ETV Bharat / bharat

୪୪ ଲକ୍ଷ ରାସନ କାର୍ଡ ରଦ୍ଦ କଲେ ମୋଦି ସରକାର, ଡିଜିଟାଲକରଣରେ ହେଲା ଠକେଇ ଖୁଲାସା

author img

By

Published : Nov 7, 2020, 3:23 PM IST

ଡିଜିଟାଲକରଣ ଅଭିଯାନ ସାହାଯ୍ୟରେ ହେଲା ଠକେଇର ଖୁଲାସା । ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରୁ ୪୩ ଲକ୍ଷ ୯୦ ହଜାର ନକଲି ଓ ଅବୈଧ ରାସନ କାର୍ଡ ରଦ୍ଦ କଲେ ମୋଦି ସରକାର । ଅଧିକ ପଢନ୍ତୁ...

modi government canceled 44 lakh fake ration card from public distribution system
୪୪ ଲକ୍ଷ ରାସନ କାର୍ଡ ରଦ୍ଦ କଲେ ମୋଦି ସରକାର

ନୂଆଦିଲ୍ଲୀ: ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରୁ ୪୩ ଲକ୍ଷ ୯୦ ହଜାର ନକଲି ଓ ଅବୈଧ ରାସନ କାର୍ଡ ରଦ୍ଦ କଲେ ମୋଦି ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇପାରିବ ବୋଲି ସରକାର ଏହି ପଦକ୍ଷେପ ନେଇଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ନକଲି ରାସନ କାର୍ଡ ଚିହ୍ନଟ କରିବା ନିହାତି ଆବଶ୍ୟକ। 2013 ପୂର୍ବରୁ, ବହୁ ସଂଖ୍ୟକ ନକଲି ଏବଂ ଫେକ ରାସନ କାର୍ଡ ଥିଲା । ଗତ ୭ ବର୍ଷ ମଧ୍ୟରେ ସରକାର ଏହି ଯୋଜନାରେ ଠକେଇ ରୋକିବାକୁ ଧ୍ୟାନ କେନ୍ଦ୍ରିତ କରିଛନ୍ତି।

ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ପାଖାପାଖି ୮୧.୩୫ କୋଟି ଲୋକଙ୍କୁ ଲାଭ ମିଳିଥାଏ। ଏହା ଦେଶର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ। ବର୍ତ୍ତମାନ ପାଖାପାଖି ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅନୁସାରେ ପ୍ରତି ମାସରେ ୫ କିଲୋ ରାସନ ଫ୍ରିରେ ମିଳୁଛି। ସରକାର ଏହି ଯୋଜନାକୁ ବିସ୍ତାର କରିପାରନ୍ତି। ଏହି ଯୋଜନାକୁ ମାର୍ଚ୍ଚ ୨୦୨୦ ରେ କୋରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ଥିତି ସହ ଲଢ଼ିବାକୁ ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାର ‘ୱାନ ନେସନ ୱାନ ରେସନ କାର୍ଡ ସ୍କିମ’ ଯୋଜନା ଉପରେ ମଧ୍ୟ ଶୀଘ୍ର କାର୍ଯ୍ୟ କରିବାକୁ ଯାଉଛନ୍ତି, ଯେପରି ପ୍ରବାସୀ ଶ୍ରମିକଙ୍କୁ ଏହାର ଫାଇଦା ମିଳିପାରିବ।

ଏହି ଯୋଜନା ଅନୁସାରେ ଦେଶର ଯେକୌଣସି ଭାଗରେ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ସବସିଡି ଦରରେ ରାସନ ମିଳିପାରିବ। ଏବେ ସୁଦ୍ଧା ସରକାରଙ୍କ ନ୍ୟାସନାଲ ପୋର୍ଟେବିଲିଟି କ୍ଲଷ୍ଟର ଅନୁସାରେ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡିକୁ ଏହି ଯୋଜନାରେ ଯୋଡ଼ିବାରେ ସରକାର ସଫଳ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.