ETV Bharat / bharat

ଆଧାର କାର୍ଡ ଦେଲା ପରିଚୟ, ୭ ବର୍ଷ ପରେ ସନ୍ତାନଙ୍କ ଘର ବାହୁଡା

author img

By ETV Bharat Odisha Team

Published : Sep 29, 2023, 6:03 PM IST

Updated : Sep 29, 2023, 6:30 PM IST

୭ ପୂର୍ବେ ନିଖୋଜ ହୋଇଥିବା ୨ ସନ୍ତାନଙ୍କ ଘର ବାହୁଡା । ଉଭୟଙ୍କୁ ଲକ୍ଷ୍ନୌର ଏକ ବାଳ ସୁଧାର ଗୃହରୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ପରିବାରରେ ଖୁସିର ଲହରି । ଅଧିକ ପଢନ୍ତୁ

ଆଧାର କାର୍ଡ ଦେଲା ପରିଚୟ,ଦୀର୍ଘ ୭ ବର୍ଷ ପରେ ଘର ବହୁଡା
ଆଧାର କାର୍ଡ ଦେଲା ପରିଚୟ,ଦୀର୍ଘ ୭ ବର୍ଷ ପରେ ସନ୍ତାନଙ୍କ ଘର ବହୁଡା

ପାଟନା: ଘର ବାରଣ୍ଡାରେ ଖେଳୁଥିଲେ ଭାଇଭଉଣୀ । ହଠାତ୍‌ ହୋଇଗଲେ ନିଖୋଜ । ଛୁଆଙ୍କୁ ପାଇବାର ଆଶା ଛାଡି ଦେଇଥିଲା ପରିବାର । ହେଲେ ବାପା ମାଆ ଯାହା ସ୍ବପ୍ନରେ ଭାବିନଥିଲେ ତାହା ସତରେ ହୋଇଛି । ନିଖୋଜର ୭ ବର୍ଷ ପରେ ଘରକୁ ଫେରିଛନ୍ତି ଭାଇ-ଭଉଣୀ । ଯାହା ସମ୍ଭବପର ହୋଇଛି ଆଧାରକାର୍ଡ ପାଇଁ । ଏଭଳି ଏକ ଘଟଣା ଘଟିଛି ବିହାରରେ ଚମ୍ପାରନ ଜିଲ୍ଲାରେ । ଉଭୟଙ୍କୁ ଲକ୍ଷ୍ନୌର ଏକ ବାଳ ସୁଧାର ଗୃହରୁ ଉଦ୍ଧାର କରାଯାଇଛି । ହଜିଲା ପିଲାଙ୍କୁ ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ବାପା ମାଆ ।

ପୂରା ଘଟଣା ଏମିତି ଥିଲା, ଗତ ୨୧ ଜୁନ ୨୦୧୬ରେ ୱେଷ୍ଟ ଚମ୍ପାରନର ନାର୍କାଟିଗଞ୍ଜ ପ୍ରକାଶନଗର ଅଞ୍ଚଳରେ ଗୋଟିଏ ପରିବାରର ୨ ଜଣ ସନ୍ତାନ ଘର ବାହାର ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହେଉଥିଲା । ପୋଲିସ ସେମାନଙ୍କୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।

