ETV Bharat / bharat

G20 summit: ୮ରେ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

author img

By ETV Bharat Odisha Team

Published : Sep 2, 2023, 12:14 PM IST

Updated : Sep 2, 2023, 12:48 PM IST

ଆସନ୍ତା ୮ରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ହ୍ବାଇଟ ହାଉସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

G20 summit
ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତ

ୱାଶିଂଟନ: ଆସନ୍ତା ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ସାମିଲ ହେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର ୭ ତାରିଖରେ ଭାରତ ଆସିବେ । ଏହାର ପରଦିନ ଅର୍ଥାତ୍ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏନେଇ ଆଜି(ଶନିବାର) ହ୍ବାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି୨୦ ସମ୍ମିଳନୀ ବସିବ । ବୈଠକରେ ଯୋଗ ଦେବାକୁ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ଭାରତ ଆସିବେ । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ମଧ୍ୟ ନୂଆଦିଲ୍ଲୀ ଗସ୍ତ କରିବେ । ହ୍ବାଇଟ ହାଉସ ପକ୍ଷରୁ ରାଷ୍ଟ୍ରପତି ବାଇଡେନଙ୍କ ଗସ୍ତ କାର୍ଯ୍ୟକ୍ରମ ସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି । ଆସନ୍ତା ଶନିବାର(ସେପ୍ଟେମ୍ବର ୯) ଓ ରବିବାର(ସେପ୍ଟେମ୍ବର ୧୦)ରେ ରାଷ୍ଟ୍ରପତି ଜି୨୦ ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ।

ଏହାମଧ୍ୟ ପଢନ୍ତୁ: Trishul Exercise: G20 ସମିଟ ବେଳେ ସୀମାରେ ଗର୍ଜିବେ ମିରାଜ ସହ ରାଫେଲ

ସେଠାରେ ସେ ଜି୨୦ ଦେଶର ପ୍ରତିନିଧିଙ୍କ ସହ ସ୍ବଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବୈଶ୍ବିକ ସମସ୍ୟାର ସମାଧାନ ଦିଗରେ ମିଳିତ ଉଦ୍ୟମ ନେଇ ଆଲୋଚନା କରିବେ । ଏହାସହିତ ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଯୁଦ୍ଧ ଯୋଗୁଁ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଦାରିଦ୍ର୍ୟ ମୁକାବିଲା ପାଇଁ ବିଶ୍ବ ବ୍ୟାଙ୍କ ସମେତ ବହୁପକ୍ଷୀୟ ବ୍ୟାଙ୍କ ସମୂହରେ କ୍ଷମତା ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଚର୍ଚ୍ଚା କରାଯିବ । ଏହା ପୂର୍ବରୁ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଇଡେନ ଦ୍ବିପାକ୍ଷିକ ଆଲୋଚନା କରିବେ । ଜି୨୦ ସମ୍ମିଳନୀରେ ସାମିଲ ହେବାକୁ ବିଭିନ୍ନ ଶକ୍ତିଶାଳୀ ଦେଶର ରାଷ୍ଟ୍ର ମୁଖ୍ୟମାନେ ଆସୁଥିବାରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: G-20 summit: ପୁଟିନଙ୍କ ରାସ୍ତାରେ ଜିନପିଙ୍ଗ, ଆସିବେନି ଭାରତ !

ଜି୨୦ ଦେଶ ଗୁଡିକ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦ ରିପବ୍ଲିକ କୋରିଆ, ମେକ୍ସିକୋ, ଋଷିଆ, ସାଉଦି ଆରବ, ସାଉଥ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘ । ସେହିପରି ଅତିଥି ଦେଶଗୁଡିକ ହେଲେ, ବାଲାଂଦେଶ, ଇଜିପ୍ଟ, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ ଏବଂ ୟୁଏଇ ।

Last Updated : Sep 2, 2023, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.