ETV Bharat / bharat

Azaan Row: ମେ 3ରେ ମହାଆଳତୀ କରିବେ MNS କର୍ମୀ - ମହାଆଳତୀ କରିବ ଏମଏନଏସ

ମହାରାଷ୍ଟ୍ରରେ ଅଜାନ ଓ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଏହାରି ଭିତରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ଏକ ବଡ ଘୋଷଣା କରିଛି । ଅଧିକ ପଢନ୍ତୁ

ମେ 3ରେ ମହାଆଳତୀ କରିବେ MNS କର୍ମୀ
ମେ 3ରେ ମହାଆଳତୀ କରିବେ MNS କର୍ମୀ
author img

By

Published : Apr 20, 2022, 3:53 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଅଜାନ ଓ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଏହାରି ଭିତରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ଏକ ବଡ ଘୋଷଣା କରିଛି । ମେ 3ରେ ଅକ୍ଷୟ ତୃତୀୟାରେ ରାଜ୍ୟ ସାରା ମନ୍ଦିରରେ ମହାଆଳତୀ କରିବ । ଲାଉଡସ୍ପିକର ଲଗାଇ ଏହି ଆଳତୀ ହେବ ବୋଲି ସୂଚନା ମିଳିଛି ।

ଏହା ସହିତ ଏକ ବୈଠକ ମଧ୍ୟ ହେବ । ଏହା ବ୍ୟତୀତ ଏମଏନଏସ ମୁଖ୍ୟ ରାଜ ଠାକରେ ମଧ୍ୟ ତାଙ୍କ ଦଳର ବଡ ନେତାଙ୍କ ସହ ଏକ ବୈଠକ କରିବେ। ବୈଠକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ ମେ 3ରେ ଅଲ୍ଟିମେଟମ୍ ମେ ୨ରେ ଔରଙ୍ଗାବାଦରେ ଦଳୀୟ ସଭା ଏବଂ ଜୁନ୍ ମାସରେ ରାଜ ଠାକରେଙ୍କ ଅଯୋଧ୍ୟା ଯାତ୍ରା ଉପରେ ରଣନୀତି ପ୍ରସ୍ତୁତ ହେବ ।

ଏହା ପୂର୍ବରୁ ରାଜ ଠାକରେ 17 ଏପ୍ରିଲରେ ଏକ ବିବୃତ୍ତି ଦେଇଥିଲେ ଏବଂ କହିଥିଲେ ଯେ ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁ ନାହୁଁ। ନମାଜ ପାଠ ପାଇଁ କାହାକୁ ବିରୋଧ କରାଯାଇନାହିଁ । କିନ୍ତୁ ଯଦି ତୁମେ (ମୁସଲମାନ) ଏହାକୁ ଲାଉଡସ୍ପିକରରେ ପାଠ କର ତେବେ ଆମେ ମଧ୍ୟ ସମାନ ଭାବରେ ଲାଉଡସ୍ପିକର ବ୍ୟବହାର କରିବୁ । ମୁସଲମାନମାନେ ବୁଝିବା ଉଚିତ୍ ଯେ ଧର୍ମ ନିୟମଠାରୁ ବଡ଼ ନୁହେଁ । ମେ 3 ତାରିଖ ପରେ ଦେଖିବା କଣ କରାଯିବ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅନେକ ମସଜିଦ ଲାଉଡସ୍ପିକର ଶବ୍ଦ ହ୍ରାସ କରାଯାଇଛି । ଲାଉଡସ୍ପିକର ବିବାଦ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଧାର୍ମିକ ନେତାଙ୍କ ସହ ଆଲୋଚନା କରିଥିଲା । ଲାଉଡସ୍ପିକର ପାଇଁ ପୂର୍ବ ଅନୁମତି ନେବାକୁ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସମସ୍ତଙ୍କୁ କହିଛି । ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଚେତାବନୀ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.