ETV Bharat / bharat

PM Mission Sport: ୨ ରେ ପଡିବ ମେଜର ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି - ମୀରଟ ଗସ୍ତ କରିବେ ମୋଦି

ଜାନୁଆରୀ ୨, ୨୦୨୨ ତାରିଖରେ ମୀରଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ସେଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି (Modi to visit Meerut on Jan 2) । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଜାନୁଆରୀ ୨ ରେ ମେରଟ ଗସ୍ତ କରିବେ ମୋଦି
ଜାନୁଆରୀ ୨ ରେ ମେରଟ ଗସ୍ତ କରିବେ ମୋଦି
author img

By

Published : Dec 31, 2021, 10:23 PM IST

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ବାକିଥିବା କିଛି କାର୍ଯ୍ୟକୁ ପୂରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨, ୨୦୨୨ ତାରିଖରେ ମୀରଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ (Modi to visit Meerut on Jan 2) । ସେଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ବ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ମୀରଟର ସରଧାନା ସହରରେ ସାଲାୱା ଓ କାଇଲି ଗାଁରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ଏନେଇ ୭୦୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । କ୍ରୀଡ଼ାକୁ ଆଗକୁ ନେବା ଲକ୍ଷ୍ୟରେ ଏହି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିବା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ୍ୟ । ଆଉ ଲକ୍ଷ୍ୟ ପୂରଣ ପାଇଁ ମେଜର ଧ୍ୟାନଚାନ୍ଦ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିବା ଏକ ପ୍ରମୁଖ ପଦକ୍ଷେପ । ଯୁବଗୋଷ୍ଠୀଙ୍କୁ ଜାତୀୟ ତଥା ବିଶ୍ବସ୍ତରରେ ଅତୁଳନୀୟ ପ୍ରଦର୍ଶନ ପାଇଁ ସକ୍ଷମ କରିବାରେ ଏକ ମାଇଲଖୁଣ୍ଟ ହେବ ଏହି ବିଶ୍ବବିଦ୍ୟାଳୟ । ଏଠାରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ଉପରେ ତାଲିମ ଗ୍ରହଣ କରିବେ । ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ନେଇ ତାଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

ବିଶ୍ବବିଦ୍ୟାଳୟ କ୍ରୀଡା କ୍ଷେତ୍ରରେ ଡିପ୍ଲୋମା, ସାର୍ଟିଫିକେଟ୍, ସ୍ନାତକୋତ୍ତର, ଏମ୍ ଫିଲି ଏବଂ ପିଏଚଡି ଡିଗ୍ରୀ ପ୍ରଦାନ କରିବ। ଏଠାରେ 540 ପୁରୁଷ ଏବଂ ମହିଳାଙ୍କୁ ସ୍ଥାନିତ କରିବା ପାଇଁ ସିଟ୍‌ ରହିବ। ୯୧ ଏକର ଭୂମିରେ ଏହି ଅନୁଷ୍ଠାନ ନିର୍ମାଣ ହେବ । ଏକ ଇନଡୋର ଷ୍ଟାଡିୟମ୍, ସ୍କେଟିଂ ରିଙ୍କ, ସିନ୍ଥେଟିକ୍ ହକି ଫିଲ୍ଡ, ସୁଇମିଂ ପୁଲ୍, ଫୁଟବଲ୍ ଫିଲ୍ଡ, ଭଲିବଲ୍ କୋର୍ଟ, ବାସ୍କେଟବଲ୍ କୋର୍ଟ, ହ୍ୟାଣ୍ଡବଲ୍, କବାଡି ଗ୍ରାଉଣ୍ଡ , ଟେନିସ୍ କୋର୍ଟ, ଜିମ୍ନାସିୟମ୍ ଆଦି ନିର୍ମାଣ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.