ETV Bharat / bharat

ନିଖୋଜ ବିଜେପି ନେତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ନଦୀରେ ଫିଙ୍ଗିଥିଲା ସ୍ବାମୀ - ସନା ଖାନ ହତ୍ୟା

ନିଖୋଜ ବିଜେପି ନେତ୍ରୀ ସନା ଖାନଙ୍କ ମୃତଦେହ ଉଦ୍ଧାର । ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲା ସ୍ବାମୀ । ଅଧିକ ପଢନ୍ତୁ

ନିଖୋଜ ବିଜେପି ନେତ୍ରୀଙ୍କ ମୃତଦେହ ଉଦ୍ଧାର
ନିଖୋଜ ବିଜେପି ନେତ୍ରୀଙ୍କ ମୃତଦେହ ଉଦ୍ଧାର
author img

By

Published : Aug 12, 2023, 1:53 PM IST

ମୁମ୍ବାଇ: କିଛି ଦିନ ଧରି ନିଖୋଜ ଥିବା ମହାରାଷ୍ଟ୍ର ବିଜେପି ନେତ୍ରୀ ସନା ଖାନ ମୃତଦେହ ମିଳିଛି । ନଦୀରୁ ସନାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହାରାଷ୍ଟ୍ର ବିଜେପି ସଂଖ୍ୟାଲଘୁ ୟୁନିଟର ମୁଖ୍ୟ ଥିଲେ ସନା । ତାଙ୍କୁ ହତ୍ୟା କରାଯାଇଛି । ସନାଙ୍କ ସ୍ବାମୀ ହିଁ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଜବଲପୁର ଓ ନାଗପୁର ପୋଲିସ ମିଳିତ ଅପରେସନ କରି ମୁଖ୍ୟ ଅଭିଯୁକ୍ତ ଅମିତ ଓରଫ୍ ପପୁକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୨ ତାରିଖରେ ସନା ଅମିତକୁ ଦେଖା କରିବା ପାଇଁ ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ । ଦୁଇ ଦିନ ଭିତରେ ସେ ଘରକୁ ଫେରିବାର ଥିଲା । ହେଲେ ବିଜେପି ନେତ୍ରୀ ଫେରିନଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ତାଙ୍କୁ ବହୁତ ଖୋଜାଖୋଜି କରିଥିଲା । ଅନ୍ୟପଟେ ଅମିତ ଏକ ମଦ କାରବାର ମାମଲାରେ ଜଡିତ ଥିଲା । ଜବଲପୁରରେ ରାସ୍ତାକଡରେ ତା'ର ଗୋଟିଏ ଭୋଜନାଳୟ ଥିଲା । ତେବେ ଆର୍ଥିକ ନେଣଦେଣକୁ ନେଇ ସନା ଓ ଅମିତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ସନା ହଠାତ୍ ନିଖୋଜ ହୋଇଯିବା ପରେ ପୋଲିସ ଅମିତକୁ ପଚରାଉଚରା କରିଥିଲା । ତେବେ ଜେରା ସମୟରେ ସେ ସନାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି । ଅମିତ ସନାଙ୍କୁ ନିଜ ଘରେ ପିଟି ପିଟି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନେଇ ଜବଲପୁର ଠାରୁ ୪୫ କିଲୋମିଟର ଦୂରରେ ହିରନ ନଦୀରେ ଫିଙ୍ଗି ଦେଇଥିଲା । ଅଭିଯୁକ୍ତର ବୟାନ ପରେ ପୋଲିସ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଅଧିକ ଛାନଭିନ୍ କରୁଛି ।

ଏହାମଧ୍ୟ ପଢନ୍ତୁ: ବାପା ନା ସଇତାନ ! ଝିଅକୁ ହତ୍ୟା କଲା, ବାଇକରେ ମୃତଦେହ ଘୋଷାଡି ନେଇ ଫିଙ୍ଗିଦେଲା

ପୋଲିସ କହିବା ଅନୁସାରେ, ସନା ଓ ଅମିତ ପରସ୍ପରକୁ ବିବାହ କରିଥିଲେ । ହେଲେ ଟଙ୍କା କାରବାରକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଚାଲିଥିଲା । ସନା ଅମିତକୁ ଭେଟିବାକୁ ଜବଲପୁର ଆସିଥିବା ବେଳେ ଦୁହିଁଙ୍କ ଭିତରେ ପୁଣିଥରେ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ରକରି ଅଭିଯୁକ୍ତ ସନାଙ୍କ ମୁଣ୍ଡକୁ ଆଘାତ କରିଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡରେ ଆଉ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବାର ମଧ୍ୟ ପୋଲିସ କହିଛି । ବର୍ତ୍ତମାନ ସେହି ଅଭିଯୁକ୍ତକୁ ଖୋଜାଖୋଜି କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.