ETV Bharat / bharat

ଫୋନ ଝାମ୍ପିନେଲା ଚୋର, ଟ୍ରନରୁ ଖସି ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Jan 23, 2023, 7:33 PM IST

ଚେନ୍ନାଇର କୋରୁକୁପେଟ ଏବଂ ବାସିନ ବ୍ରିଜ ରେଳ ଷ୍ଟେସନ ମଧ୍ୟରେ ଅଘଟଣ । ଟ୍ରେନର ସିଡ଼ି ନିକଟରେ ବସିଥିବା ଯୁବକର ଫୋନକୁ ଝାମ୍ପିନେଲା ଚୋର । ସନ୍ତୁଳନ ହରାଇ ଟ୍ରନରୁ ପଡ଼ି ୨୪ ବର୍ଷୀୟ ଯୁବକ ମୃତ । ଅଧିକ ପଢ଼ନ୍ତୁ

ପଶ୍ଚିମବଙ୍ଗରୁ ଆସିଥିବା କରୋମାଣ୍ଡେଲ ଏକ୍ସପ୍ରେସ ଟ୍ରେନରେ ଅଘଟଣ

ଚେନ୍ନାଇ: ପଶ୍ଚିମବଙ୍ଗରୁ ଆସିଥିବା କରୋମାଣ୍ଡେଲ ଏକ୍ସପ୍ରେସ ଟ୍ରେନରେ ଅଘଟଣ । ଟ୍ରେନ ଗେଟ ପାହାଚରେ ବସିଥିବା ଯୁବକଙ୍କ ଫୋନ୍‌ ଝାମ୍ପିନେଲା ଚୋର । ସନ୍ତୁଳନ ହରାଇ ଟ୍ରେନ୍‌ରୁ ଖସି ୨୪ ବର୍ଷୀୟ ଯୁବକ ମୃତ୍ୟୁ । ଚେନ୍ନାଇର କୋରୁକୁପେଟ ଏବଂ ବାସିନ ବ୍ରିଜ୍‌ ରେଳ ଷ୍ଟେସନ ମଧ୍ୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋରୁକୁପେଟ ରେଳ ପୋଲିସର ସୂଚନା ଅନୁଯାୟୀ, ୨୪ ବର୍ଷୀୟ ରୋନି ଶେକ୍ ତାଙ୍କ ସମ୍ପର୍କୀୟଙ୍କ ଆସରବ ଶେକ୍ ସହ କୋରୋମାଣ୍ଡେଲ ଏକ୍ସପ୍ରେସରେ ଚେନ୍ନାଇ ଅଭିମୁଖେ ଯାଉଥିଲେ ।

ଯେତେବେଳେ ଟ୍ରେନ୍‌ଟି ନିଜ ଟ୍ରାକ ପରିବର୍ତ୍ତନ କରିବା ପାଇଁ ଧୀରେ କୋରୁକୁପେଟ ଏବଂ ବେସିନ ବ୍ରିଜ ରେଳ ଷ୍ଟେସନ ମଧ୍ୟରେ ଏକ ସଙ୍କେତକୁ ଅପେକ୍ଷା କରିଥିଲା । ଏହି ସମୟରେ ଦୁହେଁ ଟ୍ରେନ୍‌ର ସିଡ଼ି ନିକଟରେ ବସି ନିଜ ଫୋନ୍‌ ଦେଖୁଥିବା ବେଳେ ଟ୍ରାକ୍‌ରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଫୋନ୍‌ଟିକୁ ଝାମ୍ପି ନେଇଥିଲ । ଫଳରେ ରୋନି ମଧ୍ୟ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ଟ୍ରେନରୁ ଖସିପଡିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ପରେ ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଆସରବ ସୂଚନା ଦେଇଛି ।

ଯାତ୍ରୀମାନେ କୋରୁକୁପେଟ ରେଳ ପୋଲିସକୁ ସୂଚନା ଦେବା ପରେ ସେମାନେ ରୋନିଙ୍କୁ ଉଦ୍ଧାର କରି ଷ୍ଟାନ୍‌ଲି ହସ୍ପିଟାଲକୁ ନେଇ ଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ରେଲୱେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କ ମୃତ ହୋଇଥିବା ଡାକ୍ତର କହିଛନ୍ତି । ରେଲୱେ ପୋଲିସ ଏକ ମାମଲା ରୁଜୁ କରିବା ସହ ଏବଂ ମୋବାଇଲ୍ ଚୋରିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ ।

ତେବେ କୋରୁକୁପେଟ ଷ୍ଟେସନରେ ଶୁକ୍ରବାର ସମାନ ଘଟଣାରେ ଦେଖିବାକୁ ମିଳିଥିଲା । ଜଣେ CSF କନଷ୍ଟେବଳଙ୍କ ମୋବାଇଲ୍ ଫୋନ୍ ଚୋରି କରିଥିବା ଅଭିଯୋଗ ହୋଇଥିଲା । ସେ କହିଥିଲେ ଜଣେ ଅଜ୍ଞାତ ବ୍ୟକ୍ତି କୋରୁକୁପେଟ ନିକଟରେ ତାଙ୍କ ଫୋନ୍ ଚୋରି କରି ନେଇଥିଲା । ସେ ଷ୍ଟେସନରେ ଓହ୍ଲାଇବା ପାଇଁ ଅପେକ୍ଷା କରିଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଫୋନ୍ ଝାମ୍ପି ନେଇଥିଲା । ଫଳରେ ସେ ଷ୍ଟେସନରେ ଖସି ପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ କୋରୁକୁପେଟ ରେଳ ପୋଲିସ ଉଭୟ ବିଜୟକୁମାର ଏବଂ ବିଜୟକୁ କୋରୁକୁପେଟର ଆମ୍ବେଦକର ନଗର ରେଳ କଲୋନୀରୁ ଗିରଫ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.