ETV Bharat / bharat

ମୋଦି କ୍ୟାବିନେଟ ସମ୍ପ୍ରସାରଣ; ଏମିତି ହେବ ନୂଆ ଟିମ

author img

By

Published : Jul 7, 2021, 2:29 PM IST

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ, ରମେଶ ପୋଖରିୟାଲ, ଦେବଶ୍ରୀ ଚୌଧୁରୀ, ସନ୍ତୋଷ ଗଙ୍ଗୱାର, ଥାବରଚନ୍ଦ୍ର ଗେହଲଟ, ସଞ୍ଜୟ ଧୋତ୍ରେ ସଦାନନ୍ଦ ଗୌଡା ରାଓ ସାହେବ ଦାନୱେ ଅଛନ୍ତି ।

Modi Cabinet
Modi Cabinet

ନୂଆଦିଲ୍ଲୀ: କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବଡ କସରତ କରିଛନ୍ତି । ଖାଲି କୌଣସି ସମ୍ପ୍ରଦାୟକ ସନ୍ତୁଷ୍ଟ ନକରି ଏକ ଦୃଢ ଓ ସଶକ୍ତ ମନ୍ତ୍ରୀ ପରିଷଦ ପାଇଁ ଉଦ୍ୟମ କରିଛନ୍ତି ।

ନୂଆ ଟିମରେ ଓବିସି, ମହିଳା, ଯୁବକ, ଉଚ୍ଚଶିକ୍ଷିତଙ୍କୁ ମିଳିଛି ଗୁରୁତ୍ବ । ଏହାସହ ଆଗାମୀ ବର୍ଷ ହେବାକୁ ଥିବା 5 ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ରାଜ୍ୟକୁ ଅଧିକ ଗୁରୁତ୍ବ ମିଳିଛି । ଯେଉଁଥିରେ ଉତ୍ତର ପ୍ରଦେଶକୁ ମିଳିଛି ଅଧିକ ଗୁରୁତ୍ବ । ସେହିପରି ଗୁଜୁରାଟ ଉତ୍ତରାଖଣ୍ଡ ପଶ୍ଚିମବଙ୍ଗକୁ ମଧ୍ୟ ମୋଦି ଓ କୋଆଣ୍ଡ ଗୁରୁତ୍ବ ଦେଇଛନ୍ତି ।

ସେହିପରି ନୂଆ ଟିମରେ ବିଜେପି ନିଜର ଭବିଷ୍ୟତକୁ ରାଜନୀତିକୁ ନେଇ ପ୍ରସ୍ତୁତ କରିଛି । ଯେଉଁଥିରେ ଦଳ ତେଲେଙ୍ଗାନା, ତାମିଲନାଡୁ, ବିହାର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ ଭଳି ରାଜ୍ୟକୁ କ୍ୟାବିନେଟ ପାହ୍ୟା ଦେଇଛି । ଫଳ ସ୍ବରୂପ ଆଜି 3 ଜଣ ରାଷ୍ଟ୍ରମନ୍ତ୍ରୀ ଥିବା ଅନୁରାଗ ଠାକୁର, ଗୃହରାଷ୍ଟ୍ର ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଓ ପୁରୁଷତ୍ତୋମ ଋପାଲାଙ୍କୁ ମିଳିବାକୁ ଯାଉଛି ପଦନ୍ନୋତି । ଫଳରେ ଏହି ରାଜ୍ୟରେ ବିଜେପି ନିଜର ସଂଗଠନ ଆଗକୁ ସଜାଡିବାକୁ ଉଦ୍ୟମ କରିବ ।

ଆଜି ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା 43 ଜଣିଆ ଟିମରେ 28 ଜଣ ଓବିସି ବର୍ଗରୁ ଥିବାବେଳେ 11 ଜଣ ମହିଳା, 6 ଜଣ ଡାକ୍ତର, 3 ଜଣ ଇଞ୍ଜିନିୟର, 4 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ 18 ଜଣ ପୂର୍ବ ରାଜ୍ୟ ମନ୍ତ୍ରୀ ଅଛନ୍ତି ।

ଅନ୍ୟପଟେ ସହଯୋଗୀ ଦଳ ଜେଡିୟୁରୁ 4 ଜଣ, ଅପନା ଦଳରୁ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ, ରମେଶ ପୋଖରିୟାଲ, ଦେବଶ୍ରୀ ଚୌଧୁରୀ, ସନ୍ତୋଷ ଗଙ୍ଗୱାର, ଥାବରଚନ୍ଦ୍ର ଗେହଲଟ, ସଞ୍ଜୟ ଧୋତ୍ରେ ସଦାନନ୍ଦ ଗୌଡା ରାଓ ସାହେବ ଦାନୱେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.