାଇଛି । ଦଳ ଶିବରାଜ ସିଂ ଚୌହାନଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିନଥିଲା । ଦଳୀୟ ଆଧାର ଓ ପ୍ରଧାନମନ୍ତ୍ରୀଙ୍କ ମୋଦି ଗ୍ୟାରେଣ୍ଟିରେ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ମାତ୍ର ନିର୍ବାଚନ ପୂର୍ବରୁ ଶିବରାଜ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିଥିବା ‘ଲାଡଲୀ ବେହେନା’ ଯୋଜନା କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରଚାର ଓ ପ୍ରତିଶୃତିଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶିବରାଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାର ସମ୍ଭାବନା ସର୍ବାଧିକ ଥିଲେ ସୁଦ୍ଧା ଆଜି ତାହା ଭୁଲ ପ୍ରମାଣିତ ହୋଇଛି । ଦଳ ନୂଆ ଚେହେରା ଭାବେ ମୋହନଙ୍କୁ ରାଜ୍ଯର କମାଣ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୋପାଳ: ସବୁ କଳ୍ପନା ଜଳ୍ପନାର ଅନ୍ତ । ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସପ୍ତାହେରୁ ଅଧିକ ବିଚାର ବିମର୍ଶ ପରେ ଦଳ ଆଜି ମୁଖ୍ଯମନ୍ତ୍ରୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ଏକାଧିକ ଦାବିଦାର ଥିଲେ ସୁଦ୍ଧା ଚର୍ଚ୍ଚାରେ ନଥିବା ମୋହନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୋହନ ଯାଦବ ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ଚଳିତ ନିର୍ବାଚନରେ ସେ ଦକ୍ଷିଣ-ଉଜ୍ଜୈନ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ରାଜ୍ୟରେ ଶିବରାଜଙ୍କ ଶାସନର ଅନ୍ତ ହୋଇଛି । ଶିବରାଜଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ମୋହନ ଏବେ ନୂଆ ମୁଖ୍ୟମନ୍ତ୍ରୀ ହେବେ । 2013ରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଟ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଙ୍ଘର ପ୍ରଚାରକ ମଧ୍ୟ ଥିଲେ । ହେଲେ ଚଳିଥ ଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ସବୁଠୁ ବଡ ଦାବିଦାର ମନେ କରାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ଲଟେଲ, କୈଳାଶ ବିଜୟବର୍ଗୀୟ ଓ ଜ୍ୟୋତି ରାଦିତ୍ୟ ସିନ୍ଧିଆ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ଥିଲେ । ହେଲେ ଦଳ 2024 ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନୂଆ ଚେହେରା ଖୋଜିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ହିଁ ହେଲା । ଶିବରାଜ କିମ୍ବା ଅନ୍ୟ ନେତାଙ୍କ ବଦଳରେ ମୋହନ ଯାଦବଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ବିଜେପି 163 ଆସନ ସହ ବହୁମତ ପାଇଛି । ଦଳ ଶିବରାଜ ସିଂ ଚୌହାନଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିନଥିଲା । ଦଳୀୟ ଆଧାର ଓ ପ୍ରଧାନମନ୍ତ୍ରୀଙ୍କ ମୋଦି ଗ୍ୟାରେଣ୍ଟିରେ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ମାତ୍ର ନିର୍ବାଚନ ପୂର୍ବରୁ ଶିବରାଜ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିଥିବା ‘ଲାଡଲୀ ବେହେନା’ ଯୋଜନା କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରଚାର ଓ ପ୍ରତିଶୃତିଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶିବରାଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାର ସମ୍ଭାବନା ସର୍ବାଧିକ ଥିଲେ ସୁଦ୍ଧା ଆଜି ତାହା ଭୁଲ ପ୍ରମାଣିତ ହୋଇଛି । ଦଳ ନୂଆ ଚେହେରା ଭାବେ ମୋହନଙ୍କୁ ରାଜ୍ଯର କମାଣ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2023, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.