ETV Bharat / bharat

Modi Surname Defamation Case: ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ, ଅଗଷ୍ଟ 4ରେ ପରବର୍ତ୍ତୀ ଶୁଣାଣି

author img

By

Published : Jul 21, 2023, 1:08 PM IST

ମୋଦି ସାଙ୍ଗିଆ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ସରକାର ଓ ଆବେଦନକାରୀଙ୍କୁ ନୋଟିସ ଜାରି କରିଛନ୍ତି ସର୍ବାେଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

Modi Surname Defamation Case
ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ଅପରାଧିକ ମାନହାନୀ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ହାଇକୋର୍ଟଙ୍କ ବିରୋଧରେ ରାହୁଲ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲାର ଶୁଣାଣି କରି ଗୁଜୁରାଟ ସରକାରଙ୍କ ସମେତ ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । 10 ଦିନ ମଧ୍ୟରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆସନ୍ତା ଅଗଷ୍ଟ 4 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

  • Supreme Court issues notice to Gujarat Government and others on the plea of Congress leader Rahul Gandhi challenging the Gujarat High Court order which declined to stay his conviction in the criminal defamation case in which he was sentenced to two years in jail by Surat court…

    — ANI (@ANI) July 21, 2023 " class="align-text-top noRightClick twitterSection" data=" ">

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଚଳିତ ମାସ (ଜୁଲାଇ) 7 ତାରିଖରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେସନ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ଗୁଜୁରାଟ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ରାହୁଲ । ଆଜି ରାହୁଲଙ୍କ ଆବେଦନରୁ ଶୁଣାଣି କରି ଗୁଜୁରାଟ ସରକାର ଓ ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । 10 ଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ହୋଇଛି । ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା ।

ଏହା ବି ପଢନ୍ତୁ...Modi Surname Remark: ନିରାଶ ହେଲେ ରାହୁଲ, ସୁରଟ କୋର୍ଟରୁ ମିଳିଲାନି ଆଶ୍ବସ୍ତି

ଏହା ବି ପଢନ୍ତୁ...Modi Surname Defamation Case: ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

କଣ ପୂରା ମାମଲା: ଗତ 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ଉପନାମ ବା ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଏକ ମାମଲା ଦାଖଲ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା ନ୍ୟାୟାଳୟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ରାୟ ଶୁଣାଇଥିଲେ । 4 ବର୍ଷ ପୁରୁଣା ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହି ଦଣ୍ଡାଦେଶ ଯୋଗୁଁ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ଦଣ୍ଡାଦେଶ କାୟମ ରହିଲେ ଆଇନ ମୁତାବକ ଆଗାମୀ ନିର୍ବାଚନ ଲଢ଼ି ପାରିବେନି ରାହୁଲ ଗାନ୍ଧୀ । ତେଣୁ ଏହା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.