ETV Bharat / bharat

ଲାଉଡ ସ୍ପିକରରେ ହନୁମାନ ଚାଳିଶା ବଜାଇ ଗିରଫ ହେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତା - ଗିରଫ ହେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତା

ମହଙ୍ଗା ପଡିଲା ଲାଉଡ ସ୍ପିକରରେ ହନୁମାନ ଚାଳିଶା ବଜାଇବା । ଗିରଫ ହେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS)ର ନେତା । ଅଧିକ ପଢନ୍ତୁ

ଲାଉଡ ସ୍ପିକରରେ ହନୁମାନ ଚାଳିଶା ବଜାଇ ଗିରଫ ହେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତା

author img

By

Published : Apr 4, 2022, 7:44 AM IST

ମୁମ୍ବାଇ: ମହଙ୍ଗା ପଡିଲା ଲାଉଡ ସ୍ପିକରରେ ହନୁମାନ ଚାଳିଶା ବଜାଇବା । ବିନା ଅନୁମତିରେ ଲାଉଡ ସ୍ପିକରରେ ହନୁମାନ ଚାଳିଶା ବଜାଇ ଗିରଫ ହେଲେ ମହାରାଷ୍ଟ୍ର ନବ ନିର୍ମାଣ ସେନାର(MNS) ନେତା ମହେନ୍ଦ୍ର ଭାନୁଶାଲୀ । ଗତକାଲି ଭାନୁଶାଲୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

‘ସେମାନେ ମୋର ଏମ୍ପ୍ଲିଫାୟର୍ ଛଡ଼ାଇ ନେଇଛନ୍ତି । କିନ୍ତୁ ଆଗାମୀ ସମୟରେ ଲାଉଡ ସ୍ପିକରରେ ‘ଜୟ ଶ୍ରୀ ରାମ’ ବଜାଜିବ ବୋଲି ମହେନ୍ଦ୍ର ଭାନୁଶାଳୀ ଗଣମାଧ୍ୟମକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କଣ କେହି ବି ଅନୁମତି ନେଉନାହାନ୍ତି । ସେଥିପାଇଁ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ପୋଲିସକୁ କେବେବି କିଛି କହିନାହାନ୍ତି। ଯେଉଁଠି ବି ଲାଉଡସ୍ପିକର୍‌ର ବ୍ୟବହାର ହେଉଛି ସେଠାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ’।

ମହେନ୍ଦ୍ର ଭାନୁଶାଲି କହିଛନ୍ତି ରାଜ ଠାକରେ କହିଥିଲେ ଯେ,ସଡ଼କରେ ହନୁମାନ ଚାଳିଶା ବଜାଇବା ଆବଶ୍ୟକ। ତାଙ୍କ କଥା ମାନିଛି ।କିନ୍ତୁ ପୋଲିସ ଆସି କହୁଛି ଏପରି କଲେ ସମାଜରେ ଉତ୍ତେଜନା ବଢ଼ିବ। ପରେ ସେ ପ୍ରଶ୍ନ କରିଛନ୍ତି ଏଠାରେ ମସଜିଦ ଉପରେ ଲାଉଡ ସ୍ପିକର ବାଜୁଛି ଏହା ଦ୍ୱାରା ଉତ୍ତେଜନା ବଢ଼ୁଛି କି ?

ପୋଲିସ ଭାନୁଶାଲୀଙ୍କ ଉପରେ ୫,୦୫୦ଟଙ୍କା ଜୋରିମାନା ଲଗାଇଛି। ଏହାସହ ଭବିଷ୍ୟତରେ ପୁର୍ନବାର ଏପରି କଲେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ପୋଲିସ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.