ଲକ୍ଷ୍ନୌର ଏକ ବାଳ ସୁଧାର ଗୃହରେ ରହୁଥିବା ଏହି ଦୁଇ ଭାଇଭଉଣୀଙ୍କ ପାଠପଢା ପାଇଁ ଆଧାର କାର୍ଡ ଆବଶ୍ୟକ ହୋଇଥିଲା । ଫଳରେ ଉକ୍ତ ସୁଧାର ଗୃହର କର୍ତ୍ତୃପକ୍ଷ ଆଧାର କାର୍ଡ କରିବା ପାଇଁ ନିକଟସ୍ଥ ଆଧାର ସେଣ୍ଟରକୁ ନେଇଥିଲେ । କିନ୍ତୁ ସେମାନେ ସେଠାରୁ ଜାଣିବାକୁ ପାଇଥିଲେ ଉଭୟଙ୍କ ଆଗରୁ ଆଧାର କାର୍ଡ ରହିଛି । ଫଳରେ ସେମାନଙ୍କ ପ୍ରକୃତ ପରିଚୟ ଏବଂ ଘର ଠିକଣା ପାଇପାରିଥିଲେ । ଉକ୍ତ ନାବାଳକ ନାବାଳିକା ବିହାର ରାଜ୍ୟରେ ବୋଲି ଜାଣିବାକୁ ପାଇଥିଲେ ।ଫଳରେ ଉକ୍ତ ଭାଇଭଉଣୀଙ୍କ ପରିବାର ଠିକଣା ପାଇବା ପାଇଁ ବିହାର ବର୍ମା ପ୍ରସାଦ ନାମକ ଜଣେ ସମାଜସେବୀଙ୍କ ସହ ଯୋଗାଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବାଲୁକା ଚିତ୍ରକଳା ଏମ ଏସ ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ବର୍ମା ପ୍ରସାଦ ଉକ୍ତ ପରିବାରକୁ ଯୋଗୋଯୋଗ କରିବା ସହ ମାଆ ସୁନିତା ଦେବୀଙ୍କୁ ଉଭୟଙ୍କ ଫଟୋ ଦେଖାଇଥିଲେ । ଏହା ପରେ ଉକ୍ତ ପରିବାର ଶିଖରପୁର ପୋଲିସ ସହାୟତାରେ ଲକ୍ଷ୍ନୌର ସେହି ବାଳ ସୁଧାର ଗୃହରେ ପହଞ୍ଚି ଉଭୟ ଭାଇ ଭଉଣୀକୁ ଉଦ୍ଧାର କରିଥିଲେ । ନାବାଳିକା ଜଣକୁ ବର୍ତ୍ତମାନ 19 ବର୍ଷ ହୋଇଥିବା ବେଲେ ସେ ନବମ ଶ୍ରଣୀରେ ପଢୁଥିବା ଜଣାପଡିଛି ଏବଂ ନାବାଳକ ଜଣକୁ ୧୪ ବର୍ଷ ହୋଇଛି । ନାବାଳିକା ପରିବାର ସହ ଘରକୁ ଫେରିଥିବାବେଳେ ନାବାଳକର ପରୀକ୍ଷା ଚାଲିଥିବାରୁ ସେ ବାଳ ସୁଧାର ଗୃହରେ ରହିଥିବା ଜଣାପଡିଛି ।

ସୁନିତା ଦେବି କହିଛନ୍ତି, '୭ ବର୍ଷହେଲା ଆମେ ୨ ସନ୍ତାନ ଘର ପାଖରୁ ନିଖୋଜ ହୋଇଥିଲେ । ବହୁ ଚେଷ୍ଟାପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ବର୍ତ୍ତମାନ ଉଭୟଙ୍କ ପତ୍ତା ମିଳିଛି । ବର୍ମା ପ୍ରସାଦ ଆମକୁ ଆମ ସନ୍ତାନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଫଳରେ ପ୍ରଶାସନ ସହାୟତାରେ ଆମେ ଆମ ୨ ସନ୍ତାନକୁ ପାଇ ପାଇପାରିଛୁ ।'

ନିଖୋଜ ନାବାଳିକା କୌଶିକ କହିଛନ୍ତି,'ସେ କିଭଳି ନିଖୋଜ ହୋଇ ବାଳ ସୁଧାର ଗୃହରେ ପହଞ୍ଚିଲେ ତାଙ୍କର କିଛି ମନେ ନାହିଁ । ମୁଁ ଦୀର୍ଘ ୭ ବର୍ଷ ହେଲା ଏହି ବାଳସୁଧାର ଗୃହରେ ରହିଆସୁଛି ।'

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

Last Updated : Sep 29, 2023, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.