ରୋମ୍: ୫ ଦିନିଆ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପହଞ୍ଚିବା ପରେ ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ଭାଟିକାନରେ ପୋପ୍ ଫ୍ରାନସିସଙ୍କୁ ଭେଟିବା ସହ ବିଶ୍ବ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏନ ମାକ୍ରନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସେହିପରି ଇଣ୍ଡୋନେସିଆ ଏବଂ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଭେଟିବେ । ଆସନ୍ତାକାଲି G-20 ସମ୍ମିଳନୀରେ ଯୋଗଦେବେ । ଗତକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ ରୋମରେ ପହଞ୍ଚିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଇଟାଲୀୟ ପ୍ରତିପକ୍ଷ ମାରିଓ ଦ୍ରାଘିଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ରୋମରେ ପହଞ୍ଚିବା ପରେ ମୋଦି ଟ୍ବିଟ କରି କହିଥିଲେ ଯେ, 'ମୁଁ ରୋମରେ ପହଞ୍ଚିଲି । ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