ETV Bharat / bharat

ପାୱାର ବ୍ୟାଙ୍କ ଆପରେ ନିବେଶ ଲୋଭ; 360 କୋଟି ଠକିନେଲେ ବିଦେଶୀ ଠକ - ସାଇବର କ୍ରାଇମ

'ପାୱାର ବ୍ୟାଙ୍କ ଆପ୍' ମାଧ୍ୟମରେ ଦେଶରେ ଏ ପର୍ଯ୍ଯନ୍ତ ଦେଶରେ 360 କୋଟି ଲୁଟି ନେଲେଣି ସାଇବର ଲୁଟେରା । ଅଧିକ ପଢନ୍ତୁ...

'ପାୱାର ବ୍ୟାଙ୍କ ଆପ୍' ଠକେଇ
'ପାୱାର ବ୍ୟାଙ୍କ ଆପ୍' ଠକେଇ
author img

By

Published : Jul 6, 2021, 9:01 AM IST

ଡେରାଡୁନ: ଦେଶରେ 360 କୋଟି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗରେ ଉତ୍ତରାଖଣ୍ଡ ଏସଟିଏଫ ଇ-ୱାଲେଟ ପେଟିଏମ ଏବଂ ରାଜୋରପେର ପ୍ରତିନିଧିମାନଙ୍କୁ ସମନ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଚୀନ ଆପ ମାଧ୍ୟମରେ ହଂକଂରୁ 360କୋଟି ଲୁଟି ନେଇଛନ୍ତି ଲୁଟେରା । ଡିଜାଟାଲ ପେମେଣ୍ଟ ସଂସ୍ଥାଗୁ଼ଡିକ ସହିତ ଆଲୋଚନା ପରେ ଜାତୀୟ ସ୍ତରରେ ଏଭଳି ଠକେଇକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି କହିଛି ଏସଟିଏଫ ।

ହଂକଂରୁ ପରିଚାଳିତ ଏକ ମୋବାଇଲ୍ ଆପ୍ ଜରିଆରେ ଭାରତୀୟ ଗ୍ରାହକଙ୍କୁ ଟାର୍ଗେଟ କରାଯାଉଛି । ଉପଯୁକ୍ତ KYC ବିନା କାରବାର କରାଯାଇଥିଲା । ଗୋଟିଏ ଦିନ ମଧ୍ୟରେ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି । ଡେରାଡୁନ ସାଇବର କ୍ରାଇମ ପୋଲିସ୍ ଷ୍ଟେସନର ଏକ ଦଳ ଜାଣିବାକୁ ପାଇଲେ ଯେ ଅନଲାଇନ୍ ପେମେଣ୍ଟ ଗେଟୱେ ମାଧ୍ୟମରେ ଚାଇନାକୁ ପଠାଯାଇଥିବା ଟଙ୍କା ଯେଉଁଠାରୁ ଏହା କ୍ରିପ୍ଟୋକରେନ୍ସିରେ ପରିଣତ ହୋଇଥିଲା । 'ପାୱାର ବ୍ୟାଙ୍କ ଆପ୍' ମାଧ୍ୟମରେ ହଂକଂ ଏବଂ ଚାଇନାରୁ ଏହି ଠକେଇ ରାକେଟ୍ ଚାଲିଥିଲା ।

ଏହା ବ୍ୟତୀତ ଅନ୍ୟାନ୍ୟ ସନ୍ଦେହଜନକ ଆପ୍ ସମ୍ବନ୍ଧରେ ମଧ୍ୟ ସୂଚନା ଗ୍ରହଣ କରାଯାଇଛି ଯାହା ଏହି ପ୍ରକାର ସାଇବର ଠକେଇ ପାଇଁ ବ୍ୟବହୃତ ହେଉଛି । ଉତ୍ତରାଖଣ୍ଡ ଏସଟିଏଫର ସୂଚନା ଅନୁସାରେ ପାୱାର ବ୍ୟାଙ୍କ ଆପ ଲିଙ୍କକୁ ନେଇ ରଜୋରପେ ବିରୋଧରେ ଜୁନ 1ରେ ବେଙ୍ଗାଲୁରୁ ସାଇବର କ୍ରାଇମ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଏହା 'ପାୱାର ବ୍ୟାଙ୍କ ଆପ୍' ମାମଲାରେ ଏପର୍ଯ୍ୟନ୍ତ ଠକେଇ ମାମଲାରେ ରାଜ୍ୟରେ ପ୍ରାୟ 8ଟି ମାମଲା ରୁଜ୍ଜୁ ହୋଇଛି ।

ଉତ୍ତରାଖଣ୍ଡରୁ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ ।ଏ ହି ଘଟଣାରେ ବେଙ୍ଗାଲୁରୁ 4 ଜଣ ଏବଂ ଦିଲ୍ଲୀରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ବେଙ୍ଗାଲୁରୁ ବାସିନ୍ଦା ନାଗଭୂଷଣ ଏବଂ ତାଙ୍କ ପତ୍ନୀ ସୁକନ୍ୟା ନାଗଭୂଷଣଙ୍କୁ ସାଇବର ଜାଲିଆତି ନେଟୱାର୍କରେ ଜଡିତ ଥିବାରୁ କୋର୍ଟ ନୋଟିସ ପଠାଇଛି ।

ଦେଶରେ ବିଭିନ୍ନ ରାଜ୍ୟରେ 250ଟି ମାମଲା ରୁଜୁ ହୋଇଛି । ଘଟଣାରେ ସମୁଦାୟ 20 ଜଣଙ୍କୁ ଗିରଫ କରାଯାଇଛି। । ଏହି ମାମଲାରେ ବିଦେଶୀ ନାଗରିକ ଏବଂ କମ୍ପାନୀଗୁଡିକ ଜଡିତ ଥିବାରୁ ଜାତୀୟ ଏଜେନ୍ସିଗୁଡିକ - ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ), ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି), ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଅନୁସନ୍ଧାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.