ETV Bharat / bharat

ମତଦାନ କେନ୍ଦ୍ରରେ କାମ କଲାନି EVM , ଭୋଟ ଦେଇ ପାରିଲେନି ମିଜୋରାମ ମୁଖ୍ୟମନ୍ତ୍ରୀ - ଭୋଟ ଦେବାରେ ବିଫଳ ହେଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଇଭିଏମ କାମ ନକରିବାରୁ ଭୋଟ ଦେଇ ପାରିଲେନି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଅଧିକ ପଢନ୍ତୁ

Mizoram Poll
Mizoram Poll
author img

By ETV Bharat Odisha Team

Published : Nov 7, 2023, 9:36 AM IST

Updated : Nov 7, 2023, 10:33 AM IST

ଆଇଜ୍‌ୱାଲ୍: ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ବୁଥ ଗୁଡିକରେ ଧାଡିରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଜାରି ରହିଥିବା ବେଳେ ମିଜୋରାମରେ ଇଭିଏମ୍‌ କାମ କରୁନଥିବା ଖବର ସାମ୍ନାକୁ ଆସିଛି । ଯାହା ଫଳରେ ମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ।

ମିଜୋ ନ୍ୟାସନାଲ ଫ୍ରଣ୍ଟର ସଭାପତି ତଥା ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆଜି ସକାଳ ସମୟରେ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଆଇଜ୍‌ୱାଲ୍ ଉତ୍ତର-2 ବିଧାନସଭା ନିର୍ବାଚନ ମଣ୍ଡଳୀର19 ଆଇଜ୍‌ୱାଲ୍ ଭେଙ୍ଗଲାଇ-1 YMA ହଲ୍ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନରେ କିଛି ସମସ୍ୟା ଥିବାରୁ ସେ ଭୋଟ ଦେବାରେ ବିଫଳ ହୋଇଥିଲେ ।

ଜୋରାମଥାଙ୍ଗା କହିଛନ୍ତି, "ଭୋଟ ଦେବାକୁ ମୁଁ ମତଦାନ କେନ୍ଦ୍ରକୁ ଆସିଥିଲି । କିନ୍ତୁ ମେସିନ କାମ ନକରିବାରୁ, କିଛି ସମୟ ଅପେକ୍ଷା କରିଥିଲି । ଏହାପରେ ମୁଁ ଭାବିଲି ଏହି ସମୟ ମଧ୍ୟରେ ମୁଁ ମୋର ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବି । ଏହା ଶେଷ ହେବା ପରେ ଭୋଟ ଦେବି ।"

ଏହା ମଧ୍ୟ ପଢନ୍ତୁ-Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଆରମ୍ଭ

"ମିଜୋରାମରେ ସରକାର ଗଠନ କରିବା ପାଇଁ 21 ଟି ଆସନରେ ଦଳକୁ ବିଜୟୀ ହେବାରେ ଅଛି । ଆମେ ଆଶା କରୁଛୁ ଯେ 25ଟି ଊର୍ଦ୍ଧ୍ବ ସିଟରେ ଆମର ପାର୍ଥି ବିଜୟୀ ହେବେ। ଆମ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ମୋର ଆଶା। ଏଥର ବି ଆମ ଦଳ ମିଜୋରାମରେ ସରକାର ଗଠନ କରିବ ।" ଏହା କହିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ।

ଆଜି ମିଜୋରାମର ସମସ୍ତ 40ଟି ଯାକ ଆସନରେ ମତଦାନ ହେବ । 1276 ପୋଲିଂ ଷ୍ଟେସନରେ ମତଦାନ ଜାରି ରହିଛି । ସକାଳ 8ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4ଟା ଯାଏଁ ଚାଲିବ । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମଏନଏଫ) ସରକାର ରହିଛି । 2018ରେ ଦଳ 40 ଆସନ ମଧ୍ୟରୁ 26ଟି ଆସନ ଜିତିଥିଲା । କଂଗ୍ରେସ 5ଟି ଆସନ ଦଖଲ କରିଥିବା ବେଳେ ବିଜେପି କେବଳ ଗୋଟିଏ ଜିତିଥିଲା ।

ଆଜି ଛତିଶଗଡରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୋଟ 90 ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଜାରି ରହିଛି । ଭୋଟିଂ ପାଇଁ ମୋଟ 25 ହଜାର 249 ପୋଲିଂ ଅଫିସର ନିୟୋଜିତ କରାଯାଇଛି ।

Last Updated : Nov 7, 2023, 10:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.