ETV Bharat / bharat

Global Covid-19 Summit: ବାଇଡେନଙ୍କ ନିମନ୍ତ୍ରଣ, ଯୋଗଦେବେ PM ମୋଦି - statement issued by the Ministry of External Affairs

ଆଜି ବିଶ୍ବ କୋଭିଡ ଭର୍ଚୁଆଲ ସମ୍ମିଳନୀ (Covid-19 Virtual Summit) । ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ଆଜି Second Global COVID Virtual Summitରେ ଯୋଗ ହେବେ ମୋଦି

author img

By

Published : May 12, 2022, 9:39 AM IST

ନୂଆଦିଲ୍ଲୀ: ଆଜି ଦ୍ବିତୀୟ ଗ୍ଲୋବାଲ କୋରୋନା ଭର୍ଚୁଆଲ ସମ୍ମିଳନୀରେ(Global Covid-19 Virtual Summit) ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ ଏହି ସମ୍ମିଳନୀରେ କୋରୋନା ମହାମାରୀର ମୁକାବିଲା ପାଇଁନୂତନ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିଭୁମି ଗଠନ କରିବାକୁ ଯୋଜନା କରାଯାଇଛି ।

ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ 'କୋରୋନା ସଂକ୍ରମଣରେ ବ୍ରେକ ଲଗାଇବା ଏବଂ ପ୍ରସ୍ତୁତିକୁ ପ୍ରାଥମିକତା ଦେବା' ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତବ୍ୟ ପ୍ରଦାନ କରିବେ । ଆଜି(ଗୁରୁବାର) ସନ୍ଧ୍ୟା ୬ଟା ୩୦ରୁ ୭ଟା ୪୫ ମନିଟ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିବେ ।

ଗତ ବର୍ଷ ସେପ୍ଟେମ୍ବର 22ରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ହୋଇଥିବା ପ୍ରଥମ ଗ୍ଲୋବାଲ କୋରୋନା ଭର୍ଚ୍ଚୁଆଲ ସମ୍ମିଳନୀରେ ମୋଦି ଅଂଶଗ୍ରହଣ କରିଥିଲେ । ମହାମାରୀର ମୁକାବିଲା ପାଇଁ ସୁଲଭ ଟିକା, ଔଷଧ, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ପାଇଁ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛି MEA ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.